ପଛୁଆବର୍ଗ କମିଶନ ବିଲ୍‌ ପାରିତ, ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

February 17, 2020, ଓଡ଼ିଶା, , Anupambharat News Bureau


  ପଛୁଆବର୍ଗ କମିଶନ ବିଲ୍‌ ପାରିତ,  ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ
Anupambharat News Bureau
February 17, 2020

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌-୨୦୨୦ ସୋମବାର ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ସଙ୍କଳ୍ପ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ଏହି ସଙ୍କଳ୍ପ ପାରିତ ହୋଇଥିଲା ।
ଗୃହରେ ଏହି ସଂକଳ୍ପ ଆଣି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଏକ ଐତିହାସିକ ନିଷ୍ପତ୍ତି । ଏହି ବିଲ୍‌ ବଳରେ ରାଜ୍ୟ ପଛୁଆ ବର୍ଗ କମିଶନ ସର୍ଭେ କରିବେ । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ହେବ । ଗତ ୧୨ ତାରିଖରେ ରାଜ୍ୟ ସରକାର ପଛୁଆ ବର୍ଗ କମିଶନ ଗଠନ କରିଥିଲେ । ଏହା ପୂର୍ବରୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ବିଲ୍‌ ଆଣିଥିଲେ ଏବଂ ଆଲୋଚନା ପରେ ଏହି ବିଲ୍‌ ପାରିତ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ସାରକା କହିଥିଲେ ଯେ ରାଜ୍ୟରେ ୯୩୧ ମସହା ପରଠାରୁ ଜାତିଭିତିକ ଗଣନା ହୋଇନାହିଁ । ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ନଥିବାରୁ ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇପାରୁନାହିଁ । ନିକଟରେ ରାଜ୍ୟ କ୍ୟାବିନେଟ୍‌ ୨୦୨୧ ଜନଗଣନା ସମୟରେ ଜାତିଭିତ୍ତିକ ଗଣନା କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଓଡିଶା ରାଜ୍ୟ ପଛୁଆବର୍ଗ କମିଶନ ଗଠନ କରାଯାଇଛି । ସଙ୍କଳ୍ପ ଉପରେ ବିଜେପି ସଭ୍ୟମାନେ କହିଥିଲେ ଯେ ଏହାକୁ ତରବରିଆ ଭାବେ ପାସ୍‌ ନକରି , ଆଲୋଚନା କରାଯାଉ । ଆମେ ଏହାକୁ ବିରୋଧ କରୁନାହୁଁ । ସେହିପରି ଆସନ୍ତାକାଲି ବଜେଟ୍‌ ଉପସ୍ଥାପିତ ହେବ । ଏହା ପୂର୍ବରୁ କୌଣସି ବିଲ୍‌ ପାସ୍‌ ହେବା ଉଚିତ୍‌ ନୁହେଁ ବୋଲି ନରସିଂହ ମିଶ୍ର କହିଥିଲେ । ଆର୍ଥିକ ସ୍ୱଚ୍ଛଳ ଏବଂ ସାମାଜିକ ସ୍ଥିତି ଦୃଢ ଥିବା ବ୍ୟକ୍ତିଙ୍କୁ ଏଥିରୁ ବାଦ୍‌ ଦିଆଯାଉ ବୋଲି ସେ ଦାବି କରିଥିଲେ । ବିଲ୍‌ ଆଲୋ
ଚନାରେ ତାରା ପ୍ରସାଦ ବାହିନୀପତି. ସନ୍ତୋଷ ସିଂହ ସାଲୁଜା , ମୋହନ ମାଝୀ , ନରସିଂହ ମିଶ୍ର , ବିକ୍ରମ କେଶରୀ ଆରୁଖ , ପ୍ରତାପ ଦେବ , ପ୍ରଫୁଲ୍ଲ ସାମଲ , ଅତନୁ ସବ୍ୟସାଚୀ ନାୟକ ,ସୁରେଶ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

Read More...

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page