ଅନୁପ ସାଏ ଗିରଫ

February 13, 2020, ଓଡ଼ିଶା, , Anupambharat News Bureau


ଅନୁପ ସାଏ ଗିରଫ
Anupambharat News Bureau
February 13, 2020

ଭୁବନେଶ୍ୱର,୧୩ ।୨ (ଅନୁପମ ମିଡିଆ): ଏକ ଡବଲ୍‌ ମର୍ଡର ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏଙ୍କୁ ଛତିଶଗଡ଼ର ରାୟଗଡ଼ ପୁଲିସ୍‌ ଗିରଫ କରିଛି । ବୁଧବାର ଦିନ ରାତିରେ ପୁଲିସ୍‌ ତାଙ୍କ ଘରୁ ଛଠାଇ ନେଇଥିଲେ । ପୁଲିସ ଏହି ଘଟଣାରେ ତାଙ୍କୁ ପଚରା ଉଚୁରା ଜାରି ରଖିଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ ଅନୁପ ସାହୁ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଟିକେଟ୍‌ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରୁ ସେ ବିଜେଡି ରେ ଯୋଗ ଦେଇଥିଲେ । ସୂଚନାଥାଉକି ୨୦୧୬
ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଡ଼ଗରେ ୩୨ ବର୍ଷୀୟ କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା । ଉଭୟଙ୍କୁ ହତ୍ୟା କରାଯାଇ ଛତିଶଡ଼ଗ ସୀମାରେ ଫିଙ୍ଗି ଦେଇଥିଲେ । ଛତିଶଗଡ଼ ପୁଲିସ୍‌ ମୃତଦେହ ଜବତ କରି ତଦନ୍ତ କରିଥିଲା । ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୁଲିସ୍‌ । ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୁଲିସ୍‌ ଅନୁପ ସାଏଙ୍କୁ ଗିରଫ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

Read More...

ଆଜି ଦିଲ୍ଲୀ ଭୋଟ

ଆଜି ଦିଲ୍ଲୀ ଭୋଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page