ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ,ପାଞ୍ଚ ଗୁରୁତର

May 16, 2019, ଓଡ଼ିଶା, , Anupambharat News Bureau


ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ,ପାଞ୍ଚ ଗୁରୁତର
Anupambharat News Bureau
May 16, 2019

ପାତ୍ରପୁର,୧୫ ।୫(ଅନୁପମ ମିଡ଼ିଆ): ଚିକିଟି ନିର୍ବାଚନ ମଣ୍ଡଳୀରେ ହିଂସା ଥମିବାର ନା ଧରୁନି । ଦିନକୁ ଦିନ ଗୁଣ୍ଡାରଜ ଓ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଯେମିତି ମନେ ହେଉଛି ପୁଲିସ ଉପରେ କାହାର ଖାତିର ନାହି । ଖୁଲମଖୁଲା ଜଣଙ୍କ ଜୀବନ ନେବାକୁ ପଛାଉନାହାନ୍ତି । ପୁଣି ଏପରି ଏକ ଘଟଣା ନଜରକୁ ଆସିଛି କିଛି ଦୁବୁର୍ତ୍ତଙ୍କ ଆକ୍ରମଣରେ ଏକ ନିରିହ ବାଳକର ପ୍ରାଣବାୟୁ ଚାଲିଯାଇଛି । ଜରଡ଼ା ଥାନା ଇଲାକା ଖଇର ଗ୍ରାମରେ ଗୋଟିଏ ଗୋଷ୍ଠୀର ମାଡ଼ରେ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି । ଆଜି ଗ୍ରାମକୁ ଗ୍ରାମଦେବୀ ଆସିଥାନ୍ତେ ଧୁମଧାରେ ଯାତ୍ରା କରିବା ପାଇଁ ପୁରାପ୍ରସ୍ତୁତ ଥିଳେ ଗ୍ରାମବାସୀ । ଗତକାଲି ରାତିରେ ଯାତ୍ରା ନିମନ୍ତେ ଗ୍ରାମ୍ୟ ବୈଠକ ବସିବା ଲାଗି ସ୍ଥିର ହୋଇଥିଲା । ମୃତକଙ୍କ ପିତା କରିଥିବା ଅଭିଯୋଗ ପ୍ରକାରେ ଗ୍ରାମ୍ୟ ବୈଠକ ବସିଥିବା ସମୟରେ ଗ୍ରାମର ଅପର ଗୋଷ୍ଟିର ଅମିତ ପ୍ରଧାନ, ସୁମିତ ପ୍ରଧାନ, ଅଜି ପ୍ରଧାନ, ବାପି ପ୍ରଧାନ, ରମେଶ ପ୍ରଧାନ, ବିଶୁ ପ୍ରଧାନ, ବୁଲୁ ପ୍ରଧାନ, କାଳିଆ ପ୍ରଧାନ, ସନ୍ତୋଷ ପ୍ରଧାନ(ନୂତନ), ନରସିଂହ ପାତ୍ର, ସୁଧିର ପ୍ରଧାନ, ଶୁଶାନ୍ତ ପ୍ରଧାନ, ନରସିଂହ ପ୍ରଧାନ, ରାଜୀବ ପ୍ରଧାନ, ରବି ପ୍ରଧାନ, ସୁଧାଶୁ ପ୍ରଧାନ, ତିନିଘରିଆ ଗ୍ରାମର ମିଥୁନ ପ୍ରଧାନ ତଣ୍ଡିପୁର ଗ୍ରାମର ଦ୍ୱାରିକା ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରକାରର ଲୁହାରୋଡ଼, କାତି, ଖଣ୍ଡା ମରଣାସ୍ତ୍ର ଧରି ଗ୍ରାମର ମହେନ୍ଦ୍ର ପ୍ରଧାନ, ବିଶୁ ସେଠୀ, ମନୋଜ ପ୍ରଧାନ, ରବି ପ୍ରଧାନ, ଅଂଚଳ ପ୍ରଧାନ, ପବିତ୍ର ପ୍ରଧାନ (ରାଜା) ପ୍ରମୁଖଙ୍କୁ ଆକ୍ରମଣ କରିଥିଲେ । ଯଦ୍ୱାରା କି ପବିତ୍ର ପ୍ରଧାନ ନାମକ ଏକ ୧୫ ବର୍ଷର ବାଳକର ମୁତୁ୍ୟ ଘଟିଛି । ତା ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା ତାକୁ ପ୍ରଥମେ ପାତ୍ରପୁର, ବ୍ରହ୍ମପୁର ପରେ ଅବସ୍ଥା ସଂକଟାପଣ୍ଣ ହେବାରୁ ଭୁବନେଶ୍ୱର ନେବା ସମୟରେ ତାର ମୃତୁ୍ୟ ଘଟିଥିଲା । ରାଜା ଜଣେ ଦଶମ ଶ୍ରେଣୀର ଛାତ୍ର ଥିଲେ ମ୍ୟାଟ୍ରିକ ପରିକ୍ଷା ଦେଇଥିଲେ । ଗ୍ରାମବାସୀଙ୍କ କହିବା କଥା ଅନୁଯାୟୀ ଗ୍ରାମରେ ଯାତ୍ରା ନିମନ୍ତେ ଗ୍ରାମର ସମସ୍ତ ବର୍ଗର ଲୋକଙ୍କ ଦ୍ୱାରା ରାଜିନାମା ହୋଇଥିଲା । ଯାତ୍ରା ସରିଲା ପର୍ଯ୍ୟନ୍ତ କୌଣସି ପ୍ରକାରର ଗଣ୍ଡଗୋଳ ନକରିବାକୁ ନିର୍ଦ୍ଦେଶ ମଧ୍ୟ ଗ୍ରାମ୍ୟ ଭଦ୍ର ଲୋକଙ୍କ ଦ୍ୱାରା କରାଯାଇଥିଲା । ପୁଲିସ ନିକଟରେ କରିଥିବା ଅଭିଯୋଗରେ ପରିବାର ବର୍ଗ କେବଳ ମାରିଥିବା ଘଟଣାକୁ ଦର୍ଶାଇଥିଲେ ହେଁ ଏହା ଏକ ନିର୍ବାଚନୀ ହିଂସା ବୋଲି କୁହାଯାଉଛି । ଅପରଗୋଷ୍ଠୀର ଏହା ଏକ ଏକ ସୁରପରିଳ୍ପିତ ଆକ୍ରମଣ ଯଦ୍ୱାରା ଏକ ନିରିହ ବାଳକର ଜୀବନ ଯାଇଛି । ତେଣୁ ଦୋଷୀଙ୍କ ବିରୁଦ୍ଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ପୁର୍ବ ନିଣ୍ଣୟ ମୁତାବକ ଆଜି ଗ୍ରାମକୁ ଗ୍ରାମଦେବୀ ଆସିଥାନ୍ତେ ଗ୍ରାମରେ ଯାତ୍ରା ଆରମ୍ବ ହୋଇଥାନ୍ତା । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା । ଗୁରୁତର ମାନେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିସିିତ ହେଉଥିବା ଜଣାପଡ଼ିଛି । ତେବେ ଶବ ବ୍ୟବଛେଦ ହୋଇ ଆସିବା ପରେ ଶେକାକୂଳ ପରିବେଷରେ ଅନ୍ତେଷ୍ଟି କରାଯାଇଛି । ଘଟରେ ପରେ ଅଭିଯୁକ୍ତ ମାନେ ଫେରାର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅତିରିକ୍ତ ଏସପି, ଚିକିଟି ଏସଡ଼ିପିଓ, କେନୂଆଗାଁ ଥାନ ଅଧିକାରୀ, ଦିଗପହଣ୍ଡି ଥାନା ଅଧିକାରୀ ଓ ଜରଡ଼ା ଥାନାଅଧିକାରୀଙ୍କ ସମେତ ଜରଡ଼ା ପୁଲିସ ପହଂଚି ତଦନ୍ତ ଚଳାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମକମଳ ଦେଖିବାକୁ ଭିଡ଼

ବ୍ରହ୍ମକମଳ ଦେଖିବାକୁ ଭିଡ଼

Read More...

ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ

ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page