ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

January 20, 2020, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ
Anupambharat News Bureau
January 20, 2020

ଭୁବନେଶ୍ୱର,୨୦ ।୧ (ଅନୁପମ ମିଡିଆ): ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାରେ ବାଧ୍ୟତାମୂଳକ ପାସ୍‌ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟବ୍ୟାପୀ କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ଦର୍ଶାଇବା ସହ ଏଥିପାଇଁ ଅଧିକ ସମୟ କିମ୍ବା ଆଗାମୀ ଶିକ୍ଷାବର୍ଷରୁ ଲାଗୁ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଗଣଶିକ୍ଷାମନ୍ତ୍ରୀ ସୋମବାର କହିଛନ୍ତି,ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କୁ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ରାଜଧାନୀର ପ୍ରମୁଖ କଲେଜ-ମହର୍ଷି, ରାଜଧାନୀ, ଦେବରାୟ, ବିଜୁ ପଟ୍ଟନାୟକ ଓ ଏକାମ୍ର କଲେଜ ଆଦିରେ ଛାତ୍ରଛାତ୍ରୀଙ୍କ ରୋଷ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତାରୋକ କରି ନିଷ୍ପତ୍ତିର ବିରୋଧ କରିଥିଲେ । ସାରା ରାଜ୍ୟରେ ଏଭଳି ଛାତ୍ର ଅଶାନ୍ତି ଦେଖି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ହୁଅନ୍ତୁ ନାହିଁ । ପୂର୍ବବର୍ଷ ମାନଙ୍କ ଭଳି ଏବର୍ଷ ମଧ୍ୟ ନିଜସ୍ୱ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ ଓ ଏଥର ପ୍ରଥମ ବର୍ଷ ପରୀକ୍ଷାକୁ ବ୍ୟବସ୍ଥିତ ଭାବେ କରାଯିବ । ଛାତ୍ରଛାତ୍ରୀଙ୍କୁ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍‌ ଲାଗି ୩୩ ପ୍ରତିଶତ ମାର୍କ ରଖିବାକୁ ବାଧ୍ୟତାମୂଳକ କରାଯିବ । ନଚେତ୍‌ ଦ୍ୱିତୀୟ ବର୍ଷକୁ ଯାଇ ହେବନାହିଁ ବୋଲି ଗତ ୧୪ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିଲା । ତେବେ ଏଥିପାଇଁ ଜଣେ ପରୀକ୍ଷାର୍ଥୀଙ୍କୁ ଦୁଇଟି ସୁଯୋଗ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

Read More...

ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page