ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

January 18, 2020, ଦେଶ, , Anupambharat News Bureau


ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ
Anupambharat News Bureau
January 18, 2020

ନାଗପୁର,୧୮ା୧: ନାଗରିକତ୍ୱ କେବଳ ଲୋକଙ୍କ ଅଧିକାର ନୁହେଁ ଏହା ସାମଜ ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ମଧ୍ୟ ବୁଝାଏ ବୋଲି ପ୍ରଧାନବିଚାରପତି ଶରଦ ବୋବଡ଼େ ଶନିବାର ପ୍ରକାଶ କରିଛନ୍ତି ।
ନାଗପୁରଠାରେ ରାଷ୍ଟ୍ରସନ୍ଥ ତୁକାଦୋଜି ମହାରାଜ ବିଶ୍ୱବିଦ୍ୟାଳୟର ୧୦୭ ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ଯେ ନାଗରିକ ହିସାବରେ ସମସ୍ତଙ୍କର ଦାୟିତ୍ୱ ରହିଛି । ନାଗରିକତା କେବଳ ଅଧିକାରକଥା କହେ ନାହିଁ, କର୍ତ୍ତବ୍ୟ କଥା ମଧ୍ୟ କହେ । ସେ କହିଛନ୍ତି ଯେ ଆଜିକାଲି ଶିକ୍ଷାର ବ୍ୟାପକ ବ୍ୟବସାୟୀକରଣ ହୋଇଛି । କେତେକ ଶିକ୍ଷା ପ୍ରତିଷ୍ଠାନ ଏହି ଲକ୍ଷ୍ୟରେ ଚାଲୁଛି । କିନ୍ତୁ ସେ ଗୁଡ଼ିକର ନା’ ନେବାକୁ ଚାହେଁ ନାହିଁ ବୋଲି ସେ କହିଛନ୍ତି । ତେବେ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ଗଠନ ଓ ପ୍ରଜ୍ଞା ଆହରଣ । ବିଶ୍ୱବିଦ୍ୟାଳୟ ଇଟା ଏବଂ ସିମେଣ୍ଟରେ ର୍ନିମାଣ କରାଯାଇଥିବା ଏକ ଉତ୍ପାଦନ କେନ୍ଦ୍ର ନୁହେଁ । ଏଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ହିଁ ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀଙ୍କ ଦ୍ୱାରା ସମାଜରେ ପ୍ରତିଫଳିତ ହୋଇଥାଏ । ବିଶ୍ୱବିଦ୍ୟାଳୟରେ ଶିକ୍ଷା ଶେଷ ପରେ ଶିକ୍ଷାର୍ଥୀ ଉପଯୁକ୍ତ ଚିନ୍ତାଧାରା ମାଧ୍ୟମରେ ସମାଜର ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ବୋବଡେ କହିଛନ୍ତି । ଏପରିକି ବିଶ୍ୱବିଦ୍ୟାଳୟ ମାତୃତୂଲ୍ୟ ବୋଲି ସେ କହିଥିଲେ । ଏହା ପିଲାଙ୍କୁ ଶିକ୍ଷାଦ୍ୱାରା ପରିପୁଷ୍ଟ କରେ । ଏଥିସହିତ ପୁରା ଜୀବଦଶା ମଧ୍ୟରେ ସୁରକ୍ଷାର କୌଶଳ ଶିଖାଏ ବୋଲି ସେ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

Read More...

ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page