ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

January 18, 2020, ଦେଶ, , Anupambharat News Bureau


ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା
Anupambharat News Bureau
January 18, 2020

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଦମଦାର ଅଭିନୟ ପାଇଁ ଗ୍ଲାମର ଦୁନିଆରେ ବେଶ ଚର୍ଚ୍ଚାରେ ରୁହନ୍ତି । ଆଜିକାଲି ସେ ନିଜ କ୍ୟାରିଅରର ଟପ୍‌ରେ ଅଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପାଇଁ ବିଦ୍ୟା ବ୍ୟସ୍ତ ରହୁଥିବା କଥା ଜଣାପଡିଛି ।
ଏହା ପୂର୍ବରୁ ଶେଷ ଥର ବିଦ୍ୟା ଅଭିନୀତ ମିଶନ ମଙ୍ଗଲ ଫିଲ୍ମ ସଫଳ ହୋଇଥିଲା । ଏହି ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିଥିଲା । ଏବେ ସେ ଅଧିକାଂଶ ନାରୀ କୈନ୍ଦ୍ରିକ ଫିଲ୍ମ କରୁଛନ୍ତି । ଏବେ ବିଦ୍ୟା ଫିଲ୍ମ ‘ଶକୁନ୍ତଳା ଦେବୀ’ ପାଇଁ ବ୍ୟସ୍ତ ଅଛନ୍ତି । ୨୦୨୦ ମସିହାରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି ।ଏହା ସହ ତାଙ୍କୁ ଆଉ ଏକ ଫିଲ୍ମ ଅଫର କରାଯାଇଛି । ବିଦ୍ୟା ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବେ ।
ଏହି ଫିଲ୍ମ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ ବାଘୁଣୀ ଅବ୍ନୀର ହତ୍ୟା ଉପରେ ଆଧାରିତ ଫିଲ୍ମରେ ବିଦ୍ୟାଙ୍କୁ ଦେଖିବାକୁ ମିଳିବ । ଗତ ବର୍ଷ ମହାରାଷ୍ଟ୍ରର ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମହାରାଷ୍ଟ୍ରର ପା„ରକାଓଡ଼ା ଅଞ୍ଚଳରେ ବାଘୁଣୀ ଅବ୍ନୀ ୧୩ ଜଣଙ୍କୁ ଶିକାର କରିଥିଲା । ସ୍ଥାନୀୟ ଅଞ୍ଚଳର ଲୋକେ ଖୁବ ଡରିଯାଇଥିଲେ । ଅବ୍ନୀକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢିଥିବାରୁ ତାକୁ ହତ୍ୟା କରାଯାଇଥିଲା । ତେବେ ଏହି ମୁଖ୍ୟ ପ୍ରସଙ୍ଗ ନେଇ ଏବେ ଏକ ଫିଲ୍ମ ତିଆରି କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହି ଘଟଣା ଉପରେ ଆଧାରିତ ଫିଲ୍ମରେ ବିଦ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଫିଲ୍ମରେ ସେ ଜଣେ ଫରେଷ୍ଟ ଅଫିସରର ଚରିତ୍ରରେ ନଜର ଆସିବେ । ଏହି ଭୂମିକା ପାଇଁ ବିଦ୍ୟା ଫିଟ୍‌ ବୋଲି କୁହାଯାଉଛି । ଏହା ପୂର୍ବରୁ ଶେଷ ଥର ବିଦ୍ୟା ଅଭିନୀତ ମିଶନ ମଙ୍ଗଲ ଫିଲ୍ମ ସଫଳ ହୋଇଥିଲା । ଏହି ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିଥିଲା । ଏବେ ସେ ଅଧିକାଂଶ ନାରୀ କୈନ୍ଦ୍ରିକ ଫିଲ୍ମ କରୁଛନ୍ତି । ଏବେ ବିଦ୍ୟା ଫିଲ୍ମ ‘ଶକୁନ୍ତଳା ଦେବୀ’ ପାଇଁ ବ୍ୟସ୍ତ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

Read More...

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page