ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

January 18, 2020, ଓଡ଼ିଶା, , Anupambharat News Bureau


 ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ
Anupambharat News Bureau
January 18, 2020

କଟକ, ୧୮ା୧ (ଅନୁପମ ମିଡିଆ): ପଶ୍ଚିମ ଓଡିଶା ଓକିଲମାନଙ୍କର କାର୍ଯ୍ୟବନ୍ଦ୍‌ ଆନ୍ଦୋଳନରେ ସାମିଲ ହୋଇଥିବା ବାର୍‌ ଆସୋସିଏସନ ଗୁଡିକୁ ଏଥିରୁ ଓହରିଯିବାକୁ ଓଡିଶା ଷ୍ଟେଟ୍‌ ବାର୍‌ କାଉନସିଲ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ କରାଯାଉଥିବା ଆନ୍ଦୋଳନରେ ସାମିଲ ହୋଇଥିବା ବାର ଆସୋସିଏସନମାନଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲା ବାର ଆସୋସିଏସନ, ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ଛାଡି ଅନ୍ୟ ସବୁ ବାର ଆସୋସିଏସନ ଏବଂ ବୈାଦ୍ଧ ବାର ଆସୋସିଏସନ ସେମାନଙ୍କର କାର୍ଯ୍ୟବନ୍ଦ୍‌ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି । ଅନ୍ୟ ବାର ଆସୋସିଏସନଗୁଡିକ ତୁରନ୍ତ ଉକ୍ତ କାର୍ଯ୍ୟବନ୍ଦ୍‌ ଆନ୍ଦୋଳନରୁ ଓହିର ଯଥାଶୀଘ୍ର କୋର୍ଟ କାର୍ଯ୍ୟରେ ଯୋଗଦାନ କରିବାକୁ ଓଡିଶା ଷ୍ଟେଟ୍‌ ବାର କାଉନସିଲ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଅନ୍ୟଥା ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଆଇନ ପରିଷଦ ଦ୍ୱାରା ଉକ୍ତ ବାର ଆସୋସିଏସନମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡିଶା ରାଜ୍ୟ ବାର କାଉନସିଲ ସଚିବ ଜେ କେ ସାମନ୍ତସିଂହାର ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ

ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ

Read More...

 ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର

ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page