ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ

January 18, 2020, ଓଡ଼ିଶା, , Anupambharat News Bureau


 ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ
Anupambharat News Bureau
January 18, 2020

ଯୋଡ଼ା ୧୮ା୧ (ଅନୁପମ ମିଡିଆ) ରାଜ୍ୟ ସରକାରଙ୍କର ଖଣି ନିଲାମ ପ୍ରକ୍ରିୟାରେ, ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି ଗୁଡିକର କାର୍ଯ୍ୟରତ ଶ୍ରମିକ , ପରିବହନ ଟ୍ରକର ଡ୍ରାଇଭର ଓ ହେଲପର କିପରି ପୁନଃ ଖଣି ଖୋଲିଲେ ନିଯୁକ୍ତି ଓ ଥଇଥାନ ପାଇପାରିବେ ଏନେଇ ଶ୍ରମିକ ସଂଘ ଏଆଇଟିୟୁସି ପକ୍ଷରୁ ଜାନୁଆରୀ ୨୦ ତାରିଖ ଦିନ ଭୁବନେଶ୍ୱର ସଚିବାଳୟରେ ଧାରଣା ଦେବାର ଆହ୍ୱାନ ଦିଆଯାଇଛି । ଏଆଇଟିୟୁସି ଶ୍ରମିକ ସଂଘର ରାଜ୍ୟ ସାଧାରଣ ସଂପାଦକ ମହେଶ୍ୱର ରାଉତ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାରେ କେନ୍ଦୁଝର ଓ ସୁନ୍ଦରଗଡ ଜିଲାରେ ଚାଲୁଥିବା ୨୦ ଗୋଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାକି, ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଉକ୍ତ ଖଣି ଗୁଡିକ ବନ୍ଦ ହୋଇଯିବ । ବନ୍ଦ ହେବାକୁ ଥିବା ବଡ ଖଣି ଯଥା- ଏସେଲ ମାଇନିଂ , ରୁଙ୍ଗଟା ଖଣି, ସିରାଜୁଦ୍ଦିନ୍‌ ଖଣି ଓ କେଜେଏସ୍‌ ଆହାଲୁଓାଲିଆ ଖଣିରେ ହଜାର ହଜାର ଶ୍ରମିକ କାର୍ଯ୍ୟରତ ଅଛନ୍ତି । ସରକାରଙ୍କ ନିଲାମ ପ୍ରକ୍ରିୟାରେ ଉକ୍ତ ଖଣି ଗୁଡିକରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ନୂତନ ଲିଜ୍‌ଧାରୀମାନେ ବାଧ୍ୟତାମୂଳକ ନିଯୁକ୍ତି ଦେବା ପାଇଁ କୌଣସି ସର୍ତ ସରକାରଙ୍କ ପକ୍ଷରୁ କରାଯାଇନାହିଁ । ନିଲାମ ପରେ ସରକାରୀ ବୈଧାନିକ ଅନୁମୋଦନର ଆବଶ୍ୟକତା ରହିଥିବାରୁ ପୁନଃ ଖଣି ଖୋଲିବା ପାଇଁ ଦୀର୍ଘ ସମୟ ଲାଗିବା ଆଶଙ୍କା ରହିଛି । ତେବେ ଏହି ସମୟ ମଧ୍ୟରେ କାର୍ଯ୍ୟରତ ଶ୍ରମିକଙ୍କୁ ନୂତନ ଲିଜ୍‌ ଧାରୀମାନେ ବାଧ୍ୟତାମୂଳକ ଦରମା ଦେବା ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଦାବି କରାଯାଇଛି । ବଣ ଜଙ୍ଗଲଭରା ଆଦିବାସୀ ଅଧୁଷିତ ଅଂଚଳରେ ଖଣି ଗୁଡିକ ଥିବାରୁ ଏଠାକାର ସ୍ଥାନୀୟ ଆଦିବାସୀମାନେ ପ୍ରାୟତଃ ଖଣି ଉପରେ ନିର୍ଭର କରିଥାନ୍ତି । ଖଣିରେ କାର୍ଯ୍ୟ କରି କିମ୍ବା ପରିବହନ କ୍ଷେତ୍ରରେ ନିଯୁକ୍ତି ପାଇ ନିଜର ଜୀବିକା ଅର୍ଜନ କରିଥାନ୍ତି । ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଋଣ ନେଇ ଟ୍ରକ ଡମ୍ପର କ୍ରୟ କରି ଖଣିଜ ପଦାର୍ଥ ପରିବହନରେ ବ୍ୟବସାୟ କରୁଛନ୍ତି । ଖଣି ଅଂଚଳରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟ୍ରକ ଡମ୍ପର ଚଳାଚାଳ କରୁଛି । ଖଣି ବନ୍ଦ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ । ସେହିଭଳି ଓଡିଶା ଖଣି ନିଗମ (ଓଏମସି) ଏବଂ ଓଏମଡିସି ଭଳି ସରକାରୀ ଖଣି ଗୁଡିକ ଦୀର୍ଘ ବର୍ଷ ହେବ ବନ୍ଦ ହୋଇ ପଡିରହିଛି । ଏହି ଖଣିରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ ପୁନଃ ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି । ଅନେକ ଖଣିରେ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ମଧ୍ୟ ପାଇପାରିନାହାନ୍ତି । ତେଣୁ ବନ୍ଦ ଥିବା ସରକାରୀ ଖଣି ଗୁଡିକୁ ତୁରନ୍ତ ଚାଲୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ସରକାରୀ ଖଣି ଗୁଡିକ ପରିବେଶ ଅନୁମୋଦନ ପାଇନଥିବାରୁ ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଛି । ୨୦୨୦ ମାର୍ଚ୍ଚ ମାସ ପରଠାରୁ ସମସ୍ତ ଖଣି ଗୁଡିକ ବନ୍ଦ ହେଲେ ଶ୍ରମିକମାନଙ୍କର ଆର୍ଥିକସ୍ଥିତି ତଥା ୨ ଟି ଜିଲାର ଅର୍ଥନୈତିକ ଅବସ୍ଥା ଦୁର୍ବଳ ହେବା ସହିତ ପ୍ରାୟ ଲକ୍ଷାଧିକ ଲୋକ ବେରୋଜଗାର ହୋଇଯିବେ । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅନ୍ଧାର ହୋଇଯାଉଥିବା ଶ୍ରମିକମାନଙ୍କର ଭବିଷ୍ୟତ ନେଇ ରାଜ୍ୟ ସରକାରଙ୍କଠାରେ ଦାବି ଉପସ୍ଥାପନ କରାଯାଉଥିଲେ ହେଁ , ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯାଉନାହିଁ । ସୂଚନା ଯୋଗ୍ୟ ଯେ, ସମୂଚୟ ଯୋଡା ବ୍ଲକରେ ୧୦୧ ଗୋଟି ଖଣି ବିସ୍ତିର୍ଣ୍ଣ ଅଂଚଳକୁ ମାଡିବସିଥିବା ବେଳେ ମାତ୍ର ୧୨ ହଜାର ୩୨୦ ହେକଫର ଜମିରେ ଚାଷ ହେଉଛି । ତନ୍ମଧ୍ୟରୁ ପ୍ରାକୃତିକ ଓ କୃତିମ ଭାବେ ମାତ୍ର ୧ହଜାର ହେକଫର ଜମି ଜଳସେଚିତ ଏବଂ ପ୍ରାୟ ୩ ହଜାର ହେକଫର ଜମି ସିଧାସଳଖ ଖଣିଖନନ ହେତୁ କ୍ଷତିଗ୍ରସ୍ଥ ହୋଇଛି ବୋଲି ଯୋଡା ବ୍ଲକ କୃଷି ଅଧିକାରୀ ପ୍ରଫୁଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏହାକୁ ଅବଲୋକନ କଲେ ସ୍ପଷ୍ଟ ଜଣାପଡେଯେ, ଅଂଚଳରେ ଥିବା ଜନସାଧାରଣ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣି ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ । ତେବେ ଖଣି ବନ୍ଦ ହୋଇଯିବା ଆଶଙ୍କା ଅଂଚଳବାସୀଙ୍କ ନିଦ ହଜାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର

ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର

Read More...

ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page