ପୃଥ୍ୱୀ-୨ର ସଫଳ ପରୀକ୍ଷଣ

December 03, 2019, ଓଡ଼ିଶା, , Anupambharat News Bureau


ପୃଥ୍ୱୀ-୨ର  ସଫଳ ପରୀକ୍ଷଣ
Anupambharat News Bureau
December 03, 2019

ବାଲେଶ୍ୱର, ୩ା୧୨ (ଅନୁପମ ମିଡ଼ିଆ): ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ବାଲେଶ୍ୱର ଚାନ୍ଦିପୁରରୁ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ର ସଫଳ ଉତ୍‌କ୍ଷେପଣ ହୋଇଛି । ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ସନ୍ଧ୍ୟା ୭ଟା ୪୮ ମିନିଟ୍‌ରେ ଉତ୍‌କ୍ଷେପଣ ହୋଇଛି । ପୃଥ୍ୱୀ-୨ର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର । ତା’ସହ ୫୦୦ରୁ ୧୦୦୦ କେଜି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ୧୯୯୬ ମସିହାରେ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପ୍ରଥମେ ପରୀକ୍ଷା କରାଯାଇଥିଲା । ସେତେବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ଥିଲା ୨୫୦ କିଲୋମିଟର । ଏହାକୁ ଭାରତୀୟ ବାୟୁସେନାରେ ୧୯୯୯ ମସିହାରେ ସାମିଲ କରାଯାଇଥିଲା । ୨୦୦୨ ମସିହାରୁ ଭାରତୀୟ ସ୍ଥଳସେନା ଏହି କ୍ଷେପଣାସ୍ତ୍ରକୁ ବାୟୁସେନାର ସହାୟତାରେ ବ୍ୟବହାର କରିଆସୁଛି । ତେବେ ଏହି କ୍ଷେପଣାସ୍ତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯାଇ ଏହାର ଲକ୍ଷ୍ୟଭେଦକୁ ୩୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁରୁବାରରୁ ବଢ଼ିବ ଶୀତ

ଗୁରୁବାରରୁ ବଢ଼ିବ ଶୀତ

Read More...

ମେଡିକାଲ ସିଟ୍‌ ନାଁରେ  ୬୯ ଲକ୍ଷ ଠକେଇ, ଜଣେ ଗିରଫ

ମେଡିକାଲ ସିଟ୍‌ ନାଁରେ ୬୯ ଲକ୍ଷ ଠକେଇ, ଜଣେ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page