ବରଗଡ଼ ଧନୁଯାତ୍ରା ଆରମ୍ଭରୁ ବିବାଦ!

November 05, 2019, ଓଡ଼ିଶା, , Anupambharat News Bureau


ବରଗଡ଼ ଧନୁଯାତ୍ରା ଆରମ୍ଭରୁ ବିବାଦ!
Anupambharat News Bureau
November 05, 2019

ବରଗଡ଼,୫ା୧୧(ଅନୁପମ ମିଡିଆ): ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ଭାବରେ ବିବେଚନା କରାଯାଉଥିବାବେଳେ ନିକଟରେ ହେବାକୁ ଥିବା ୭୧ତମ ଧନୁଯାତ୍ରା ପ୍ରସ୍ତୁତି ବୈଠକରୁ ହିଁ ଆରମ୍ଭ ହୋଇଥିବା ବିବାଦ ପାଇଁ ଜିଲାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିବା ସହିତ କଳାପ୍ରେମୀ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛିଛ ଚଳିତ ଧନୁଯାତ୍ରା ପାଇଁ ଆଜି ହୋଇଥିବା ଏକ ଗୁରୁିବପୂର୍ଣ୍ଣ ବୈଠକରେ କଂସ କଳାକାର ସହିତ ମହାମନ୍ତ୍ରୀ, ସେନାପତି ଭୂମିକାରେ ଅଭିନୟ କରୁଥିବା କଳାକାର ଚୟନ ଚୟନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲାଛଏହି ବୈଠକରେ ଅତିରିକ୍ତ ଜିଲାପାଳ ର୍ମିଧା ଟପୋ ଅଧ୍ୟକ୍ଷତା କରିଥିବାବେଳେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍‌ର ଶତପଥୀ, ନକୁଳ ବାଦୀ,ଭୁବନ ଭୋଇ, ହରିହର ମିଶ୍ର, ଅଶୋକ ବେହେରା ଅଂଶ ଗ୍ରହଣ କରିଥିଲେଛ ବୈଠକ ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିରିକ୍ତ ଜିଲାପାଳ ଏବଂ ଆବାହକ ଚଳିତ ଧନୁଯାତ୍ରା ପାଇଁ କଳାକାର ମାନେ ଆସନ୍ତା ୧୬ ତାରିଖ ଭିତରେ ହେବାକୁ ଥିବା ଚୟନ ପ୍ରକିୟାରେ ଭାଗ ନେଇ ପାରିବେ ବୋଲି ସୂଚନା ଦେବା ସହିତ ଇଚ୍ଛୁକ କଳାକାର ମାନେ କେଉଁ ଆଧାରରେ ଏହି ଚୟନ ପ୍ରକିୟାରେ ସାମିଲ ହୋଇ ପାରିବେ ଖୁବଶିଘ୍ର ବିଧିବଦ୍ଧ ଭାବରେ ଗଣମାଧ୍ୟମରେ ସୂଚନା ଦିଆଯିବ ବୋଲି କହିଛନ୍ତିଛ ଏଠାରେ ସୂଚନାଯୋଗ୍ୟ ଯେ ବିଗତ ବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ଗତ ଦୁଇବର୍ଷ ଆଗରୁ ହୋଇଥିବା ଚୟନ ପ୍ରକିୟାରେ ଭାଗ ନେବା ସହିତ ୨୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମହାରାଜ ଭୂମିକା ପାଇଁ ର୍ନିବାଚିତ ହୋଇଥିଲେ ଏବଂ ସେହି ସମୟରେ ଧନୁଯାତ୍ରା ମହୋତ୍ସବ ସମିତି ଘୋଷଣା କରିଥିଲାଯେ ଆସନ୍ତା ତିନି ବର୍ଷ ପାଇଁ ଭୁବନେଶ୍ୱର ପ୍ରଧାନ ବରଗଡ଼ ଧନୁଯାତ୍ରା ମସୋତ୍ସବ ପାଇଁ କଂସ ଭୂମିକା ତୁଲାଇବେଛ ଏଠାରେ ପ୍ରଶ୍ନ ଉଠୁଛି ଯେ, ଶ୍ରୀ ପ୍ରଧାନ ଦୁଇବର୍ଷ ଅଭିନୟ କରିଥିବାରୁ ପୁଣିଥରେ କଂସ ଚରିତ୍ର ପାଇଁ ଚୟନ କରିବା ନିଷ୍ପତ୍ତିକୁ ଅନେକ ବୁଦ୍ଧିଜୀବୀ ଗ୍ରହଣ କରି ପାରୁନାହାନ୍ତିଛ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

Read More...

ବନ୍ଧୁକ ମୁନରେ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ

ବନ୍ଧୁକ ମୁନରେ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page