ଆସୁଛି ‘ବୁଲବୁଲ’ ବାତ୍ୟା !

November 04, 2019, ଓଡ଼ିଶା, , Anupambharat News Bureau


 ଆସୁଛି ‘ବୁଲବୁଲ’ ବାତ୍ୟା   !
Anupambharat News Bureau
November 04, 2019

ଭୁବନେଶ୍ୱର, ୪ା୧୧ (ଅନୁପମ ମିଡ଼ିଆ): ଲଘୁଚାପର ରୂପନେଲା ଘୂର୍ଣ୍ଣିବଳୟ । ତା’ସହିତ ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା ବି ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି । ତେବେ ଲଘୁଚାପ, ଅବପାତର ରୂପ ନେବା ପରେ ବାତ୍ୟା ଓ ଏହାର ଗତିପଥ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଇଏମଡି ଡିଜି କହିଛନ୍ତି । ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଉପକୂଳ ଓଡ଼ିଶା ଆଡ଼କୁ ମୁହାଁଇବ ବୋଲି ଆକଳନ କରାଯାଉଛି ।
ବିଦେଶର ବିଭିନ୍ନ ପାଣିପାଗ ସଂସ୍ଥା ମଧ୍ୟ ବାତ୍ୟା ହେବାନେଇ ଆକଳନ କରିଛନ୍ତିଛ ତେବେ ଏ ଲଘୁଚାପ ବାତ୍ୟା ରୂପ ନେଲେ ତା ନାଁ ହେବ ବୁଲ୍ୱୁଲ୍‌ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଧୀରେ ଧୀରେ ଏହି ଆଶଙ୍କା ଦୃଢୀଭୂତ ହେବାରେ ଲାଗିଛି ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା େୱଲ୍‌ ମାର୍କଡ୍‌ ଲୋ ପ୍ରେସର୍‌ ଓ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଅର୍ଥାତ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବା ଆଇଏମ୍‌ଡିର ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ୮ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ସାମନ୍ୟା ବର୍ଷା ଏବଂ ୯-୧୦ରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହି ସମୟରେ ସମୁଦ୍ର ବି ଅଶାନ୍ତ ରହିବ । ତେବେ ଡିପ୍ରେସନ୍‌, ବାତ୍ୟାରେ ପରିଣତ ହେଲେ ତା’ର ପ୍ରଭାବ କେତେ ରହିବ, କେଉଁ ଆଡ଼କୁ ମୁହାଁଇବ ସେ ନେଇ ଆଇଏମ୍‌ଡି କୌଣସି ସୂଚନା ଦେଇନାହିଁ । ବିଭିନ୍ନ ସଂସ୍ଥା ମଧ୍ୟ ବାତ୍ୟା ହେବା ନେଇ ଆକଳନ କରୁଛନ୍ତି । ୟୁଏସ୍‌ ନେଭିର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟରର ଆକଳନ କହୁଛି, ଆସନ୍ତା ୯୬ ଘଣ୍ଟା ଅର୍ଥାତ ନଭେମ୍ବର ୮ ସୁଦ୍ଧା ଲଘୁଚାପ, ବାତ୍ୟାର ରୂପ ନେବ ସେହିଭଳି ଆମେରିକାର ଗ୍ଲୋବାଲ୍‌ ଫର୍କାଷ୍ଟ ସିଷcମ୍‌ ଏବଂ ୟୁରୋପିୟନ୍‌ ସେଣ୍ଟର ଫର୍‌ ମିଡିୟମ୍‌ ରେଞ୍ଜ େୱଦର ଫୋରକାଷ୍ଟ ମଧ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି । ଇଣ୍ଡିଆନ୍‌ ନ୍ୟାସନାଲ୍‌ ସେଣ୍ଟର ଫର୍‌ ଓସେନ୍‌ ଇନଫର୍ମେସନ୍‌ ସର୍ଭିସ ମଡେଲ୍‌ ବି ବାତ୍ୟା ହେବାକଥା ସୂଚାଉଛି ।
ତେବେ ୟୁରୋପିୟନ୍‌ ସେଣ୍ଟର ଫର୍‌ ମିଡିୟମ୍‌ ରେଞ୍ଜ େୱଦର ଫୋରକାଷ୍ଟ ଓ ଇନେPାଏସର ମଡେଲ୍‌ ଦର୍ଶାଉଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ମତ ବର୍ତ୍ତମାନର ପାଗ ବାତ୍ୟା ସୃଷ୍ଟି କରିବାରେ ସହାୟକ ହେବ । ସେପଟେ ରାଜସ୍ୱମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ସବୁବେଳ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଭୟଭୀତ ହେବାର କାରଣ ନାହିଁ । ଚଳିତ ବର୍ଷ ମେ ମାସରେ ବାତ୍ୟା ଫୋନି ମାଡ଼ ପରେ ଅଣ୍ଟାସଳଖି ଛିଡା
ହୋଇପାରିନାହାନ୍ତି ରାଜ୍ୟବାସୀ । ଏଭଳି ସ୍ଥିତିରେ ଆଉ ଏକ ବାତ୍ୟାର ପଦଧ୍ୱନୀ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଫସଲ ଚିନ୍ତା ମଞ୍ଚାରେ ବିତୁଛି ଜୀବନ

ଫସଲ ଚିନ୍ତା ମଞ୍ଚାରେ ବିତୁଛି ଜୀବନ

Read More...

 ରାଜଧାନୀରେ ଗର୍ଜିଲେ ଗାଁସାଥୀ

ରାଜଧାନୀରେ ଗର୍ଜିଲେ ଗାଁସାଥୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page