ମା’ ସାମ୍ନାରେ ଜଳିଗଲା ଝିଅ

November 02, 2019, ଓଡ଼ିଶା, , Anupambharat News Bureau


ମା’ ସାମ୍ନାରେ ଜଳିଗଲା ଝିଅ
Anupambharat News Bureau
November 02, 2019

ଭଦ୍ରକ, ୨ା୧୧ (ଅନୁପମ ମିଡିଆ) ମା’ ସାମ୍ନାରେ ଜଳିଗଲା ଝିଆ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଝିଅକୁ ବଞ୍ଚାଇ ପାରିଲାନି ମା’ । ୯୯ପ୍ରତିଶତ ପୋଡ଼ିଯାଇଥିବା ଝିଅକୁ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତୀ କରିଥିଲେ ମଧ୍ୟ, ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତକାଜଣକ ହେଲେ ଭଦ୍ରକ ବ୍ଲକ ଅଣ୍ଡେଇପଲ୍ଲୀ ନିକଟସ୍ଥ ସିଙ୍ଗଡ଼ା ଗ୍ରାମର ସୁନିତା ପରିଡ଼ା(୨୧) । ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ସିଙ୍ଗଡ଼ା ଗ୍ରାମରେ । ସୂଚନା ଅନୁଯାୟୀ ସୁନିତା ଆଜି ରାତିରେ ରୋଷେଇ କରୁଥିବା ସମୟରେ ତା’ ଡ଼୍ରେସରେ ନିଆଁ ଲାଗି ଯାଇଥିଲା । ଭୟରେ ପଛକୁ ଫେରି ଆସୁଥିବା ସମୟରେ ରୋଷେଇ ଘରେ ଥିବା ଏକ କିରୋସିନି ଡ଼୍ରମକୁ ଝୁଣ୍ଟି ପଡ଼ିଥିଲା । ଫଳରେ ନିଆଁ ଭୟଙ୍କର ଆକାର ଧାରଣ କରିଥିଲା । ଏପରି ଅବସ୍ଥା ଦେଖି ସୁନିତାଙ୍କ ମା’ ଏକ କମ୍ବଳ ସାହାର୍ଯ୍ୟରେ ନିଆଁ ଲିଭାଇଥିଲେ । କିନ୍ତୁ ସେତେବେଳକୁ ସୁନିତା ଶରୀରର ୯୯ ଭାଗ ପୋଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ସୁନିତାକୁ ଜିଲ୍ଲା ଚିକିସିାଳୟକୁ ଆଣିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମାଞ୍ଚଳ ପୁଲିସ ଏହି ଘଟଣାରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

Read More...

ଏମିତି ବି ମୃତୁ୍ୟ ଆସେ, ଭାଇ ପଛରେ ଚାଲିଗଲା ଭାଇର ଜୀବନ

ଏମିତି ବି ମୃତୁ୍ୟ ଆସେ, ଭାଇ ପଛରେ ଚାଲିଗଲା ଭାଇର ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page