ସୌରଶକ୍ତି ସାହାଯ୍ୟରେ କାର୍‌ ଚଳାଇବା କଳା ଶିଖାଉଛନ୍ତି ଜନାର୍ଦ୍ଦନ

October 23, 2019, ଓଡ଼ିଶା, , Anupambharat News Bureau


ସୌରଶକ୍ତି ସାହାଯ୍ୟରେ କାର୍‌ ଚଳାଇବା କଳା ଶିଖାଉଛନ୍ତି ଜନାର୍ଦ୍ଦନ
Anupambharat News Bureau
October 23, 2019

କେନ୍ଦୁଝର,୨୩ା୧୦(ଅନୁପମ ମିଡିଆ): ସାଂପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବାବେଳେ କେହି କେହି ଏହାକୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର କାରଣ କହୁଥିବାବେଳେ ଆଉ କେତେକ ସରକାରୀ ଦୋଷ ଦୁର୍ବଳତାକୁ ଦାୟୀ କରୁଛନ୍ତି । କି;ୁ ଏସବୁ ଆଲୋଚନା ଓ ସମାଲୋଚନାରୁ ଦୂରକୁ ଯାଇ କେନ୍ଦୁଝର ଜିଲ୍ଲାର ଜନାର୍ଦ୍ଦନ ଗିରି ସୌରଶକ୍ତି ସାହାଯ୍ୟରେ ବା ସୋଲାର ସିଷ୍ଟମରେ କାର୍‌ ଚଳାଇବାର କୌଶଳ ଉଦ୍ଭାବନ କରିଛନ୍ତି । ଜନାର୍ଦ୍ଦନଙ୍କ ଏହି ସୌରଶକ୍ତି ଚାଳିତ କାର କେବଳ ଯେ ପେଟ୍ରୋଲ ଓ ଡିଜେଲର ସଂରକ୍ଷଣ କରିପାରୁଛି ତା’ନୁହେଁ ଏହା ପ୍ରଦୂଷଣମୁକ୍ତ ମଧ୍ୟ ହୋଇପାରିଛି । ଜଣେ ଅବସରପ୍ରାପ୍ତ ବୈଜ୍ଞାନିକ ଭାବରେ ଜନାର୍ଦ୍ଦନଙ୍କ ସୁନାମ ରହିଥିବାବେଳେ ସଂପ୍ରତି ଭାରତବର୍ଷରେ ୪ଚକିଆ ଯାନର ଚାହିଦା ସାଙ୍ଗକୁ ପେଟ୍ରୋଲ ଡିଜେଲର ଆବଶ୍ୟକତା ସାଧାରଣ ଲୋକଙ୍କୁ ବିବ୍ରତ କରୁଥିବାବେଳେ ଏହାର ବିକଳ୍ପ ଭାବରେ ଏହି ବ୍ୟାଟେରୀ ଚାଳିତ ଗାଡିକୁ ତିଆରି କରିଛନ୍ତି ଜନାର୍ଦ୍ଦନ । ମାତ୍ର ଏକ ଲକ୍ଷ ଟଙ୍କା ଖର୍ଚ୍ଚରେ ୪ଜଣ ବସି ପାରିବା ପରି ଏହି କାରକୁ ସୌରଶକ୍ତି ମାଧ୍ୟମରେ ଯେ ଚାର୍ଜ ହୋଇପାରିବ ତା’ନୁହେଁ ବିଦୁ୍ୟତ ସହାୟତାରେ ମଧ୍ୟ ଚାର୍ଜ ହୋଇପାରିବ । ଥରେ ସଂପୂର୍ଣ୍ଣ ଚାର୍ଜ ହେଲେ ଏହା ୯୦କିଲୋମିଟର ଚାଲିପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ସୋଲାର ସିଷ୍ଟମ କାର ସଂପର୍କରେ ଶ୍ରୀ ଗିରି ସୂଚନା ଦେଇ ପ୍ରକାଶ କରନ୍ତି ଯେ ଦୁଇଟି ସୋଲାର ପ୍ଲେଟରେ ଦୁଇଟି ବ୍ୟାଟେରୀ ସଂଯୁକ୍ତ କରି ଏହା ସୂର୍ଯ୍ୟକିରଣ ମାଧ୍ୟମରେ ଚାର୍ଜ କରାଯାଇପାରିବ । ଗାଡି ଚାଲୁଥିବା ସମୟରେ ମଧ୍ୟ ବ୍ୟାଟେରୀ ଚାର୍ଜ ହୋଇପାରିବ । କେନ୍ଦୁଝର ଜିଲ୍ଲାର ବଡପଶି ନିକଟବର୍ତ୍ତୀ ଗୋପାଳପୁରଠାରେ ରହୁଥିବା ଜନାର୍ଦ୍ଦନ ଗିରି ନିଜ ପରିଣତ ବୟସରେ ମଧ୍ୟ ବେଶ ସକ୍ରିୟ ହୋଇଥିବାବେଳେ ଏହି କୌଶଳକୁ ଅବଲମ୍ବନ କରି ଅଧିକ ମାତ୍ରାରେ ଯାନବାହାନ ଚଳାଚଳ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ - ମହିଳା ସଂଘ

ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ - ମହିଳା ସଂଘ

Read More...

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା,ଅଭିଯୁକ୍ତ ଗିରଫ

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା,ଅଭିଯୁକ୍ତ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page