କେନ୍ଦୁଝର ରିଜର୍ଭ ପଡିଆଠାରେ ୬୦ତମ ପୋଲିସ ସହିଦ୍‌ ଦିବସ

October 21, 2019, ଓଡ଼ିଶା, , Anupambharat News Bureau


 କେନ୍ଦୁଝର ରିଜର୍ଭ ପଡିଆଠାରେ ୬୦ତମ ପୋଲିସ ସହିଦ୍‌ ଦିବସ
Anupambharat News Bureau
October 21, 2019

କେନ୍ଦୁଝର, ୨୧ା୧୦: କେନ୍ଦୁଝର ରିଜର୍ଭ ପୋଲିସ ପଡିଆଠାରେ ୬୦ତମ ପୋଲିସ ସହିଦ ଦିବସ ଭାବଗମ୍ଭୀର ପରିବେଶ ମଧ୍ୟରେ ସୋମବାର ଦିନ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସମ୍ମିଳିତ ପ୍ୟାରେଡରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଅଭିବାଦନ ଗ୍ରହଣ କରିଥିବାବେଳେ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସମ୍ବୋଧନରେ ଏସ୍‌ପି ଶ୍ରୀ ମହାପାତ୍ର ସହିଦ୍‌ ହୋଇଥିବା ପୋଲିସ କର୍ମଚାରୀ ଓ ଯବାନଙ୍କ ଗୌରବ ସଂପର୍କରେ ସ୍ମରଣ କରିଥିବାବେଳେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସହିଦ୍‌ ହୋଇଥିବା ୨୯୨ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କ ସ୍ମୃତିଚାରଣ କରିଥିଲେ । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶର ୨ଜଣ,ଅରୁଣାଚଳ ପ୍ରଦେଶର ୩ଜଣ,ବିହାରର ୭ଜଣ,ଛତିଶଗଡର ୧୪ଜଣ,ହରିୟାଣାର ୩ଜଣ,ହିମାଚଳପ୍ରଦେଶର ଜଣେ,ଜାମ୍ମୁ ଏବଂ କାଶ୍ମୀରର ୨୪ଜଣ,ଝାଡଖଣ୍ଡର ୫ଜଣ,କର୍ଣ୍ଣାଟକର ୧୨ଜଣ,ମଧ୍ୟପ୍ରଦେଶର ୨ଜଣ,ମହାରାଷ୍ଟ୍ରର ୨୦ଜଣ,ମଣିପୁରର ୨ଜଣ,ଓଡିଶାର ୨ଜଣ,ରାଜସ୍ଥାନର ୧୦ଜଣ,ସିMିମ୍‌ର ଜଣେ,ତ୍ରିପୁରାର ଜଣେ,ଉତ୍ତରପ୍ରଦେଶର ୫ଜଣ,ଉତ୍ତରାଖଣ୍ଡର ଜଣେ,ପଶ୍ଚିମବଙ୍ଗର ୭ଜଣ,ଦିଲ୍ଲୀର ୧୦ଜଣ,ଆସାମ ରାଇଫଲର ୩ଜଣ,ବିଏସ୍‌ଏଫ୍‌ ର ୪୧ଜଣ,ସିଆଇଏସ୍‌ଏଫ୍‌ ର ୬ଜଣ,ସିଆର୍‌ପିଏଫ୍‌ ର ୬୭ଜଣ,ଆଇଟିବିପିର ୨୩ଜଣ,ଏସ୍‌ଏସ୍‌ବିର ୫ଜଣ,ଏନ୍‌ଡିଆର୍‌ଏଫ୍‌ର ୪ଜଣ ଏବଂ ଆର୍‌ପିଏଫ୍‌ର ୧୧ଜଣ କର୍ତ୍ତବ୍ୟ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇ ସହୀଦ ହୋଇଥିବାରୁ ତାଙ୍କର ସ୍ମୃତିଚାରଣ କରାଯିବା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ରିଜର୍ଭ ଇନ୍ସପେକଫର ବିମଲ ଚନ୍ଦ୍ର ରାଉତ ପ୍ୟାରେଡ ପରିଚାଳନା କରିଥିବାବେଳେ ସରଜେଣ୍ଟ ରାକେଶ କୁମାର ସ୍ୱାଇଁ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ କୁମାର ପରିଡା,ଡିଆଇବି ଡିଏସ୍‌ପି ହରେଶ ଚନ୍ଦ୍ର ପାଣ୍ଡେ,ଡିଏସ୍‌ପି ଆକାଉଣ୍ଟ ସୁବୋଧ କୁମାର ମଲ୍ଲିକ,ଡିଏସ୍‌ପି ଏଚ୍‌ଆରପିସି ଗୋଷନାଲ ବାଲା,ସଦର ଏସ୍‌ଡିପିଓ ପ୍ରକାଶ ଜେମ୍ସ ଟପୋ,ସେକେଣ୍ଡ ଏସ୍‌ଏସ୍‌ବିଏନ୍‌ର କମାଣ୍ଡାଣ୍ଟ ନୃସିଂହ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ପୋଲିସ ଅଧିକାରୀମାନେ ସହିଦ୍‌ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ବିଜେପିର ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ବିଜେପିର ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

Read More...

 ଚିକିତ୍ସାଧିନ ଅବସ୍ଥାରେ କଏଦୀ ମୃତ  ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଚିକିତ୍ସାଧିନ ଅବସ୍ଥାରେ କଏଦୀ ମୃତ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page