ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଆହତ

October 05, 2019, ଓଡ଼ିଶା, , Anupambharat News Bureau


ଏନ୍‌କାଉଣ୍ଟରରେ  ଦୁଇ ଅପରାଧୀ ଆହତ
Anupambharat News Bureau
October 05, 2019

କେନ୍ଦ୍ରାପଡା,୫ା୧୦(ଅନୁପମ ମିଡିଆ): ଶୁକ୍ରବାର ବିଳମ୍ବିତ ରାତିରେ ମାର୍ଶାଘାଇ ପୋଲିସର ଏନ୍‌କାଉଣ୍ଟରେ ଦୁଇ ଅପରାଧୀ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ କିଛିଦିନ ତଳେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମ ରାସ୍ତାରେ ଗଗନ ବିହାରୀ ସାହୁ ନାମକ ଏକ ଔଷଧ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମଣିକୁଣ୍ଡା ଗ୍ରାମର ଭେଲୁ ଓରଫ ଅନନ୍ତ ଜେନା ଓ ତାର ସହଯୋଗୀ ମାଣିତ୍ରୀ ଗ୍ରାମର ମିଟୁନା ଓରଫ ପ୍ରଭାତ ନାୟକଙ୍କୁ ପୋଲିସ ଖୋଜୁଥିଲା । ତେବେ ଶୁକ୍ରବାର ରାତି ପ୍ରାୟ ୩ଟାରେ ମାର୍ଶାଘାଇ କ୍ରସିଂ ନିକଟରେ ଜଗିରହିଥିବା ପୋଲିସ ସହ ଏହି ଦୁଇ ଅପରାଧୀଙ୍କ ମୁହାଁମୁହିଁ ହୋଇଥିଲା । ତେବେ ପୋଲିସ ହାବୁଡ଼ରୁ ଖସିବା ଲାଗି ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ତେବେ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା ବାଧ୍ୟ ହୋଇ ଆତ୍ମରକ୍ଷା ନିମନ୍ତେ ଭେଲୁ ଓ ମିଟୁନା ଉପରକୁ ୪ରାଉଣ୍ଡ ଗୁଳି ଚଳାଇଥିଲେ । ଭେଲୁର ଦୁଇଟି ଗୋଡରେ ୨ଟି ଗୁଳି ବାଜିଥିବା ବେଳେ ମିଟୁନାର ଡାହାଣ ଗୋଡରେ ଗୁଳି ବାଜିବାରୁ ଉଭୟ ଏକ ବେନମ୍ବରୀ ବାଇକରୁ ତଳକୁ ଖସିପଡିଥିଲେ । ଫଳରେ ପୋଲିସ ଉଭୟଙ୍କୁ କାବୁ କରିନେଇଥିଲା । ପ୍ରଥମେ ଆହତ ଅପରାଧୀ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିସିାଳୟକୁ ଓ ପରେ ଅଧିକ ଚିକିସିା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଉଭୟ ଅପରାଧୀଙ୍କ ନାମରେ ପାଟକୁରା, ମାର୍ଶାଘାଇ, କେନ୍ଦ୍ରାପଡା ସଦର ଥାନାରେ ଦାଦାବଟି ମାଗିବା, ଧମକାଇବା, ବୋମାମାଡ
କରିବା,ଗୁଳିକାଣ୍ଡ ଭଳି ସଂଗୀନ ଅଭିଯୋଗ ରହିଥିବା ମାର୍ଶାଘାଇ ଥାନା ଅଧିକାରୀ ବେହେରା ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ଏକ ବେନମ୍ବରୀ କଳା ରଙ୍ଗର ପଲସର ବାଇକ,ଏକ ବନ୍ଧୁକ ଓ ଫୁଟନ୍ତା ଗୁଳିର ଖୋକା ପୋଲିସ ଜବତ କରିଛି । ଖବରପାଇ କେନ୍ଦ୍ରାପଡା ଡାକ୍ତରଖାନାରେ ଜିଲ୍ଲା ସ୍ପେସାଲ ସ୍କ୍ୱାର୍ଡ ପୋଲିସ ଓ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ପହଁଚିଥିଲେ । ଔଷଧ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ମାମଲାରେ ପୂର୍ବରୁ ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆମ୍ବୁଲାନ୍ସରୁ ସରିଲା ତେଲ,  ହସ୍‌ପିଟାଲ ଯିବା  ବାଟରେ ମା’ଓ ଶିଶୁର ମୃତ

ଆମ୍ବୁଲାନ୍ସରୁ ସରିଲା ତେଲ, ହସ୍‌ପିଟାଲ ଯିବା ବାଟରେ ମା’ଓ ଶିଶୁର ମୃତ

Read More...

୧୫ଘଣ୍ଟା ପରେ ଧାରଣାରୁ ଉଠିଲେ ସୁକାନ୍ତ

୧୫ଘଣ୍ଟା ପରେ ଧାରଣାରୁ ଉଠିଲେ ସୁକାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page