ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

July 15, 2019, ଦେଶ, , Anupambharat News Bureau


ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ
Anupambharat News Bureau
July 15, 2019

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଫନ ଅମରିନ୍ଦର ସିଂହ ଓ ମନ୍ତ୍ରୀ ନବୋଜତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ବିସ୍ପୋରକ ରୂପ ଧାରଣ କରିଛି । ଏହି ବିବାଦକୁ ଦୃଷ୍ଟିରେ ରଖି ସିଦ୍ଧୁ ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫାପତ୍ର ଜୁନ ୧୦ରେ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ । ଆଜି ସେ ନିଜ ଇସ୍ତଫାପତ୍ରକୁ ଟୁଇଟର୍‌ରେ ପୋଷ୍ଟ କରିଛନ୍ତି । ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହେଁ ସିଦ୍ଧୁ ଏଯାଏ ରାହୁଲଙ୍କୁ ଅଧ୍ୟକ୍ଷ ବୋଲି ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି । ନିୟମ ଅନୁଯାୟୀ, ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଉଥିବା ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଅବଗତ କରାଇ ଥାଆନ୍ତି । ତେବେ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟକୁ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସିଦ୍ଧୁଙ୍କ ଇସ୍ତଫାପତ୍ର ଆମ ପାଖରେ ପହଞ୍ଚି ନାହିଁ । ଲୋକସଭା ର୍ନିବାଚନ ପରେ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । କଂଗ୍ରେସ ପଞ୍ଜାବରେ ଆଶା ଅନୁଯାୟୀ, ପ୍ରଦର୍ଶନ ନ କରିବା ପଛରେ ସିଦ୍ଧୁ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଥିଲେ । ସିଦ୍ଧୁ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ହେଁ ସହରବାସୀଙ୍କ ପାଇଁ କିଛି କରି ନଥିବାରୁ ଲୋକମାନେ କଂଗ୍ରେସକୁ ଭୋଟ ଦେଇ ନଥିବା ସେ କହିଥିଲେ । ଏହାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ । ଏହି ସମୟରେ ସିଦ୍ଧୁଙ୍କ ଠାରୁ ନଗର ଉନ୍ନୟନ ବିଭାଗ ପ୍ରତ୍ୟାହାର କରି ନିଆଯାଇଥିଲା । ସେବେଠାରୁ ସିଦ୍ଧୁ ନିଜ କାର୍ଯ୍ୟରେ ଯୋଗ ଦେଇ ନଥିଲେ । ଏବେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

Read More...

ଡକାୟତି ଅଭିଯୋଗରେ ୪ ଗିରଫ, ସୁନା ଅଳଙ୍କାର ଜବତ

ଡକାୟତି ଅଭିଯୋଗରେ ୪ ଗିରଫ, ସୁନା ଅଳଙ୍କାର ଜବତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page