ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

June 18, 2019, ଓଡ଼ିଶା, , Anupambharat News Bureau


ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର
Anupambharat News Bureau
June 18, 2019

ପୁରୀ ୧୮ା୬ (ଅନୁପମମିଡ଼ିଆ): ଦେବସ୍ନାନ ପୂର୍ଣ୍ଣିମାରେ ବିଗ୍ରହମାନେ ୧୦୮ ଗଡୁ ଜଳଲାଗି ହେବା ପରେ ଏବେ ଜ୍ୱରରେ ପୀଡିତ ହୋଇ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଥିବାରୁ ଅଣବସର ଘରେ ବିଶ୍ରାମ ନେଇଛନ୍ତି । ସେଠାରେ ଚାଲିଛି ମହାପ୍ରଭୁଙ୍କର ଗୁପ୍ତ ପୂଜାନୀତି । ଦାରୁ ବିଗ୍ରହମାନେ ଅସୁସ୍ଥ ଥିବାରୁ ଅଣସର ଘରେ ଆଜିଠାରୁ ପଟ୍ଟିଦିଅଁ ଠାକୁରମାନେ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ପୂଜା ପାଇଛନ୍ତି । ବଡଠାକୁର ବଳଭଦ୍ରଙ୍କ ପ୍ରତୀକ ରୂପେ ଅନନ୍ତ ବାସୁଦେବ, ଜଗନ୍ନାଥଙ୍କ ପ୍ରତୀକ ରୂପେ ଅନନ୍ତ ନାରାୟଣ ଓ ଦେବୀ ସୁଭଦ୍ରାଙ୍କ ପ୍ରତୀକ ରୂପେ ମା ଭୁବନେଶ୍ୱରୀ ପୂଜା ପାଇଛନ୍ତି । ବିଗ୍ରହମାନେ ଅସୁସ୍ଥ ଥିବାରୁ ୧୫ଦିନ ଧରି ଅଣବସର ଘରେ ଗୁପ୍ତ ନୀତିରେ ପୂଜା ପାଇବେ । ଦଇତାପତି ସେବକମାନେ ମହାପ୍ରଭୁଙ୍କର ଗୁପ୍ତ ନୀତି କରିବା ସହ ଚକଟା ଓ ପଣା ଭୋଗ ଲାଗି କରିଛନ୍ତି । ଅସୁସ୍ଥତା ଯୋଗୁଁ ବିଗ୍ରହମାନେ ଶୁକ୍ଳ ଫୁଲ ଏବଂ ସୂତାବସ୍ତ୍ର ପରିଧାନ କରଛନ୍ତି । ବିଗ୍ରହମାନଙ୍କୁ ଫୁଲୁରି ତେଲ, ଦଶମୂଳ ମୌଷଧୀ ଏବଂ ଖଳିଲାଗି କରାଯିବ । ଏହାପରେ ଶ୍ରୀଜିଉ ସଂପୂର୍ଣ୍ଣ ସୁସ୍ଥ ହୋଇ ଚକାବିଜେ କରିବେ । ପାରମ୍ପାରିକ ବିଧିବିଧାନ ଅନୁଯାୟୀ ପଟ୍ଟିଦିଅଁଙ୍କ ପାଖରେ ଆଜି ମଙ୍ଗଳ ଆଳତୀ, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ରୋଷହୋମ, ସନ୍ଧ୍ୟା ଧୂପ, ବଡସିଂହାର ବେଶ, ବଡସିଂହାର ଭୋଗ ଆଦି ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ପରେ ପତି ମହାପାତ୍ର ଦକ୍ଷିଣ ଘର ଖୋଲିଥିଲେ । ଦଇତାପତି ସେବକମାନେ ବିଗ୍ରହମାନଙ୍କୁ ଚକଟା ଭୋଗ ଓ ପଣା ଭୋଗ ଲାଗି କରିଛନ୍ତି । ସୁସ୍ଥ ହେବା ପର୍ଯ୍ୟନ୍ତ ବିଗ୍ରହମାନଙ୍କୁ ଦିନକୁ ଦୁଇଥର ଚକଟା ଭୋଗ ଓ ପଣାଭୋଗ ଲାଗି ହେବ । ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବିଗ୍ରହମାନେ ଅଣବସର ଘରେ ଏହି ପଣାଭୋଗ ପାଇବେ । ପଣାଭୋଗ ସରିବା ପରେ ମହାପ୍ରଭୁଙ୍କର ସେବକ ପତି ମହାପାତ୍ର ଦ୍ୱାର ବନ୍ଦ କରିବେ । ପୁନର୍ବାର ସଞ୍ଜ ଧୂପ, ବଡସିଂହାର ବେଶ ପରେ ବିଗ୍ରହମାନଙ୍କୁ ଚକଟା ଓ ପଣାଭୋଗ ଲାଗି ହେବ । ଏହି ଅଣବସର ୧୫ଦିନ ଧରି ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

Read More...

ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page