ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ପୋରଣରେ ଉଡାଇଲେ ଭ୍ୟାନ

June 17, 2019, ଦେଶ, , Anupambharat News Bureau


ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ,  ବିସ୍ପୋରଣରେ ଉଡାଇଲେ ଭ୍ୟାନ
Anupambharat News Bureau
June 17, 2019

ଶ୍ରୀନଗର : ଗତ ଫେବୃଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହାର ୪ମାସ ପରେ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ପୁଲୱାମାର ଅରିହଲ ଅଞ୍ଚଳରେ ଯାଉଥିବା ସେନାର କେତେକ ଗାଡ଼ି ଯାଉଥିବାବେଳେ ତାହାକୁ ଟାର୍ଗେଟ କରି ଏକ ଆଇଇଡି ବିସ୍ପୋରଣ କରାଯାଇଛି । ଏହି ଘଟଣାରେ ରାଷ୍ଟ୍ରୀୟ ରାଇଫଲ୍ସର ୯ ଜଣ ଯବାନ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ ଯବାନ ଗୁରୁତର ରହିଥିବା ଜଣାଯାଇଛି । ଆରିହଲ୍‌ ପୁଲୱାମା ସଡ଼କପଥରେ ୪୪ ରାଷ୍ଟ୍ରୀୟ ରାଇଫଲ୍‌ର ଏକ ମଲଫି ଭେହିକଲ୍‌ ପାଟ୍ରୋଲିଂ ମୁତୟନ ଯାନ ଯାଉଥିବା ବେଳେ ପୂର୍ବରୁ ଆତଙ୍କବାଦୀମାନେ ଯୋଜନା କରିଥିବା ଅନୁଯାୟୀ ବିସ୍ପୋରଣ ଘଟାଇଥିଲେ । ଫଳରେ ବୁଲେଟ୍‌ ଓ ମାଇଣ୍ଡପ୍ରୁଫ୍‌ ହୋଇଥିଲେ ମଧ୍ୟ ଉକ୍ତ କ୍ୟାସପର ଭେହିକଲ୍‌କୁ ବିସ୍ପୋରଣରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆତଙ୍କବାଦୀଙ୍କ ଏହି ଉଦ୍ୟମ ବିଫଳ ହୋଇଛି ବୋଲି ଶ୍ରୀନଗର ଭିତ୍ତିକ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଳିଆ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ବେଳେ ଏହି ଆକ୍ରମଣ ହୋଇଛି । ତେବେ ଯବାନ ମାନେ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଉକ୍ତମୁଖପାତ୍ର ଜଣକ ସୂଚନା ଦେଇଛନ୍ତି । କାଶ୍ମୀରର ଅନନ୍ତନାଗଠାରେ ଚାଲିଥିବା ଆଉ ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେନାର ସ୍ୱତନ୍ତ୍ର ପାରା କମାଣ୍ଡୋମାନେ ଏହି ଆତଙ୍କବାଦୀକୁ ଗୁଳିକରି ମାରିଦେବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ
ଜବତ ହୋଇଛି । ଗତ ଫେବ୍ରୁଆରୀ ୧୪ରେ ପୁଲୱାମାରେ ସିଆରପିଏଫ ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହାକୁ ନେଇ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

Read More...

ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page