ଗୁଜୁରାଟ ଝୁଲାପୋଲ ଭୁଶୁଡ଼ିବା ଘଟଣା : ମୃତୁ୍ୟ ସଂଖ୍ୟା ୧୪୨କୁ ବୃଦ୍ଧି, ନ’ ଗିରଫ

October 31, 2022, ଦେଶ, , Anupambharat News Bureau


ଗୁଜୁରାଟ ଝୁଲାପୋଲ ଭୁଶୁଡ଼ିବା ଘଟଣା : ମୃତୁ୍ୟ ସଂଖ୍ୟା ୧୪୨କୁ ବୃଦ୍ଧି, ନ’ ଗିରଫ
Anupambharat News Bureau
October 31, 2022


ମୋର୍ବି: ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ଗୁଜୁରାଟ ମର୍ବି ସହରର ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ଆଜି ମୃତକଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅନେକଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଗତକାଲିଠାରୁ ଉକ୍ତ ମର୍ବି ସହରର ଝୁଲାପୋଲ ସସ୍‌ପେନ୍ସନ ଛିଣ୍ଡିଯିବା ଫଳରେ ସମଗ୍ର ନଗରୀରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତ ଶାସନକଳ ଲୋକଙ୍‌କୁ ଉଦ୍ଧାର କରିବାରେ ଲାଗିପଡିଛନ୍ତି । ତେବେ ଏଭଳି ଏକ ଦାୟିତ୍ୱହୀନତା ନିର୍ମାଣ ତଥା ମରାମତି କାରଣରୁ ଭୁଶୁଡ଼ି ପଡିଥିବା ଝୁଲାପୋଲ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଗୁଜୁରାଟ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଉକ୍ତ ଅଭିଯୁକ୍ତମାନେ ସମସ୍ତେ ବ୍ରିଜ୍‌ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତ । ରବିବାର ଝୁଲାପୋଲ ଭୁଶୁଡ଼ିଥିବା ବେଳେ ଆଜି ଏପରି ଗିରଫଦାରୀ ହୋଇଛି । ଗିରଫଦାରୀ ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍‌ ଜେରା କରିଥିଲା । ସୂଚନାଯେ, ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଝୁଲାପୋଲ ହଠାତ ଭୁଶୁଡ଼ି ପଡ଼ିଥିଲା । ଏହି ଝୁଲାପୋଲଟି ଲୋକଙ୍କ ପାଇଁ ବେଶ କିଛି ଦିନ ବନ୍ଦ ରହିଥିଲା । ହେଲେ ନିକଟରେ ଲୋକଙ୍କ ଯିବା ଆସିବା ପାଇଁ ଅନୁମତି ମିଳିଥିଲା । କାଲି ରବିବାର ଥିବା ବେଳେ ବ୍ରିଜ ଉପରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା । ଝୁଲାପୋଲର କ୍ଷମତା ୧୨୫ ଥିବା ବେଳେ ଘଟଣା ବେଳେ ପ୍ରାୟ ୫୦୦ ଜଣ ଲୋକ ଏହା ଉପରେ ରହିଥିଲେ । ଫଳରେ ଝୁଲାପୋଲଟି ମଝିରୁ ଛିଣ୍ଡି ଯାଇଥିଲା । ଏହା ଉପରେ ଥିବା ଲୋକମାନେ ସିଧା ନଦୀକୁ ଖସି ପଡ଼ିଥିଲେ । ଲୋକମାନେ କେବଳ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲାଛ । ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ୧୪୨ ଜଣ ପ୍ରାଣ ହରାଇ ସାରିଲେଣ । ଏମାନଙ୍କ ମଧ୍ୟରେ ପ୍ରାୟ ୪୮ ଜଣ ହେଉଛନ୍ତି ଛୋଟ ପିଲା ରହିଛନ୍ତି । ସେହିପରି ଅନେକ ମହିଳା ମଧ୍ୟ ପ୍ରାଣ ହରାଇଛନ୍ତି । ବ୍ରିଜ୍ର ମରାମତି ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ୧୫ ବର୍ଷ ପାଇଁ ସରକାର ଅଜନ୍ତା ଓରେଭା କମ୍ପାନୀକୁ ଦେଇଥିଲେ । ଏ ସଂକ୍ରାନ୍ତରେ ମୋର୍ବି ପୌରପାଳିକା ୨୦୨୨ ମାର୍ଚ୍ଚ ମାସରେ କମ୍ପାନୀ ସହ ଗୋଟିଏ ଚୁକ୍ତି କରିଥିଲା । ୨୦୩୭ରେ ଚୁକ୍ତିର ଅବଧି ଶେଷ ହେବାର ଥିଲା । କି;ୁ ଏହା ପୂର୍ବରୁ ହିଁ ଏତେ ବଡ଼ ଅଘଟଣ ଘଟିଛି । ତେଣୁ ଘଟଣାର ତଦନ୍ତ କରୁଥିବା ଗୁଜରାଟ ପୋଲିସ୍‌ ଏସଆଇଟି କମ୍ପାନୀର ୯ ଜଣଙ୍କୁ ଗିରଫ କରିଛି । ମୋର୍ବି ପୌରପାଳିକାର ମୁଖ୍ୟ ସନ୍ଦୀପ ସିଂହ ଦାବି କରିଛନ୍ତି ଯେ ବିନା ଅନୁମତିରେ ବ୍ରିଜକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ଫିଟନେସ ପ୍ରମାଣପତ୍ର ବ୍ରିଜ୍‌ ଖୋଲିବା ପୂର୍ବରୁ ହାସଲ କରାଯିବା ଦରକାର । କି;ୁ କମ୍ପାନୀ ସେମିତି କିଛି ପ୍ରମାଣପତ୍ର ପାଇ ନଥିଲା । ପୂର୍ବରୁ ଗୋଟିଏ ଥରରେ ବ୍ରିଜ୍‌ ଉପରେ ୨୦ରୁ ୨୫ ଜଣ ଅତିକ୍ରମ କରୁଥିଲେ । ହେଲେ କମ୍ପାନୀର ଅବହେଳା ପାଇଁ ଏତେ ବଡ଼ ଘଟଣା ଘଟିଛି । ଏକାଥରକେ ୪୦୦ରୁ ୫୦୦ ଜଣ ଲୋକ ବ୍ରିଜକୁ ଯିବାରୁ ଏହା ଭୁଶୁଡ଼ି ପଡ଼ିଲା ବୋଲି ସେ କହିଛନ୍ତି । ରବିବାର ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ
ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୫ଟି ଟିମ, ଏସଡିଆରଏଫର ୬ଟି ଟିମ, ବାୟୁସେନାର ଗୋଟିଏ ଟିମ୍‌, ଆର୍ମିର ୨ଟି ଟିମ ଓ ନୌସେନାର ୨ଟି ଟିମ୍‌ ସହ ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି । ଏବେ ବି ଆଉ କିଛି ଲୋକ ପାଣି ଭିତରେ ନିଖୋଜ ଥିବା ଆଶଙ୍କା କରାଯାଉଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ଅନ୍ୟପକ୍ଷରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୋର୍ବି ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ଭାରତର ଏକ ପ୍ରମୁଖ ସହରରେ ଝୁଲାପୋଲ ଭୁଡ଼ୁଡିପଡି ପ୍ରାଣହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ ଶୋକବ୍ୟକ୍ତ କରି କହିଛନ୍ତି ଯେ, ମୃତୁ୍ୟବରଣ କରିଥିବା ଲୋକଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ରହିଛି । ଏହି ଉଦ୍ଦେଶ୍ୟରେ ଋଷ ରାଷ୍ଟ୍ରପତି ପୁଟିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇଥିବା ସନ୍ଦେଶରେ ପୁଟିନ୍‌ କହିଛନ୍ତି ଯେ, ଦୟାକରି ଗୁଜରାଟ ରାଜ୍ୟରେ ପୋଲ ଭୁଶୁଡିବା ଦୁଃଖଦ ଦୁର୍ଘଟଣାରେ ଆମର ଗଭୀର ସମବେଦନା ସ୍ୱୀକାର କର;ୁ । ପୀଡିତଙ୍କ ପରିଜନଙ୍କ ପ୍ରତି ଆମର ସହାନୁଭୂତି ଏବଂ ସମର୍ଥନ ରହିଛି । ଦୁର୍ଘଟଣାରେ ପ୍ରଭାବିତ ସମସ୍ତ ଲୋକଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରୁଛୁ । ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ମଧ୍ୟ ଗୁଜରାଟର ପୋଲ ଭୁଶୁଡିବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ଜବିଗନୁ୍ୟ ରାଉ ଦୁଃଖ ପ୍ରକାଶ କରି କହିଛନ୍ତି ଏହି ସହର ଭାରତର ଏକ ସ୍ୱତନ୍ତ୍ର ସ୍ଥାନ ଅଟେ । ଘଟଣାରେ ଭାରତୀୟଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୁବନେଶ୍ୱରରୁ ଜୟପୁର ଉଡ଼ିଲା ବିମାନ

ଭୁବନେଶ୍ୱରରୁ ଜୟପୁର ଉଡ଼ିଲା ବିମାନ

Read More...

ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌  ଅବଧି ଆଉ ମାସେ ବଢିଲା

ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ଆଉ ମାସେ ବଢିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page