ପୁଣି ରପ୍ତାନୀ ହେବ ଖୁଦ

October 13, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପୁଣି ରପ୍ତାନୀ ହେବ ଖୁଦ
Anupambharat News Bureau
October 13, 2022


ନୂଆଦିଲ୍ଲୀ:ଖୁଦ ରପ୍ତାନୀକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଗତମାସ ୮ ତାରିଖ ପୂର୍ବରୁ ଜାରି କରାଯାଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ବା ଋଣପତ୍ର ଦ୍ୱାରା ୩,୯୭,୨୬୭ ଟନ୍‌ ଖୁଦ ରପ୍ତାନୀ ପାଇଁ ଅନୁମତି ମିଳିଛି । ବୁଧବାର ଜାରି ଏକ ଅଧିସୂଚନାରୁ ଏହା ଜଣାପଡ଼ିଛି । ଗତ ମାସରେ ସରକାର ଖୁଦ ରପ୍ତାନୀକୁ ବାରଣ କରଥିଲେ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି ଯେ ୮ ସେପେଫମ୍ବର ପୂର୍ବରୁ ଦିଆଯାଇଥିବା ଋଣ ପତ୍ର ଦ୍ୱାରା ସମର୍ଥିତ ୩,୯୭,୨୬୭ ଟନ୍ର ଖୁଦ ବାହାର ଦେଶକୁ ପଠାଇବାକୁ ଅନୁମତି ଦିଆଯାଇଛି । ଗତ ମାସରେ ବାରଣ କରାଯିବାରୁ ବନ୍ଦରରେ ଏହି ଖୁଦ ବହୁତ ପରିମାଣରେ ଜମା ହୋଇ ରହିଛି ।ଭାରତ ବିଶ୍ୱରେ ସବୁଠାରୁ ବଡ଼ ଚାଉଳ ରପ୍ତାନୀ ଦେଶ । ଚାଉଳ ବ୍ୟାପାରରେ ସାରା ଦୁନିଆରେ ଭାରତ ଏକା ୪୦ ପ୍ରତିଶତ ଅଂଶ ପୂରଣ କରୁଛି । ୧୫୦ ଦେଶରୁ ଅଧିକ ଦେଶକୁ ଭାରତ ଚାଉଳ ରପ୍ତାନୀ କରିଥାଏ । କି;ୁ ଦେଶର କିଛି ରାଜ୍ୟରେ ବର୍ଷା କମ୍‌ ପରିମାଣରେ ହେବାରୁ ଧାନ କ୍ଷେତ ସେତେଟା ଭଲ ହୋଇନାହିଁ ।ତେଣୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିଲେ । ଏହା ସହିତ ସରକାର ଖୁଦ ବାସୁମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନୀ କର ଲଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

Read More...

ଶ୍ରୀମନ୍ଦିରରେ ହେବ  ସ୍ୱତନ୍ତ୍ର ନୀତିକାନ୍ତି

ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page