ବଢୁଛି ଭାରତର ବିଦେଶୀ ଋଣ: ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

September 05, 2022, ଦେଶ, , Anupambharat News Bureau


ବଢୁଛି ଭାରତର ବିଦେଶୀ ଋଣ:  ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ
Anupambharat News Bureau
September 05, 2022


ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ବଢିଛି । ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ ଡଲାର ରହିଛି, ଯାହା ୨୦୨୧ ମାର୍ଚ୍ଚ ଶେଷରେ ଥିବା ଋଣଠାରୁ ୮.୨ ପ୍ରତିଶତ ଅଧିକ । ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ବିଦେଶୀ ଋଣ ୫୭୩.୭ ବିଲିୟନ ଡଲାର ଥିଲା ।୨୦୨୨ ମାର୍ଚ୍ଚ ଶେଷରେ ଦେଶର ଋଣ ଜିଡିପି ଅନୁପାତରେ ୧୯.୯ ପ୍ରତିଶତ ହୋଇଛି । ଗୋଟିଏ ବର୍ଷ ପୂର୍ବେ ଏହା ୨୧.୨ ପ୍ରତିଶତ ଥିଲା । ବିଦେଶୀ ଋଣର ଅନୁପାତରେ ବିଦେଶୀ ମୁଦ୍ରା ଭଣ୍ଡାର ହ ୍ରାସ ହୋଇ ୨୦୨୨ ମାର୍ଚ୍ଚ ଶେଷରେ ୯୭.୮ ପ୍ରତିଶତ ହୋଇଥିଲା । ଗୋଟିଏ ବର୍ଷ ପୂର୍ବେ ଏହା ୧୦୦.୬ ପ୍ରତିଶତ ଥିଲା । ବାଣିଜ୍ୟିକ ଉଧାର, ଏନଆରଆଇ ଜମା ରାଶି, ସ୍ୱଳ୍ପ ମିଆଦୀ ଋଣ, ବହୁପାକ୍ଷୀୟ ଋଣ ମିଶି ମୋଟ ବିଦେଶୀ ଋଣର ୯୦ ପ୍ରତିଶତ । ୨୦୨୧ ମାର୍ଚ୍ଚରେ ଏନଆରଆଇରେ ମାମୁଲି ହ ୍ରାସ ଘଟିଛି । ଅନ୍ୟପଟେ ଅନ୍ୟ ସମସ୍ତ ଋଣରେ ବୃଦ୍ଧି ଘଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ

ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ

Read More...

ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page