ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଦେଲେ ସରକାର

September 01, 2022, ଓଡ଼ିଶା, , Anupambharat News Bureau


ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଦେଲେ ସରକାର
Anupambharat News Bureau
September 01, 2022


ଭୁବନେଶ୍ୱର ୦୧/୦୯: ରାଜ୍ୟର ଚାଷୀଙ୍କୁ ନୂଆଖାଇ ଭେଟି ଭାବେ ଗୁରୁବାର ସରକାର କାଳିଆ ଟଙ୍କା ଦେଇଛନ୍ତି। ରାଜ୍ୟର ବିବିନ୍ନ ଚାଷୀଙ୍କୁ ୮୬୯ କୋଟି ଟଙ୍କା ଦିଆଯାଇଛି। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ୪୧ ଲକ୍ଷ ଛୋଟ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ କାଳିଆ ଟଙ୍କା ସରକାର ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆଁଖାଇ ମାଟି ମାଆର ପର୍ବ, ଚାଷୀ ଆମର ଗର୍ବ ଓ ଗୌରବ।
ସୂଚନାଥାଉକି, ଗତ ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିଥିଲା ୮୦୦ କୋଟି ଟଙ୍କା। ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ସବୁ ପ୍ରକାରର ସରକାରୀ ସହାୟତା ଦେବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାସରିଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ଫସଲ ହାନୀର କ୍ଷୟକ୍ଷତି ରିପୋର୍ଟ୍ ମିଳିସାରିଛି। ତେଣୁ ଉନ୍ନତମାନର ଏବଂ ହାଇବ୍ରିଡ ବିହନ କେମିତି ଚାଷୀଙ୍କ ପାଖରେ ପହଞ୍ଚିବ ତାକୁ ପ୍ରାଥମିକତା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ମୌସୁମୀ; ବିପଦରେ ୩୦ ଲକ୍ଷ ଶିଶୁ

ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ମୌସୁମୀ; ବିପଦରେ ୩୦ ଲକ୍ଷ ଶିଶୁ

Read More...

୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page