ସୁବର୍ଣ୍ଣରେଖାରେ ବନ୍ୟା

August 21, 2022, ଓଡ଼ିଶା, , Anupambharat News Bureau


ସୁବର୍ଣ୍ଣରେଖାରେ ବନ୍ୟା
Anupambharat News Bureau
August 21, 2022


ଭୁବନେଶ୍ୱର, ୨୧ା୮(ଅନୁପମ ମିଡ଼ିଆ): ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ ଲକ୍ଷ କୁ୍ୟସେକ୍‌ ପାଣି ଆସୁଛି । ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି । ସୁବର୍ଣ୍ଣରେଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଛି ।
ସନ୍ଧ୍ୟା ୬ଟାରେ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଥିବା ଜଣା ପଡିଛି । ରାଜଘାଟ ଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମି ଥିବା ବେଳେ ସନ୍ଧ୍ୟା ୬ଟାରେ ଏହା ୧୧.୦୧ ମି ପ୍ରବାହିତ ହେଉଛି । ସେହିପରି ଜାମଶୋଳା ଘାଟରେ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣା ପଡିଛି । ଏଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୪୯.୧୬ ମି ଥିବା ବେଳେ ସନ୍ଧ୍ୟା ୬ଟାରେ ଏହା ୫୩.୫୪ ମି ପ୍ରବାହିତ ହୋଇଛି । ସେହିପରି ସନ୍ଧ୍ୟା ୬ଟାରେ ମଥାନିଠାରେ ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ଜଳକାର ବିପଦ ସଙ୍କେତ ୫.୫୦ ମି ଥିବା ବେଳେ ୬ଟାକେ ୬.୭୦ ମିରେ ପ୍ରବାହିତ ହେଉଥିବା ନେଇ ସୂଚନା ଦିଆଯାଇଛି । ବୁଢ଼ାବଳଙ୍ଗ ଏନଏଚ ୫ ନିକଟରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ସତର୍କ ସଙ୍କେତ ୭.୨୧ ମି ଥିବା ବେଳେ ସନ୍ଧ୍ୟା ୬ଟାରେ ଏହା ୭.୩୬ ମି ପ୍ରବାହିତ ହେଉଥିବା ନେଇ ସୂଚନା ଦେଇଛି । ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିଛି । ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳପତନ ୧୮.୯୯ ମିଟର ରହିଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଉଛି । ସୁବର୍ଣ୍ଣରେଖା ଜାମଶୋଳା ଘାଟଠାରେ ୫୩.୩୪ ମିଟର ଉଚ୍ଚରେ ରହିଛି ଏବଂ ଏହା କ୍ରମଶଃ ବୃଦ୍ଧି ପାଉଛି ।
ଆଜି ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତନ ୬୨୧.୨୬ ଫୁଟ୍‌ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୮ ହଜାର ୪୫୧ କୁ୍ୟସେକ୍‌ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୧୭୧ କୁ୍ୟସେକ୍‌ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୩ ଲକ୍ଷ ୬୫ ହଜାର କୁ୍ୟସେକ୍‌ ଜଳ ପ୍ରବାହିତ ହେଉଛି । ବଡମୂଳଠାରେ ୫ ଲକ୍ଷ ୭୬ ହଜାର କୁ୍ୟସେକ୍‌ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିଠାରେ ୮ ଲକ୍ଷ ୬ ହଜାର କୁ୍ୟସେକ୍‌ ଜଳ ପ୍ରବାହିତ ହେଉଛି । ମୁଣ୍ଡଳି ସମେତ ମହାନଦୀର ଜଳସ୍ତର ସବୁ ସ୍ଥାନରେ କ୍ରମଶଃ ହ୍ରାସ ପାଉଛି । ବନ୍ୟା ପ୍ରଭାବରେ ୫ ଲକ୍ଷ ୬୧ ହଜାର ୪୧୮ ବିଦୁ୍ୟତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୫ ଲକ୍ଷ ୨୧ ହଜାର ୫୬୦ ଉପଭୋକ୍ତାଙ୍କୁ ସଂଯୋଗ ଦିଆଯାଇସାରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ ଟି ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲାଯାଇଥିବାବେଳେ, ୧୧୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୃତୟନ ହୋଇଛି । ୪୨ହଜାର ୨୭୪ ଟି ଓଆରଏସ୍‌ ପ୍ୟାକେଟ୍‌, ୧ ଲକ୍ଷ ୭୭ ହଜାର ୨୫୩ ଟି ହାଲୋଜିନ୍‌ ବଟିକା ବଣ୍ଟାଯାଇଛି । ବନ୍ୟାଞ୍ଚଳରେ ୧୪ ଟି ଜିଲ୍ଲାରେ ୧୬ ଟି ଏନଡିଆରଏଫ୍‌, ୧୭ ଟି ଓଡ୍ରାଫ୍‌, ୫୫ ଟି ଅତିରିକ୍ତ ଫାୟର ସର୍ଭିସ୍‌ ଟିମ୍‌ ମୃତୟନ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସହକାରୀ ଜିଲ୍ଳାପାଳ ସ୍ତ୍ରୀଙ୍କ ନାଁରେ ବିପିଏଲ କାର୍ଡ

ସହକାରୀ ଜିଲ୍ଳାପାଳ ସ୍ତ୍ରୀଙ୍କ ନାଁରେ ବିପିଏଲ କାର୍ଡ

Read More...

ଭୂସ୍‌ଖଳନ ନେଲା ୨୨ ଜୀବନ

ଭୂସ୍‌ଖଳନ ନେଲା ୨୨ ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page