ବ୍ରିଟେନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

August 12, 2022, ବିଦେଶ, , Anupambharat News Bureau


ବ୍ରିଟେନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ
Anupambharat News Bureau
August 12, 2022


ଲଣ୍ଡନ: ଭାରତ ଭଳି ବ୍ରିଟେନରେ ମଧ୍ୟ ରାଜନେତାମାନେ ଜନତାଙ୍କୁ ମାଗଣା ସେବା ଓ କରଛାଡ଼ର ଲୋଭ ଦେଖାଇ ଭୋଟ୍‌ ମାଗୁଛନ୍ତି । ବ୍ରିଟେନରେ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକମାନଙ୍କ ପାଇଁ ବିଜୁଳି ବିଲ୍‌ କମ୍‌ କରିବାକୁ ଲୋଭ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ପାର୍ଥୀ ଋଷି ସୁନକ । ଘରମାନଙ୍କର ଖର୍ଚ୍ଚ ବଢ଼ିଯାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଜୁଳି ବିଲରେ ଭାଟ କାଟ କରିବେ ସରକାର । ଫଳରେ ବ୍ରିଟେନବାସୀ ବିଜୁଳିରେ ୨୦୦ ପାଉଣ୍ଡ ବଞ୍ଚାଇ ପାରିବେ । ବ୍ରିଟେନରେ ବର୍ତ୍ତମାନ ବିଜୁଳି ବିଲ୍‌ ୩ ଗୁଣା ବଢ଼ିଛି । କେବଳ ସେତିକି ନୁହେଁ ବର୍ତ୍ତମାନ ବ୍ରିଟେନର ଆର୍ଥିକ ସ୍ଥିତି ମଧ୍ୟ ସଂକଟରେ ରହିଛି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା ନକଲେ ଅନେକ ଲୋକେ ଦାରିଦ୍ର୍ୟ ସୀମା ରେଖା ତଳକୁ ଖସିଯିବେ ବୋଲି କୁହାଯାଉଛି । ଏନେଇ ସୁନକ କହିଛନ୍ତି ଯେ ତାଙ୍କ ଯୋଜନା ଅଧିକ ବିପଦରେ ଥିବା ଲୋକେ, ପେନସନ୍‌ ଉପଭୋକ୍ତା ଏବଂ ଅନ୍ୟମାନଙ୍କ ପାଇଁ ସହଯୋଗ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବପାତର ରୂପ ନେଉଛି ଲଘୁଚାପ

ଅବପାତର ରୂପ ନେଉଛି ଲଘୁଚାପ

Read More...

ପ୍ରଥମ ଦିନରେ ଲାଲ୍‌ ସିଂହ ଚଢ଼ାର ଦୁର୍ବଳ ପ୍ରଦର୍ଶନ

ପ୍ରଥମ ଦିନରେ ଲାଲ୍‌ ସିଂହ ଚଢ଼ାର ଦୁର୍ବଳ ପ୍ରଦର୍ଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page