କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’

November 05, 2021, ଦେଶ, , Anupambharat News Bureau


କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’
Anupambharat News Bureau
November 05, 2021


ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଆସିଲା ବିଶ୍ୱର ପ୍ରଥମ ବଟିକା ମୋଲନୁପିରାଭିର । ଏହାକୁ ଗ୍ରୀନ ସିଗନାଲ ଦେଇଛି ବ୍ରିଟେନ ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ । ମୋଲୁନ ପ୍ରସ୍ତୁତକାରୀ କମ୍ପାନୀ ମୋଲୁନପିରାଭିର ବଟିକା ଦ୍ୱାରା ରୋଦୀଙ୍କ ମୃତ୍ୟୁ ଏବଂ ହସ୍ପିଟାଲରେ ଆଡମିଟ ହେବା ଭଳି ଆଶଙ୍କାକୁ ୫୦ ପ୍ରତିଶତ କମାଇଦେବ ।
ସେହିପରି କରୋନାରେ ଗୁରୁତର ରୋଗୀ ଏହି ବଟିକାକୁ ଦିନରେ ଦୁଇ ଥର ଖାଇବେ । ବିଶ୍ୱରେ ପ୍ରଥମ ଦେଶ ଭାବେ ବ୍ରିଟେନ ମୋଲନୁପିରାଭିରକୁ ଅନୁମୋଦନ ଦେଇଛି । ଆଜିର ଦିନ ଦେଶ ପାଇଁ ଐତାହାସିକ ଦିନ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ୪ ଲକ୍ଷ ୮୦ ହଜାର ବଟିକା ଅର୍ଡର ୟୁକେ ଅର୍ଡର କରିଛି । ମୋଲନୁପିରାଭିର ବଟିକାର କ୍ଲିନିକାଲ ଟ୍ରାଏଲ ପରୀକ୍ଷଣରେ ଭଲ ପ୍ରଦର୍ଶନ ମଧ୍ୟ ରହିଛି ।
ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ୭୭୫ ଜଣ ସଂକ୍ରମିତଙ୍କ ଠାରେ ମୋଲନୁପିରାଭିରକୁ ପ୍ରୟୋଗ କରାଯାଇଥିଲା । ସମସ୍ତ ସଂକ୍ରମିତଙ୍କ ଠାରେ ଗୁରୁତର ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । କି;ୁ ୭.୩ ପ୍ରତିଶତ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ସବୁ ଭାରିଏଣ୍ଟ ବିରୋଧରେ ଏହାର ପ୍ରଭାବଶାଳୀ ପ୍ରଦର୍ଶନ ରହିଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

Read More...

କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି

କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page