ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ନବୀନ

September 14, 2021, ଓଡ଼ିଶା, , Anupambharat News Bureau


 ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ନବୀନ
Anupambharat News Bureau
September 14, 2021



ରାଉରକେଲା, ୧୪ା୯(ଅନୁପମ ମିଡ଼ିଆ):ଲଗାଣ ବର୍ଷା ପବନ ସତ୍ତେ୍‌୍ୱ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ଗରୀବ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ (ବିଏସକେୱାଇ) କାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅଲମ୍ପିକରେ ରାଜ୍ୟ ଲାଗି ସୁନାମ ଆଣିଥିବା ମାଟିକୁ ମୋର ପ୍ରଣାମ । ଏହା ସହ ସେହି ଅଲିମ୍ପିକ୍ସ ଖେଳାଳିଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଆଜି ଜିଲ୍ଲାର ୪ ଲକ୍ଷ ୩୬ ହଜାର ୯୪୮ ଲୋକଙ୍କୁ ଏହି କାର୍ଡ ୫୫୦ଟି ସ୍ଥାନରେ ବଣ୍ଟନ କରାଯାଇଛି ।
ଏହା ୩ୟ ଜିଲ୍ଲା ଭାବେ ଆଜି ଏହି ସୁବିଧା ପାଇଲା, ଏଥିଲାଗି ମୁଖ୍ୟମନ୍ତ୍ରୀ ଖୁସି ବୋଲି କହିଥିଲେ । ଏହି ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ୧୫ ଲକ୍ଷ ୯ ହଜାର ୮୨୧ ଜଣ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଉପକୃତ ହେବେ । ଏହି ଯୋଜନାକୁ ଆଜି ଲୋକଙ୍କ ପାଖରେ ପହଁଞ୍ଚାଇବା ଲାଗି ୧୨ ଜଣ ମନ୍ତ୍ରୀ ଜିଲ୍ଲାରେ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ତୁଲାଇଛନ୍ତି । ଏହି ସ୍ମାର୍ଟ କାର୍ଡରେ ପୁରୁଷ ୫ ଲକ୍ଷ ଓ ମହିଳା ୧୦ ଲକ୍ଷ ଯାଏ ଦେଶର ୨୦୦ ଡାକ୍ତରଖାନାରେ ନିଜର ଚିକିତ୍ସା କରାଇପାରିବେ । ଏଥିରେ ଆଉ କୌଣସି କାଗଜ ପତ୍ରର ଆବଶ୍ୟକତା ପଡିବ ନାହିଁ ବୋଲି ବୋଲି ସେ କହିବା ସହ ଦେଶରେ ଏଭଳି ସୁବିଧା ଦେଇ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଏହି କାର୍ଡ ଦ୍ୱାରା ରାଜ୍ୟର ସାଢେ ୩ କୋଟି ଲୋକ ଉପକୃତ ହେବେ । ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଥିଲାଗି ଦେହ ଖରାପ ହେଲେ ଲୋକେ ସୁନା, ଜମି ବାଡି ବିକୁଥିବା ଖବର ମୋତେ ଦୁଃଖିତ କରୁଥିଲା, ତେଣୁ ଲୋକଙ୍କର ଏହି ସୁବିଧା ଲାଗି ସେ ନିଷ୍ପତ୍ତି ନେଇ ଆଜି ସାକାର କରିଛନ୍ତି । ବର୍ତ୍ତମାନ ସରକାରୀ ଡାକ୍ତରୀଖାନାରେ ନାନା ସୁବିଧା ମିଳିବା ସହ ଚିକିତ୍ସା ସୁବିଧାକୁ ବଢାଇ ଦିଆଯାଇଛି, ତେଣୁ ଜନସାଧାରଣ ଏହାର ସୁବିଧା ନେବାକୁ ସେ ନିବେଦନ କରିଥିଲେ । ମୋ ଲାଗି ପ୍ରତିଟି ଜୀବନ ମୂଲ୍ୟବାନ, ସେ ରିକ୍ସା ବାଲା ହେଉ କିମ୍ବା କୋଟୀପତି । ସମସ୍ତେ ସୁସ୍ଥ ରୁହ;ୁ ଓ ନିଜ ପରିବାରର ଉନ୍ନତି କର;ୁ । ଓଡିଶାର ଉନ୍ନତି କ୍ଷେତ୍ରରେ ସୁନ୍ଦରଗଡର ଯୋଗଦାନ ଅନେକ ରହିଛି । ଏହି ଜିଲ୍ଲାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଲାଗି କେନ୍ଦ୍ରକୁ କୁହାଯାଇଛି, ଏନେଇ ବିଧାନସଭାରେ ମଧ୍ୟ ଆଲୋଚନା ହେବ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗ ଦେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡିଶାରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା, ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱର ପ୍ରଶଂସା କରିଥିଲେ । ବିଧାୟକ ସୁବ୍ରତ ତରାଇ ଧନ୍ୟବାଦ ଜଣାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ଦ୍ଦାନ୍ତ ମାଓ ନେତା ଶଙ୍କର ଗିରଫ

ଦୁର୍ଦ୍ଦାନ୍ତ ମାଓ ନେତା ଶଙ୍କର ଗିରଫ

Read More...

ଗହମ ବୋଝେଇ ଟ୍ରେନ ନାଳକୁ ଖସିଲା

ଗହମ ବୋଝେଇ ଟ୍ରେନ ନାଳକୁ ଖସିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page