ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ: ପୁରୀକୁ ଗଡ଼ିବ ‘ବନ୍ଦେ ଭାରତ’ଟ୍ରେନ: ବୈଷ୍ଣବ

August 19, 2021, ଓଡ଼ିଶା, , Anupambharat News Bureau


ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ:  ପୁରୀକୁ ଗଡ଼ିବ ‘ବନ୍ଦେ ଭାରତ’ଟ୍ରେନ: ବୈଷ୍ଣବ
Anupambharat News Bureau
August 19, 2021


ପୁରୀ,୧୯ା୮(ଅନୁପମ ମିଡ଼ିଆ): ଜନଆଶିର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶା ଗ୍ରସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପୁରୀ ଗସ୍ତରେ ଆସି ଅରୁଣସ୍ତମ୍ବ ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ବୈଷ୍ଣବ କହିଥିଲେ ଯେ, ବନ୍ଦେଭାରତ ଯୋଜନାରେ ଦେଶରେ ପ୍ରାୟ ୭୫ଟି ଟ୍ରେନ ଚଳପ୍ରଚଳ କରିବାକୁ ରହିଥିବା ବେଳେ ଗୋଟିଏ ପୁରୀକୁ ଗଡ଼ିବ ବୋଲି ସେ ପ୍ରକାଶ କରିଥିଲେ । ଏଥିସହିତ ରେଲେୱ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯିବ ବୋଲି ବୈଷ୍ଣବ କହିଥିଲେ । ଏଥିସହିତ ପୁରୀ-କୋଣାର୍କ ରେଳ ଲାଇନ ପାଇଁ କେନ୍ଦ୍ର ପଦକ୍ଷେପ ନେବ ବୋଲି ମଧ୍ୟ ସେ କହିଥିଲେ । ଅନ୍ୟପକ୍ଷେ
ମନବଡ଼ କରୁ;ୁ,ଶ୍ରେୟ ଆପଣ ନିଅ;ୁ,କି;ୁ ଆୟୁଷ୍ମାନଭାରତ ଯୋଜନାରେ ଓଡ଼ିଶାର ଜନସାଧାରଣଙ୍କୁ ସାମିଲ କରି;ୁ ବୋଲି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଆହୁରି କହିଥିଲେ ଯେ, ପଞ୍ଚଶଖା ଓ ଗୋପବନ୍ଧୁ ଯେଉଁ ସ୍ୱପ୍ନ ଦେଖିଥିଲେ ଏବଂ ବିଶେଷ କରି ପଣ୍ଡତ ଗୋପବନ୍ଧୁଙ୍କର ଯେଉଁ ପ୍ରୟସ ଥିଲା ତାହା ଅନନ୍ୟ । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଭାବେ ଦାୟିତ୍ୱ ନେବାପରେ ତାଙ୍କର ସ୍ୱପ୍ନଥିଲା ପଣ୍ଡିତ ଗୋପବନ୍ଧୁଙ୍କ ସେହି ମାଟିରେ ନିଶ୍ଚୟ ପହଛିବି । ଆଜି ପୁରୀ ଅସୁଥିବା ସମୟରେ ବକୁଳବନ ଦେଇ ଆସିଛୁ । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅକୁଣw ସହଯୋଗ ସମ୍ପର୍କରେ ସୂଚନାଦେଇ ପ୍ରଧାନ କହିଥିଲେ ଯେ,୨୦୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଲା । ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଗ୍ରାମାଞ୍ଚଳରେ ୨୬ ଲକ୍ଷ ଘର ନିର୍ମାଣ ହୋଇଛି । ସୁଜଳ ଯୋଜନାରେ ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି । ଉଜ୍ୱଳା ଯୋଜନାରେ ରାଜ୍ୟର ୫୦ଲକ୍ଷ ପରିବାରୁ ଗ୍ୟାସ୍‌ ସଂଯୋଗ ଦିଆଯାଇଛି । ଓଡ଼ିଶାର ସାମଗ୍ରିକ ବିକାଶ ଲାଗି ନରେନ୍ଦ୍ରମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ପ୍ରଧାନ କହିଥିଲେ ।
କେନ୍ଦ୍ରମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ଜାତୀୟ ପ୍ରବକ୍ତା ସ୍ୱମ୍ବିତ ପାତ୍ର, ବିଧାୟକ ଜୟନ୍ତକୁମାର ଷଢଙ୍ଗୀ, ଜିଲ୍ଲାବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ । ମନ୍ତ୍ରୀଙ୍କର ଏହି ଗ୍ରସ୍ତ ଅବସରରେ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଦ୍ୱୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ରେଳମନ୍ତ୍ରୀ ବୈଷ୍ଣବଙ୍କୁ ପୁରୀ -କୋଣାର୍କ ମଧ୍ୟରେ ରେଳ ପଥର ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ଦାବିରେ ପୁରୀ ବିକାଷ ପରିଷଦ ପକ୍ଷରୁ ଅଧ୍ୟକ୍ଷ ଜଗନା୍ନଥ ବସ୍ତିଆ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ:  ଓଡ଼ିଶାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ: ଓଡ଼ିଶାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ

Read More...

ଟିକା ନେଇନଥିଲେ ବିଧାନସଭାକୁ ମନା

ଟିକା ନେଇନଥିଲେ ବିଧାନସଭାକୁ ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page