ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ : ଦ୍ୱିତୀୟ ସ୍ଥାନରେ ନବୀନ

August 19, 2021, ଓଡ଼ିଶା, , Anupambharat News Bureau


ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ :  ଦ୍ୱିତୀୟ ସ୍ଥାନରେ ନବୀନ
Anupambharat News Bureau
August 19, 2021


ଭୁବନେଶ୍ୱର, ୧୯ା୮ (ସ୍ୱତନ୍ତ୍ର ପ୍ରତିନିଧି): ଦେଶର ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ? ଜାତୀୟ ରାଜନୀତି ଓ ବିଭିନ୍ନ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଗତିବିଧି ଉପରେ ବିଶ୍ଲେଷଣ କରୁଥିବା ପ୍ରମୁଖ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ କରିଥିବା ସର୍ଭେରେ ତାମିଲନାଡୁର ଯୁବ ମୁଖ୍ୟମନ୍ତ୍ରୀ ଏମ୍‌କେ. ଷ୍ଟାଲିନ୍‌ ଏକ ନମ୍ବର୍‌ ସ୍ଥାନ ପାଇଛନ୍ତି । ଗତ ଜୁଲାଇ ମାସରେ ସର୍ବଭାରତୀୟ ସ୍ତରରେ ହୋଇଥିବା ‘ମୁଡ୍‌ ଅଫ୍‌ ଦ ନେସନ୍‌’ ସର୍ଭେର ଫଳାଫଳ ଅନୁଯାୟୀ ଷ୍ଟାଲିନ୍‌ଙ୍କ ପଛକୁ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପୁନର୍ବାର କ୍ଷମତାସୀନ ହେବା ପରେ ଜାତୀୟ ରାଜନୀତିରେ ମୋଦିଙ୍କ ସମର୍ଥ ପ୍ରତିଦ୍ୱନ୍ଦୀ ବୋଲି ବହୁଚର୍ଚ୍ଚିତ ମମତା ବାନାର୍ଜୀ ଓ ବିଜେପିର ପରବର୍ତ୍ତୀ ମୋଦି ବୋଲି କୁହା ଯାଉଥିବା ୟୁପି ମୁଖ୍ୟମନ୍ତ୍ରୀ ବିଜେପି ନେତା ଯୋଗୀ ଆଦିତ୍ୟନାଥ ଏହି ତାଲିକାରେ ବହୁ ପଛରେ ରହିଛନ୍ତି ।
ଗତ ୧୬ ତାରିଖରେ ପ୍ରକାଶ ପାଇଥିବା ଇଣ୍ଡିଆ ଟୁଡେର ଏହି ସଦ୍ୟତମ ଜନମତ ସର୍ଭେରୁ ଜଣାପଡ଼ିଛି ଯେ, ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ମାନଦଣ୍ଡରେ ନବୀନ ପଟ୍ଟନାୟକ ବିଶେଷ ପଛରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ନବୀନଙ୍କୁ ୩୮% ଓଡ଼ିଶାବାସୀ ଏବେ ବି ପସନ୍ଦ କରୁଥିବାବେଳେ ତାମିଲନାଡୁରେ ଷ୍ଟାଲିନ୍‌ଙ୍କୁ ୪୨% ରାଜ୍ୟବାସୀ ପସନ୍ଦ କରୁଛନ୍ତି । ତାମିଲନାଡୁରେ ନିକଟରେ ଅନୁଷ୍ଠିତ ନିର୍ବାଚନରେ ଡିଏମ୍‌କେର ବିପୁଳ ବିଜୟ ପରେ ଷ୍ଟାଲିନ୍‌ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ଚମକ ରହିବା ସ୍ୱାଭାବିକ । ଅନ୍ୟପକ୍ଷରେ, ନବୀନ ଓଡ଼ିଶାରେ ଗତ ୨୦୦୦ ମସିହା ମାର୍ଚ୍ଚ ୫ତାରିଖରୁ ଏପର୍ଯ୍ୟନ୍ତ ଅର୍ଥାତ ୨୧ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ହ ୍ରାସ ପାଇନାହିଁ । ସାଧାରଣତଃ, କୌଣସି ଦଳ ଦୁଇ ଥର ବା ପ୍ରାୟ ୧୦ ବର୍ଷ କ୍ଷମତାରେ ରହିବା ପରେ ସରକାରୀ ବିରୋଧୀ ଜନମତ (ଆଣ୍ଟି ଇନ୍‌କମ୍ବେନ୍‌ସୀ ଫ୍ୟାକଫର୍‌) ସୃଷ୍ଟି ହୋଇ ସରକାରର ପତନ ଘଟିଥାଏ । ଏ କ୍ଷେତ୍ରରେ ନବୀନ ହେଉଛନ୍ତି ସମଗ୍ର ଦେଶରେ ଏକ ବିରଳ ବ୍ୟତିକ୍ରମ ।
ରାଜ୍ୟରେ ନୂଆ ନୂଆ ଜନମଙ୍ଗଳ ଯୋଜନା ନିୟମିତ ଭାବରେ ଘୋଷଣା କରିବା ଏବଂ ସାଧାରଣ ଜନତାଙ୍କ ସହିତ ଆବେଗପୂର୍ଣ୍ଣ ସମ୍ପର୍କ ଯୋଡ଼ିବା ହେଉଛି ନବୀନଙ୍କ ନିରନ୍ତର ସଫଳତାର ସୂତ୍ର । କୃଷକ ସମାଜକୁ ଆକର୍ଷିତ କରିବା ପାଇଁ ୨୦୧୯ ନିର୍ବାଚନର ଠିକ୍‌ ପୂର୍ବରୁ ଅଚାନକ କାଳିଆ ଯୋଜନା ଲାଗୁ କରିବାର ଘୋଷଣା ହେଉ ବା ସ୍ୱଚ୍ଛ ଶାସନର ନମୁନା ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ‘ଫାଇଭ୍‌-ଟି’ ବିଭାଗ ସୃଷ୍ଟି ଭଳି ଅପ୍ରତ୍ୟାଶିତ ପଦକ୍ଷେପ ହେଉ, ନବୀନ ସବୁଥିରେ ନିଜକୁ ନିଆରା ପ୍ରତିପାଦିତ କରି ଆସିଛନ୍ତି । ମଣିକାଞ୍ଚନ ସଂଯୋଗ ପରି ନବୀନଙ୍କ ହାତରେ ଏବେ ପଡ଼ିଛି ହକି । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଜାତୀୟ ପୁରୁଷ ହକି ଟିମ୍‌ର ଅଲିମ୍ପିକ୍‌ ପଦକ ବିଜୟ ଓ ମହିଳା ହକି ଦଳର ଚମତ୍କାର ପ୍ରଦର୍ଶନ ନବୀନଙ୍କୁ ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରଚାରିତ କରିଛି । ଅଲିମ୍ପିକ୍‌ ହକିରେ ଭାରତର ସଫଳତା ପାଇଁ ତାଙ୍କ ଦୂରଦୃଷ୍ଟିକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ନବୀନ ବି ଏଥିରୁ ପ୍ରଚୁର ରାଜନୈତିକ ମାଇଲେଜ୍‌ ସାଉଁଟିବାରେ ସଫଳ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦ୍ୱିତୀୟ ଡୋଜ୍‌ ନେବା ପରେ ବି ସଂକ୍ରମଣ :  ୮୭ ହଜାରରୁ ଊର୍ଦ୍ଧ୍ୱ ପୁଣି ଆକ୍ରାନ୍ତ

ଦ୍ୱିତୀୟ ଡୋଜ୍‌ ନେବା ପରେ ବି ସଂକ୍ରମଣ : ୮୭ ହଜାରରୁ ଊର୍ଦ୍ଧ୍ୱ ପୁଣି ଆକ୍ରାନ୍ତ

Read More...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page