୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ

August 10, 2021, ଓଡ଼ିଶା, , Anupambharat News Bureau


୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ
Anupambharat News Bureau
August 10, 2021


ଭୁବନେଶ୍ୱର, ୧୦ା୮ (ଅନୁପମ ମିଡ଼ିଆ): ଆସନ୍ତା ୨୩ରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ପରୀକ୍ଷା ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଏକକ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଆସନ୍ତା୨୩ରୁ ଆରମ୍ଭ ହୋଇ ସେପେଫମ୍ବର ୩ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ୩ଟି ସେସନ୍‌ରେ ପରୀକ୍ଷା ହେବ ।
୨୩ରେ ଆନ୍ଥ୍ରୋପୋଲୋଜି, ଭୂଗୋଳ ଓ ଏମବିଏରେ ନାମଲେଖା ପାଇଁ ପରୀକ୍ଷା ଥିବା ବେଳେ ୨୪ରେ ଫିଜିକ୍ସ୍‌ , ଏଲଏଲଏମ୍‌ ଓ କମର୍ସ, ୨୫ରେ ମାଇକ୍ରୋବାୟୋଲୋଜି, ପିଏମଆଇଆର, ହିନ୍ଦୀ/ଇଂରାଜୀ ଓ ଷ୍ଟାଟିଷ୍ଟିକସ୍‌ , ୨୬ରେ ଏନଭରମେଣ୍ଟାଲ ସାଇନ୍ସ, ଲାଇଫ୍‌ ସାଇନ୍ସେସ୍‌ , ପପୁଲେସନ୍‌ ଷ୍ଟଡିଜ୍‌, ସୋସିଓଲୋଜି, ଓଡିଆ ଓ ଫିଲୋସୋଫି ପରୀକ୍ଷା ରହିଛି । ସେହିପରି ୨୮ ତାରିଖରେ ଇକୋନୋମିକ୍ସ୍‌ , ଜିଓଲୋଜି, ଏମବିଏ (ଆରଏମ), ହୋମସାଇନ୍ସ ଓ ଇତିହାସ, ୩୦ରେ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ , କମ୍ପୁ୍ୟଟର ସାଇନ୍ସ ଓ ପବ୍ଲିକ୍‌ ହେଲଥ୍‌, ୩୧ ତାରିଖରେ ବଟାନି, ଏଜୁକେସନ୍‌, କେମେଷ୍ଟ୍ରି ଏବଂ ଲାଇବ୍ରେରୀ ଓ ଇନଫରମେସନ୍‌ ସାଇନ୍ସ ପରୀକ୍ଷା ରହିଛି । ଏହା ବ୍ୟତୀତ ସେପେଫମ୍ବର ୧ ତାରିଖରେ ସାନ୍ତାଳୀ/ସଂସ୍କୃତ /ଉର୍ଦ୍ଦୁ , ମାଟେରିଆଲ ସାଇନ୍ସ, ଗଣିତ, ଲିଙ୍ଗୁଇଷ୍ଟିକ୍ସ୍‌ ଏବଂ ସାମ୍ବାଦିକତା , ୨ ତାରିଖରେ ୱାଇଲï ଲାଇଫ୍‌ ଆଣ୍ଡ ବାୟୋଡାଇଭରସିଟି କନଜରଭେସନ୍‌, ବାୟୋଇନଫରମେଟିକ୍ସ୍‌, ବାୟୋଟେକ୍ନୋଲୋଜି, ଯୋଗ ଓ ନେଚେରୋପାଥି, ପଲିଟିକାଲ ସାଇନ୍ସ ଏବଂ ଏମଏସଡବ୍ଳୁ ରହିଛି । ୩ ତାରିଖରେ ଓମେନ ଷ୍ଟଡିଜ୍‌, ଇଲେକେଫ୍ରାନିକ୍‌ ସାଇନ୍ସ, ସାଇକୋଲୋଜି ଓ ମେରାଇନ୍‌ ସାଇନ୍ସ ବିଷୟରେ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ସାମସ୍‌ େୱବସାଇଟ୍‌ରୁ ପରୀକ୍ଷା ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଦିନ ଯାଏଁ  କାଳବୈଶାଖୀ ସମ୍ଭାବନା

ତିନି ଦିନ ଯାଏଁ କାଳବୈଶାଖୀ ସମ୍ଭାବନା

Read More...

ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ିଲା

ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page