ପାର୍ବଣ ଗାଇଡ୍‌ଲାଇନ୍‌ ଜାରି : ବିନା ଭକ୍ତରେ ହେବ ପୂଜା

August 09, 2021, ଓଡ଼ିଶା, , Anupambharat News Bureau


 ପାର୍ବଣ ଗାଇଡ୍‌ଲାଇନ୍‌ ଜାରି  : ବିନା ଭକ୍ତରେ ହେବ ପୂଜା
Anupambharat News Bureau
August 09, 2021


n ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି
n ପୂଜାମଣ୍ଡପରେ ୪ଫୁଟରୁ କମ୍‌ ଉଚ୍ଚତା ମୂର୍ତ୍ତି
n ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ
n ପୂଜାମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ
ଭୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ): ଗତବର୍ଷ ଭଳି ଏବର୍ଷ ବି ବିନା ଭକ୍ତରେ ହେବ ପୂଜା ପାର୍ବଣ । ଗଣେଶପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ନେଇ ସୋମବାର ସ୍ୱତନ୍ତ୍ର ରିଲିଫ୍‌ କମିଶନର ମାର୍ଗଦର୍ଶିକା ଜାରି କରି ଏହା ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ଅଗଷ୍ଟ, ସେପେଫମ୍ବର, ଅକେଫାବର ଓ ନଭେମ୍ବର ମାସରେ ପଡ଼ୁଥିବା ସବୁ ପାର୍ବଣ ଲାଗି ଏହି ନିୟମ ଲାଗୁ ହେବ । ଅପରପକ୍ଷରେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ଲାଗି ଅନୁମତି ଦିଆଯାଇଛି ।
ଏସଆରସିଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ କଟକଣା ସହ ପୂଜା ଆୟୋଜନ ପାଇଁ ପୂଜା କମିଟି ଗୁଡ଼ିକୁ ଅନୁମତି ଦିଆଯାଇଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ । ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ଆବଶ୍ୟକ । କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ ।
କୌଣସି ସାଜସଜ୍ଜା ହୋଇପାରିବ ନାହିଁ କିମ୍ବା ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ । ସବୁ ପୂଜାମଣ୍ଡପରେ ୪ଫୁଟରୁ କମ୍‌ ଉଚ୍ଚତାରେ ମୂର୍ତ୍ତି ହେବ । ପୂଜାମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ । ସାମ୍ନା ପଟରୁ ଏମିତି ଆବଦ୍ଧ ହେବ ଯେମିତି ଦର୍ଶନ କରିବେନି ଭକ୍ତ । କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ଜଣଙ୍କୁ ଅନୁମତି ମିଳିବ । ବିସର୍ଜନ ଶୋଭାତ୍ରା ହେବ ନାହିଁ । କୁତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ।
ଏହାଛଡ଼ା କୋଭିଡ୍‌ ନିୟମ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ । ଏହି ଅବସରରେ ଭୋଜିଭାତକୁ ବି ବାରଣ କରାଯାଇଛି । କୌଣସି ସ୍ଥାନରେ ଏହି ଅବସରରେ କୌଣସି ପ୍ରକାରର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ । ଏହି ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନର ତଦାରଖ ଲାଗି ଜିଲ୍ଲାପାଳ ଓ ମୁନସିପାଲ୍‌ କମିଶନର ଓ କଟକ-ଭୁବନେଶ୍ୱର କମିସନରେଟ୍‌ ପୋଲିସକୁ ଦାୟିତ୍ୱ ଦିଆଯାଇଛି ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ପ୍ରକାଶଥାଉକି ଗତ ବର୍ଷ ମଧ୍ୟ ଏହି କଟକଣାରେ ପର୍ବ ପାଳିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ କରୋନା କଟକଣାରେ ନଭେମ୍ବର ପର୍ଯ୍ୟନ୍ତ ବିଭିନ୍ନ ପର୍ବ ପାଳନ କରିବାକୁ ସରକାର ଆଜି ନିର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ ପାର୍ବଣ ପାଳନ ଫିକା ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟସ୍ତ ତାରୁଣ୍ୟ, ତ୍ରସ୍ତ ବାର୍ଦ୍ଧକ୍ୟ

ବ୍ୟସ୍ତ ତାରୁଣ୍ୟ, ତ୍ରସ୍ତ ବାର୍ଦ୍ଧକ୍ୟ

Read More...

୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page