ଉପକୂଳ ମୁହାଁ ହୋଇପାରେ ‘ୟଶ’!

May 19, 2021, ଓଡ଼ିଶା, , Anupambharat News Bureau


ଉପକୂଳ ମୁହାଁ ହୋଇପାରେ ‘ୟଶ’!
Anupambharat News Bureau
May 19, 2021


ଭୁବନେଶ୍ୱର, ୧୯ା୫(ଅନୁପମ ମିଡ଼ିଆ): ­ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବମଧ୍ୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ । ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର । ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ । ତବେ କେଉଁଠି କେତେବେଳେ ଏହାର ପ୍ରଭାବ ପଡିବ ତାହା ଏବେଠୁ କହିହେବ ନାହିଁ । ବାତ୍ୟାର ତ୍ରୀବତା କେତେ ରହିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡିବ । ତେବେ ୨୬ ତାରିଖରେ ଉପକୂଳ ଛୁଇଁପାରେ ବାତ୍ୟା ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି । କି;ୁ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି ସେ କହିଛନ୍ତି । ଆଇଏମଡିର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ୨୫ ତାରିଖ ରାତିରୁ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ ଦୁଇଟଇ ସ୍ଥାନରେ ପ୍ରବଳ ବର୍ଷର୍ା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନ ଘଣ୍ଟା ପ୍ରତି ୪୫ରୁ ୫୫ କିମି କିମ୍ବା ୬୫ କିମି ବେଗରେ ବହିପାରେ । ପରବର୍ତ୍ତୀ ସମୟରେ ପବନର ବେଗ ୫୦ରୁ ୬୦ କିମି ଏବଂ ଝଟକା ପବନ ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ୨୪ରୁ ୨୬ ତାରିଖ ମଧ୍ୟରେ ଓଡିଶା ପଶ୍ଚିମ ବଙ୍ଗ ଓ ବଙ୍ଗଳାଦେଶ ଉପକୂଳରେ ପବନର ବେଗ ଆହୁରି ଶକ୍ତିଶାଳୀ ରହିପାରେ । ଅପରପକ୍ଷରେ ମତ୍ସ୍ୟଜୀବୀମାନେ ୨୩ରୁ ୨୫ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମନା କରାଯାଇଛି ।
ତେବେ ବର୍ତ୍ତମାନ କରୋନାକୁ ନେଇ ରାଜ୍ୟରେ ଭିନ୍ନ ବାତାବରଣ ଲାଗି ରହିଥିବା ବେଳେ ପୁଣି ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇବାରେ ଲାଗିଛି । ନିକଟରେ ସୃଷ୍ଟି ବାତ୍ୟା ତାଉ’ତେ ମୁମ୍ବାଇ ଏବଂ ଗୁଜରାଟରେ ନାହିଁନଥିବା କ୍ଷୟକ୍ଷତି ସାଧିତ କରିଥିଲା । ତେବେ ବାତ୍ୟା ‘ୟଶ’ର ଗତି କୁଆଡେ ରହିବ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ଏଯାବତ୍‌ କିଛି ଆକଳନ କରାଯାଇ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

Read More...

ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page