ଆଶାରାମ ଅସୁସ୍ଥ

February 17, 2021, ଦେଶ, , Anupambharat News Bureau


ଆଶାରାମ ଅସୁସ୍ଥ
Anupambharat News Bureau
February 17, 2021


ଜୟପୁର: ବିଗିଡିଲା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ସ୍ୱାସ୍ଥାବସ୍ଥା । ଯୋଧପୁର ଜେଲରେ ବନ୍ଦ ଥିବା ଆଶାରାମ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଶାରାମ୍‌ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର କରାଯାଇଥିଲା । ପରେ ତାଙ୍କୁ ଯୋଧପୁର ସ୍ଥିତ ମହାତ୍ମା ଗାନ୍ଧି ମେଡିକାଲରେ ଭର୍ତ୍ତି କରାଯାଇଛି । ଆଶାରାମଙ୍କ ଅନେକ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟ ରହିଛି । ଯେପରି ତାଙ୍କ ଆଣ୍ଠୁରେ ବ୍ୟଥା ରହିଛି ଓ ରକ୍ତ ଚାପ ରହିଛି । ମେଡିକାଲରେ ଭର୍ତ୍ତି ପରେ ଆଶାରାମଙ୍କର ଅନେକ ପ୍ରକାର ଟେଷ୍ଟ କରାଯାଇଥିବାର ସୂଚନା ମଧ୍ୟ ରହିଛି । ତାଙ୍କୁ ପ୍ରଥମେ ରାଜସ୍ଥାନ ଯୋଧପୁର ସ୍ଥିତ ମହାତ୍ମାଗାନ୍ଧୀ ହସ୍ପିଟାଲ ଏବଂ ପରେ ମଥୁରାଦାସ ମାଥୁର ହସ୍ପିଟାଲର ସିସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଜେଲ ଭିତରେ ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଞ୍ଜାବରେ କଂଗ୍ରେସର ବାଜିମାତ୍‌

ପଞ୍ଜାବରେ କଂଗ୍ରେସର ବାଜିମାତ୍‌

Read More...

ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା

ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page