ଟିକା କରଣ ପ୍ରସ୍ତୁତିକୁ ଜୋରଦାର୍‌ କରିଛି ଭାରତ

January 02, 2021, ଦେଶ, , Anupambharat News Bureau


ଟିକା କରଣ ପ୍ରସ୍ତୁତିକୁ ଜୋରଦାର୍‌ କରିଛି ଭାରତ
Anupambharat News Bureau
January 02, 2021


ନୂଆଦିଲ୍ଲୀ: ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍‌ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍‌ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ କରୋନା ଭାକସିନ୍‌ ଫ୍ରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର କହିଛି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭାକସିନର ଡ୍ରାଏ ରନ୍‌ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।
ଡ୍ରାଏ ରନ୍‌ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯିବ । ଯେପରି ବାସ୍ତବରେ ଟିକାକରଣ କରାଯାଉଛି । ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍‌ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି । ହସ୍ପିଟାଲରୁ ବାହାରକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ଅଯଥା ଗୁଜବରେ ବିଶ୍ୱାସ କର;ୁ ନାହିଁ । ଭାକସିନର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ଅଟେ ।
ପୋଲିଓ ଭାକସିନ ଦେବାବେଳେ ଅନେକ ଗୁଜବ ସୃଷ୍ଟି କରାଯାଉଥିଲା । କି;ୁ ଲୋକମାନେ ପୋଲିଓ ଟିକା ଲଗାଉଥିଲେ ଓ ଆଜି ଭାରତ ପୋଲିଓ ମୁକ୍ତ ଅଟେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ଥର ୪ଟି ରାଜ୍ୟରେ ଡ୍ରାଏ ରନ୍‌ ହୋଇଥିଲା । ଏହାପରେ ଏସଓପିରେ କିଛିଟା ପରିବର୍ତ୍ତନ କରାଯାଇଛି । ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଡ୍ରାଏ ରନ୍‌ କରୁଛନ୍ତି । ଟିକାକରଣ ବେଳେ ଯେମିତି ହେବାକଥା ସବୁକିଛି ଠିକ୍‌ ସେହିପରି ହେବ । କୋଠରୀରେ କିଭଳି ଭାବେ ବ୍ୟବସ୍ଥା ଗ୍ରହଣ କରାଯିବ, ଡାଟା ଅପଲୋଡ୍‌ ବାବଦରେ ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି । କରୋନା ଭାଇରସ୍‌ ର ନୂଆ ଷ୍ଟ୍ରେନ୍‌ ଭାରତରେ ମଧ୍ୟ ଦେଖାଗଲାଣି । କିଛି ରାଜ୍ୟରେ କିଛି ଲୋକ ଏହି ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍‌ ର ପବ୍ଲିକ୍‌ ହେଲ‘ ସଂସ୍ଥାର ଗବେଷଣା ଅନୁସାରେ ଏହି ନୂଆ ଷ୍ଟ୍ରେନ୍‌ କୁ ନେଇ ଚିନ୍ତାକୁ କମ୍‌ କରିପାରେ । ଗବେଷଣାକୁ ଜଣାପଡିଛି ଯେ, ପୁରୁଣା ଷ୍ଟ୍ରେନ୍‌ ତୁଳନାରେ ନୂଆ ଷ୍ଟ୍ରେନ୍‌ ଅଧିକ କ୍ଷତିକାରକ ନୁହେଁ । ଏହାର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ରହିଛି ।
ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । ଏକ ରିପୋର୍ଟ ଅନୁସାରେ ଏହି ଗବେଷଣାରେ ୩୬୦୦ ଲୋକ ସାମିଲ ହୋଇଥିଲେ । ରୋଗୀଙ୍କୁ ଦୁଇ ଭାବଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ବର୍ଗରେ ପୁରୁଣା ଷ୍ଟ୍ରେନ୍‌ ସଂକ୍ରମିତ ଏବଂ ଅନ୍ୟ ବର୍ଗରେ ନୂଆ ଷ୍ଟ୍ରେନ୍‌ ର ସଂକ୍ରମିତ ରହିଥିଲେ । ଏତେ ସଂଖ୍ୟକ ସଂକ୍ରମିତଙ୍କ ମଧ୍ୟରେ ୪୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ପୁରୁଣା ଷ୍ଟ୍ରେନ୍‌ ଦ୍ୱାରା ୨୬ ଏବଂ ନୂଆ ଷ୍ଟ୍ରେନ୍‌ ଦ୍ୱାରା ୧୬ ଜଣ ରହିଥିଲେ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ପୁରୁଣା ଷ୍ଟ୍ରେନ୍‌ ର ୧୨ ଜଣ ସଂକ୍ରମିତ ଥିଲେ । ଅନ୍ୟ ୧୦ ଜଣ ନୂଆ ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ଥିଲେ । ଏଥିରୁ ଜଣାପଡିଛି ଯେ, ଏହି ନୂଆ ଷ୍ଟ୍ରେନ୍‌ କମ୍‌ କ୍ଷତିକାରକ । ଏହି ଗବେଷଣାରୁ ଆଉ ଏକ ଜରୁରୀ କଥା ସାମ୍ନାକୁ ଆସିଛି ।
ନୂଆ ଷ୍ଟ୍ରେନ୍‌ କମ୍‌ କ୍ଷତିକାରକ ହୋଇଥିବା ବେଳେ ଏହା ଅଧିକ ସଂକ୍ରାମକ । ଗତ ୨୪ ଘଣ୍ଟା ମଧ୍ୟରେ ୧୯, ୦୭୯୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୩ କୋଟିରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯, ୦୭୯ କରୋନାଭାଇରସ ଜନିତ ନୂତନ ସଂକ୍ରମଣ ଓ ୨୨୪ ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୫% କମ୍‌ ରହିଛି ।
ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦, ୩୦୫, ୭୮୮ । ଗତ ୨୪ ଘଣ୍ଟାର ମୃତ୍ୟୁସଂଖ୍ୟାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୯,୨୧୮ରେ ପହଞ୍ଚିଛି । ଏହାକୁ ମିଶାଇ ଏବେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁହାର ୧.୪୫% ରହିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୨, ୯୨୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୯, ୦୬, ୩୮୭ଛ ଏହା ଦେଶର ସମୁଦାୟ ସୁସ୍ଥତାସଂଖ୍ୟାର ୯୬.୧୨% । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୫୦,୧୮୩ । ଏହା ହେଉଛି ଦେଶର ସମୁଦାୟ ଆକ୍ରାନ୍ତଙ୍କର ୨.୪୩% । ଦେଶର ସମୁଦାୟ ସକ୍ରିୟ କୋଭିଡ୍‌-୧୯ ମାମଲାର ପ୍ରାୟ ୬୨% ହେଉଛନ୍ତି କେରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ପ୍ରଭୃତି ପାଞ୍ଚଟି ରାଜ୍ୟର ବୋଲି ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୮ରୁ ଖୋଲିବ ସ୍କୁଲ

୮ରୁ ଖୋଲିବ ସ୍କୁଲ

Read More...

ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହେବେ ନୀତିଶ: ରାବଡି ଦେବୀ

ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହେବେ ନୀତିଶ: ରାବଡି ଦେବୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page