କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ

January 02, 2021, ଦେଶ, , Anupambharat News Bureau


କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ
Anupambharat News Bureau
January 02, 2021


ନୂଆଦିଲ୍ଲୀ: ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ପ୍ରଥମେ ଅକାଳି ଦଳର ଜଣେ ସଦସ୍ୟଭାବେ ସେ ନିର୍ବାଚନ ଲଢ଼ିବା ପରେ ୧୯୬୦ ଦଶକରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୬୨ରେ ରାଜସ୍ଥାନର ସାଧନା ନିର୍ବାଚନ ମଣ୍ଡଳୀରୁ ସିଂହ ପ୍ରଥମେ ଭାରତୀୟ ସଂସଦର ତୃତୀୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ସମେତ ସେ ବିଭିନ୍ନ ସମୟରେ ଅନେକ ପଦପଦବୀରେ ଅବସ୍ଥାନ କରିଥିଲେ । ୨୦୦୭ରୁ ୨୦୧୦ଯାଏଁ ସେ ‘ନ୍ୟାସ୍ନାଲ୍‌ କମିସନ୍‌ ଫର୍‌ ସିଡ୍ୟୁଲï୍‌ କାଷ୍ଟ୍‌’ର ସଭାପତି ଥିଲେ । ଜବାହରଲାଲ୍‌ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରୁ ସେ କଂଗ୍ରେସ ପାର୍ଟି ସହ ସମ୍ପୃକ୍ତ ଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ସେ ନିକଟତମ ବ୍ୟକ୍ତି ଥିଲେ ବୋଲି ବିବେଚନା କରାଯାଏ । ସେ ମଧ୍ୟ ପଞ୍ଜାବୀ ସାହିତ୍ୟ ଓ ଶିଖ୍‌ ଇତିହାସର କେତେକ ଲେଖାର ସଙ୍କଳନ କରିଛନ୍ତି । ଏହାଛଡ଼ା ‘ପଞ୍ଜାବୀ ସ୍ପିକିଙ୍ଗ୍‌ ଷ୍ଟେଟ୍‌’ ନାମକ ଏକ ସମୀକ୍ଷାଭିତ୍ତିକ ପୁସ୍ତକ ରଚନା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ

ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ

Read More...

ମହିଳା ଓ ଶିଶୁ ବିରୋଧ ଅପରାଧ ରୋକିବାକୁ ହେବ ସ୍ୱତନ୍ତ୍ର ଶାଖା: ମୁଖ୍ୟମନ୍ତ୍ରୀ

ମହିଳା ଓ ଶିଶୁ ବିରୋଧ ଅପରାଧ ରୋକିବାକୁ ହେବ ସ୍ୱତନ୍ତ୍ର ଶାଖା: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page