ନିଲାମ୍‌ ଅପେକ୍ଷାରେ ଓଡିଶାର ୩ କୋଇଲା ଖଣି

December 14, 2020, ଦେଶ, , Anupambharat News Bureau


ନିଲାମ୍‌ ଅପେକ୍ଷାରେ ଓଡିଶାର ୩ କୋଇଲା ଖଣି
Anupambharat News Bureau
December 14, 2020


ନୂଆଦିଲ୍ଲୀ/ଭୁବନେଶ୍ୱର : ବାଣିଜ୍ୟିକ ସଂସ୍ଥା ଲାଗି ନିଲାମ କରାଯାଉଥିବା ଓଡ଼ିଶାର ତିନିଟି ଖଣି ପାଇଁ ପୁଣି ଥରେ ବିଡ୍‌ ଆହ୍ୱାନ କରାଯିବ । ସେହି ତିନି ଖଣି ହେଉଛି ଛେଣ୍ଡିପଦା, ଛେଣ୍ଡିପଦା-୨ ଓ କୁରାଲୋଇ (ଏ) ନର୍ଥ । ଗତଥର ନିଲାମ ବେଳେ ଏହି ତିନି ଖଣି ଉପଲବ୍ଧ ହୋଇଥିଲା । ମାତ୍ର ଦୁଇରୁ କମ୍‌ ସଂଖ୍ୟକ ସଂସ୍ଥା ଟେଣ୍ଡର ପକାଇଥିବାରୁ ନିୟମ ଅନୁଯାୟୀ ନିଲାମ ବାତିଲ କରିବାକୁ ପଡ଼ିଥିଲା । ଓଡ଼ିଶାର ଏହି ତିନି ଖଣି ସହ ଝାଡ଼ଖଣ୍ଡର ସେରେଗଡ଼ କୋଇଲା ଖଣିକୁ ମଧ୍ୟ ନିଲାମ କରାଯିବ । ଏହି ଚାରି ଖଣି ନିଲାମ କରିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପୁଣି ଥରେ ଉଦ୍ୟମ ଆରମ୍ଭ କରାଯାଇଛି । ଗତଥର ନିଲାମରେ ଓଡ଼ିଶାର ରାଧିକାପୁର ଇଷ୍ଟ ଓ ରାଧିକାପୁର େୱଷ୍ଟ୍‌ କୋଇଲା ଖଣିକୁ ନିଲାମ କରାଯାଇଥିଲା । ଏସଲେ୍‌ ମାଇନିଂ ରାଧିକାପୁର ଇଷ୍ଟPୁ ଓ ବେଦାନ୍ତ ରାଧିକାପୁର େୱଷ୍ଟPୁ ହାସଲ କରିଛି । ଏହି ଦୁଇ ଖଣି ସଫଳତାର ସହ ନିଲାମ ହୋଇଥିବାରୁ ଓଡ଼ିଶା ବର୍ଷକୁ ୧୦୫୯ କୋଟି ଟଙ୍କାର ରାଜସ୍ୱ ପାଇବ । ରାଧିକାପୁର େୱଷ୍ଟ୍‌ ପାଇଁ ବର୍ଷକୁ ୫୯୨.୨୮ କୋଟି ଟଙ୍କା ଓ ରାଧିକାପୁର ଇଷ୍ଟ୍‌ ପାଇଁ ୪୬୬.୫୮ କୋଟି ଟଙ୍କାର ରାଜସ୍ୱ ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁନ୍‌ ୧୮ରେ କୋଇଲା ଖଣିର ବାଣିଜ୍ୟିକ ଖନନ ପାଇଁ ନିଲାମ ପ୍ରକ୍ରିୟାର ଆରମ୍ଭ କରିଥିଲେ । ଗତଥର ୩୮ଟି ଖଣିକୁ ନିଲାମ ପାଇଁ ଉପଲବ୍ଧ କରାଯାଇଥିବା ବେଳେ ୧୯ଟି ଖଣି ପାଇଁ ଆର୍ଥିକ ବିଡ୍‌ ଆସିଥିଲା । ନିଲାମ ସଫଳତା ହାର ୫୦% ରହିଥିଲା । ପୂର୍ବରୁ ନିଲାମ କରାଯାଇଥିବା ୧୦ଟି ଖଣିର ସଫଳତା ହାର ୩୦% ଥିଲା । ବିଗତ ୧୦ଟି ପର୍ଯ୍ୟାୟରେ ୧୧୬ଟି ଖଣି ନିଲାମ ପାଇଁ ଉପଲବ୍ଧ କରାଯାଇଥିବା ବେଳେ ସେଥିରୁ ମାତ୍ର ୩୫ଟି ସଫଳତାର ସହ ନିଲାମ କରାଯାଇଛି । ଗତଥର ନିଲାମ ପ୍ରକ୍ରିୟାରେ ୪୨ଟି କଂପାନି ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୪୦ଟି ହେଉଛନ୍ତି ଘରୋଇ କ୍ଷେତ୍ରର ସଂସ୍ଥା । ନାେáା ଓ ଆନ୍ଧ୍ରପ୍ରଦେଶ ଖଣି ବିକାଶ ନିଗମ ମଧ୍ୟ ନିଲାମରେ ଭାଗ ନେଇଥିଲେ । ନିଲାମ କରାଯାଇଥିବା ୧୯ଟି ଖଣି ମଧ୍ୟରୁ ୧୧ଟି ଓପନPାଷ୍ଟ ଓ ୫ଟି ଅଣ୍ଡରଗ୍ରାଉଣ୍ଡ୍‌ ଖଣି ଏବଂ ୩ଟି ଉଭୟ ଓପନPାଷ୍ଟ ଓ ଅଣ୍ଡରଗ୍ରାଉଣ୍ଡ୍‌ ଖଣିର ମିଶ୍ରଣ ଥିଲା । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି କ୍ଷେତ୍ରର ସମସ୍ୟା ଏବଂ ସଂସ୍କାର ସମ୍ପର୍କରେ ଦୁଇ କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଥିଲେ । ସେ କୋଇଲା ରୟାଲଟି ସଂଶୋଧନ କରିବା, ଓଏମ୍‌ସି ଭଳି ସଂସ୍ଥା ପାଇଁ ଖଣି ସଂରକ୍ଷିତ ରଖିବା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର କଞ୍ଚାମାଲ ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ । ୨୦୧୭ ପରଠାରୁ କୋଇଲା ରୟାଲଫି ସଂଶୋଧନ ହୋଇନାହିଁ । ସ୍ୱଚ୍ଛ ଶକ୍ତି ସେସ୍ରେ ଅନେକ ଥର ବୃଦ୍ଧି ଅଣାଯାଇଥିବା ବେଳେ ତାହାର କେଣସି ଲାଭ ରାଜ୍ୟ ସରକାରଙ୍କୁ ମିଳୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଖଣିରୁ ଉତ୍ପାଦନ ଏବଂ ଡେସ୍ପାଚ୍‌ରେ ବିଭ୍ରାଟକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦେ୍ୱଗ ପ୍ରକାଶ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଯୋଗୁଁ ଇାସ୍ରୋର ବ୍ୟାପକ କ୍ଷତି

କରୋନା ଯୋଗୁଁ ଇାସ୍ରୋର ବ୍ୟାପକ କ୍ଷତି

Read More...

ଉପବାସ ରହି ଚାଷୀଙ୍କ ଆନ୍ଦୋଳନ,  କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ , ଆଇନ ସମର୍ଥନରେ ୧୦ କୃଷକ ସଂଗଠନ

ଉପବାସ ରହି ଚାଷୀଙ୍କ ଆନ୍ଦୋଳନ, କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ , ଆଇନ ସମର୍ଥନରେ ୧୦ କୃଷକ ସଂଗଠନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page