ନାସାର ଚନ୍ଦ୍ର ଅଭିଯାନରେ ଭାରତୀୟ ବଂଶୋଦ୍ଭବ

December 11, 2020, ଦେଶ, , Anupambharat News Bureau


ନାସାର ଚନ୍ଦ୍ର ଅଭିଯାନରେ ଭାରତୀୟ ବଂଶୋଦ୍ଭବ
Anupambharat News Bureau
December 11, 2020


ନୂଆଦିଲ୍ଲୀ, ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ବା ନାସା ଏକ ବଡ ଯୋଜନା ପାଇଁ ରୂପରେଖ ପ୍ରସ୍ତୁତ କରୁଛି । ନାସା ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଅଭିଯାନ ପାଇଁ ମୋଟ ୧୮ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି । ତାଲିକାରେ ୯ ଜଣ ମହିଳା ମହକାଶଚାରୀଙ୍କୁ ସ୍ଥାନ ମିଳିଛିଛ ‘ଆର୍ଟମିସ ଚନ୍ଦ୍ର ଅଭିଯାନ’ ପାଇଁ ନାସା ମହାକଶଚାରୀଙ୍କୁ ତାଲିମ ପ୍ରଦାନ କରିବ । ନାସା ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ଜଣେ ଭାରତୀୟ ବଂଶୋଦ୍ଭବ ମଧ୍ୟ ରହିଛନ୍ତି । ସେ ହେଉଛନ୍ତି ୪୩ ବର୍ଷୀୟ ରାଜା ଚାରୀ ସାମିଲ ଅଛନ୍ତି । ୟୁଏସ୍‌ ଏୟାର ଫୋର୍ସ ଏକାଡେମୀ, ଏମଆଇଟି ଓ ୟୁଏସ୍‌ ନାଭାଲ ଟେଷ୍ଟ ସ୍କୁଲରୁ ରାଜା ଚାରୀ ସ୍ନାତକ ପାସ୍‌ କରିଛନ୍ତି । ଏକମାତ୍ର ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ତାଲିକାରେ ରହିଛନ୍ତି । ତାଙ୍କୁ ୨୦୧୭ ମସିହାରେ ନାସା ‘ଆଷ୍ଟ୍ରୋନେଟ୍‌ କ୍ୟାଣ୍ଡିଡେଟ କ୍ଲାସ୍‌’ ପାଇଁ ମନୋନୀତ କରିଥିଲା । ସେ ୨୦୧୭ ମସିହାରେ ଯୋଗ ଦେଇ ନିଜର ପ୍ରଥମ ପ୍ରଶିକ୍ଷଣ ପୂରଣ କରିଥିଲେ । ବର୍ତ୍ତମାନ ସେ ନାସାର ଏହି ଅଭିଯାନ ପାଇଁ ପୁରା ପ୍ରସ୍ତୁତ ଥିବା କହିଛନ୍ତି । ୨୦୨୪ ମସିହାରେ ହେବାକୁ ଥିବା ନାସାର ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀ ପାଦ ଥାପିବେ । ଏହି ଅଭିଯାନର ମୁଖ୍ୟ ମହାକାଶଚାରୀ ଫୋରେଷ୍ଟର କହିଛନ୍ତି ଯେ, ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ଏକ ଗୌରବ କଥା ହେବ । ବହୁ ଦିନର ସ୍‌ୱପ୍ନ ପୂରଣ ହେବାକୁ ଯାଉଛି । ଏହି ଅଭିଯାନରେ ଯେକୌଣସି ପ୍ରକାର ଭୂମିକା ତୁଲାଇବା ତାଙ୍କପାଇଁ ଗୌରବର କଥା ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

Read More...

ମମତାଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ସୀମା ଟପ;ୁ ନାହିଁ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ !

ମମତାଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ସୀମା ଟପ;ୁ ନାହିଁ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page