ମହାରାଷ୍ଟ୍ର ସରକାରଙ୍କ ନୂଆ ଆଇନ ଧର୍ଷଣକାରୀଙ୍କୁ ମୃତୁ୍ୟଦଣ୍ଡ

December 11, 2020, ଦେଶ, , Anupambharat News Bureau


ମହାରାଷ୍ଟ୍ର ସରକାରଙ୍କ ନୂଆ ଆଇନ ଧର୍ଷଣକାରୀଙ୍କୁ ମୃତୁ୍ୟଦଣ୍ଡ
Anupambharat News Bureau
December 11, 2020


ମୁମ୍ବାଇ: ମହାରାଷ୍ଟ୍ର ସରକାର ଖୁବ୍‌ ଶୀଘ୍ର ଧର୍ଷଣ ଅପରାଧୀଙ୍କ ପାଇଁ ଆରମ୍ଭ କରିବେ ମୃତୁ୍ୟଦଣ୍ଡ । ଏନେଇ ଶକ୍ତ ଆଇନ ‘ଶକ୍ତି ଲ’କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଆଗାମୀ ବିଧାନସଭାରେ ଏହା ପାରିତ ହେଲେ ଆଇନରେ ପରିବର୍ତ୍ତନ ହୋଇଯିବ ଓ ରାଜ୍ୟରେ ଧର୍ଷଣ ଅପରାଧ ନେଇ କଡ଼ା ଆଇନ ଲାଗୁହେବ । ଭାରତରେ ଧର୍ଷଣ ସମାଜ ପାଇଁ କେବଳ ଏକ ଅଭିଶାପ ନୁହେଁ ଏହା ସଭ୍ୟ ସମାଜ ପାଇଁ ଏକ ବଡ଼ ବିପଦ । ପୂର୍ବରୁ ଧର୍ଷଣକାରୀଙ୍କ ପାଇଁ ଭାରତରେ ମୃତ୍ୟୁ ଦଣ୍ଡ ନଥିଲା । ହେଲେ ନିର୍ଭୟା ଗ୍ୟାଙ୍ଗ୍‌ ରେପ୍‌ ପରେ ଦେଶରେ ଶକ୍ତ ଆଇନ ପ୍ରଣୟନ ନେଇ ଆନ୍ଦୋଳନ ଜାରି ରହିଥିଲା । ଫଳରେ ଆଇନଜ୍ଞମାନେ ଧର୍ଷଣ ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ଦେବା ନେଇ ବିଚାର ବିମର୍ଶ କରିଥିଲେ । ଶେଷରେ ର୍ନିଭୟା ଅପରାଧୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ।
ସେହିପରି ଏବେ ମହାରାଷ୍ଟ୍ର ସରକାର ଧର୍ଷଣ, ଏସିଡ୍‌ ଆକ୍ରମଣ ଏବଂ ନାବାଳିକାଙ୍କ ଯୈାନ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ନେଇ ଆଇନ ଗଠନ କରିଥିବା ’ ଶକ୍ତି ଲ’ କୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି । ଏହି ବିଲ୍‌ ଆସନ୍ତା ବିଧାନସଭା ଅଧିବେସନରେ ପାରିତ ହେବ । ପ୍ରକାଶଯୋଗ୍ୟ ଯେ ଆସନ୍ତା ସୋମବାର ଠାରୁ ମହାରାଷ୍ଟ୍ର ବିଧାନସଭା ଆରମ୍ଭ ହେବାକୁ ଯାଉଛି । ସରକାରଙ୍କର ଏହି ନିଷ୍ପତ୍ତିକୁ ସବୁ ବର୍ଗରୁ ସ୍ୱାଗତ କରାଯାଇଛି । ଦେଶରେ ଯେଉଁଭଳି ଧର୍ଷଣ ଅପରାଧ ବି ଚାଲିଛି ଏପରି ଏକ ଶକ୍ତ ଆଇନର ଆବଶ୍ୟକତା ରହିଛି ବୋଲି ସବୁ ବର୍ଗରେ ମତ ପ୍ରକାଶ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେମୋ ଡି’ ସୁଜାଙ୍କୁ ହୃଦ୍‌ଘାତ

ରେମୋ ଡି’ ସୁଜାଙ୍କୁ ହୃଦ୍‌ଘାତ

Read More...

ଅଷ୍ଟ୍ରେଲୀୟ ଖେଳାଳି ଗ୍ରୀନଙ୍କ ମୁଣ୍ଡରେ ବଲ୍‌ ବାଜିଲା

ଅଷ୍ଟ୍ରେଲୀୟ ଖେଳାଳି ଗ୍ରୀନଙ୍କ ମୁଣ୍ଡରେ ବଲ୍‌ ବାଜିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page