ଏସସିବି ମେଡିକାଲ କଲେଜର େୱବ୍‌ସାଇଟ୍‌ ଲୋକାର୍ପିତ: ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ କରାଯିବ: ମୁଖ୍ୟମନ୍ତ୍ରୀ

December 05, 2020, ଓଡ଼ିଶା, , Anupambharat News Bureau


ଏସସିବି ମେଡିକାଲ କଲେଜର େୱବ୍‌ସାଇଟ୍‌ ଲୋକାର୍ପିତ:  ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ କରାଯିବ: ମୁଖ୍ୟମନ୍ତ୍ରୀ
Anupambharat News Bureau
December 05, 2020


ଭୁବନେଶ୍ୱର, ୫ା୧୨(ଅନୁପମ ମିଡ଼ିଆ): ରାଜ୍ୟର ସର୍ବ ପୁରାତନ ଏବଂ ସମ୍ମାନ ଜନକ ଚିକିତ୍ସା ପ୍ରତିଷ୍ଠାନ, ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ବିଶ୍ୱସ୍ତରୀୟ େୱବ୍‌ସାଇଟ୍‌, ପୁରାତନ ଛାତ୍ର ସଂଘ ଏବଂ ଏହାର େୱବ୍‌ସାଇଟ୍‌ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏସସିବି ମେଡ଼ିକାଲ କଲେଜର ଚିକିତ୍ସା କ୍ଷେତ୍ରରେ ଥିବା ସୁନାମ ଉପରେ ଆଲୋକପାତ କରି ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ସରକାରଙ୍କ ୫-ଟି ଇନିସିଏଟିଭ ଅଧିନରେ ଏଥି ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବଡ଼ ମେଡ଼ିକାଲ ଭାବରେ ଜଣାଶୁଣା ଏସସିବି ମେଡ଼କାଲ କଲେଜକୁ ଓଡ଼ିଶାବାସୀ ବିଶେଷ କରି ଗରିବ ଲୋକେ ଭରସା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଅନୁଷ୍ଠାନର ମାନବ ସେବା ହିଁ ତାକୁ ଏକ ପବିତ୍ର ଅନୁଷ୍ଠାନ ଭାବରେ ପରିଚୟ ଦେଇଛନ୍ତି । ଅନେକ ପ୍ରତିଭାର ଏ;ୁଡ଼ିଶାଳ ଏସସିବି ତାର ୭୬ ବର୍ଷର ଇତିହାସରେ ଅନେକ ପ୍ରଥିତଯଶା ଚିକିତ୍ସକ ସୃଷ୍ଟି କରିଛି ଏବଂ ଆଜି ସେମାନେ ଦେଶ ବିଦେଶରେ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ଏହାକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ଉଦ୍ୟମ ବାହାରେ କାମ କରୁଥିବା ଏହାର ପୁରାତନ ଛାତ୍ର ମାନଙ୍କୁ ଏସସିବିରେ କାମ କରିବାକୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଏସସିବିର ଟ୍ରାନସପରମେସନରେ ପୁରାତନ ଛାତ୍ରମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିବା ସହ ଏହି ଦୁଇ େୱବ୍‌ସାଇଟ୍‌ ଏସସିବିର ଭାବବୂର୍ତି ଏବଂ ସେବା ପ୍ରଦାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଝାରସୁଗୁଡ଼ାରୁ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏସସିବି ମେଡ଼ିକାଲ କଲେଜର ଗୌରବମୟ ଇତିହାସ ଏବଂ ଉନ୍ନତ ଚିକିତ୍ସା ସେବା ଉପରେ ଆଲୋକପତା କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଏସସିବି ମେଡ଼ିକାଲ କଲେଜର ପ୍ରିନସପାଲ ଡଃ ଦତେଶ୍ୱର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।୧୯୪୪ ମସିହାରେ ଆରମ୍ଭ ହୋଇଥିବା ଏସସିବି ମେଡ଼ିକାଲ କଲେଜ ଆଜି ୭୬ ବର୍ଷରେ ପହଞ୍ଚିଛି । ଉନ୍ନତ ସେବା ପାଇଁ ପୂର୍ବ ଭାରତରେ ଏହା ଲୋକପ୍ରିୟ ଚିକିତ୍ସା ଅନୁଷ୍ଠାନ । ପ୍ରତିଦିନ ଏଠାକୁ କୋଡ଼ିଏ ହଜାର ଲୋକ ଚିକିତ୍ସା ପାଇଁ ଆସୁଥିବା ବେଳେ ଗତ ଦଶ ବର୍ଷ ମଧ୍ୟରେ ଏସସିବି ୧୭ ମିଲିୟନ ରୋଗୀଙ୍କୁ ଚିକିତ୍ସା କରିଛି । ରଥଯାତ୍ରା ପରେ ପୁରୀ ଫେରନ୍ତା ତୀର୍ଥଯାତ୍ରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ମହାନଦୀର ଜୋବ୍ରା କୂଳରେ ଆରମ୍ଭ ହୋଇଥିବା ଚିକିତ୍ସା ଶିବିର ଆଜି ଏସସିବି ମେଡ଼ିକାଲ କଲେଜ ପରି ଏକ ମହାର୍ଘ ଅନୁଷ୍ଠାନରେ ପରିଣତ ହୋଇ ଲୋକଙ୍କୁ ସେବା ଯୋଗାଇଚାଲିଛି ।ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ସହ ଭଲ ସମ୍ବନ୍ଧ ରଖିଥଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି: କୁମାରସ୍ୱାମୀ

ବିଜେପି ସହ ଭଲ ସମ୍ବନ୍ଧ ରଖିଥଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି: କୁମାରସ୍ୱାମୀ

Read More...

ସୁପର ପାୱାର ହେବାକୁ ସୁପର ସୋଲଜର୍‌ ତିଆରି କରିଛି ଚୀନ୍‌

ସୁପର ପାୱାର ହେବାକୁ ସୁପର ସୋଲଜର୍‌ ତିଆରି କରିଛି ଚୀନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page