ଜେଲ୍‌ ଗଲେ ପ୍ରଦୀପ

December 03, 2020, ଓଡ଼ିଶା, , Anupambharat News Bureau


ଜେଲ୍‌ ଗଲେ ପ୍ରଦୀପ
Anupambharat News Bureau
December 03, 2020

ଭୁବନେଶ୍ୱର,୩ା୧୨(ଅନୁପମ ମିଡ଼ିଆ): ବିଜେଡ଼ିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଗିରଫ କରିଛି । ପ୍ରଦୀପଙ୍କୁ ଗିରଫ ପରେ ଏସ୍‌ଡିଜିଏମ୍‌ କୋର୍ଟରେ ତାଙ୍କୁ ଜାମିନ ନାମାଞ୍ଜୁର ହେବା ପରେ ଜେଲ୍‌କୁ ପଠାଯାଇଥିଲା । ଆସନ୍ତା ୧୪ ଦିନ ପାଇଁ ସେ ଜେଲ୍‌ରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ତେବେ କ୍ରାଇମବ୍ରାଞ୍ଚ୍‌ ପ୍ରଦୀପଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିନଥିଲା । ତେବେ ଯେଉଁ ମାମଲାରେ ବିଧାୟକ ଗିରଫ ହୋଇଛନ୍ତି ତାହାର ଅଧିକ ତଦନ୍ତ ଆବଶ୍ୟକ ଦୃଷ୍ଟିରୁ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି । କୋର୍ଟ ରାୟ ପରେ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍‌ ପରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ବିଧାୟକଙ୍କୁ ତାଙ୍କ ସରକାରୀ ବାସଭବନରୁ ଅତି ନାଟକୀୟ ଢ଼ଙ୍ଗରେ କ୍ରାଇମବ୍ରାଞ୍ଚ ସନ୍ଧ୍ୟାରେ ଉଠାଇନେଇଥିଲା । ଏହାର ଘଣ୍ଟାଏ ପରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା । ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପାଠକ ବାପା, ପୁଅ ଲିଙ୍କ୍‌ରେ ଆସିବା ପରେ ବିଜେଡ଼ିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପ୍ରତିଦିନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ । ଏପରିକି ଆଜି ମଧ୍ୟ ଡାଲି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ତେବେ ସନ୍ଧ୍ୟାରେ ହଠାତ୍‌ ଆଠ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ତାଙ୍କୁ ସରକାରୀ ବାସଭବନରୁ ଉଠାଇ ନେଇଥିଲେ । ତେବେ ହଠାତ କ୍ରାଇମବ୍ରାଞ୍ଚ ଉଠାଇନେବା ନେଇ ସାଧାରଣରେ ଚର୍ଚ୍ଚା ଉଙ୍କିମାରିବାରେ ଲାଗିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚର ସିଆଇଡି ଆଜି ୨୬/୨୦୨୦ ମାମଲାରେ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଆଇପିସିର ଦଫା ୪୧୯/୪୨୦/୪୬୭/୪୬୮/୪୬୯/୪୭୧ / ୧୨୦- ବିଏବଂ ଆଇଟି ଆକଫର ୬୬ସି/୬୬ଡି ଲଗାଯାଇଛି । ଟାଟା କମ୍ପାନୀରେ ଚାକିରୀ
କରାଇଦେବାକୁ କହି ଆକାଶ ପାଠକଙ୍କ ନାମରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବାର ପ୍ରମାଣ ମିଳିଛି । ଅକାଶ ତରଫରୁ ଟଙ୍କା ସଂଗ୍ରହ କରି ଲୋକଙ୍କୁ ଟାଟା କମ୍ପାନୀରେ ଚାକିରୀର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ଆକାଶ ନିଜକ ଟାଟା ମୋଟରସ୍‌ର୍ର ଏମଡି ବୋଲି କହୁଥିଲେ । ଛଦ୍ମନାମ, ଠକେଇ, ଜାଲିଆତି, ଅପରାଧୀକ ଷଡଯନ୍ତ୍ର ଏବଂ ଅନ୍ୟାନ୍ୟ ସାଇବର ଅପରାଧ ଭାବେ ଏହିମାମଲାକୁ ବିଚାର କରାଯାଇଥିବା କ୍ରାଇବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ, ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚର ୮ ଜଣ ଅଧିକାରୀ ତାଙ୍କ ଭୁବନେଶ୍ୱର ୟୁନିଟ-୬ସ୍ଥିତ ସରକାରୀ ବାସଭବନରୁ ଉଠାଇ ନେଇ ଜେରା କରିଥିଲେ । ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା(୨୬/୨୦୨୦)ର ତଦନ୍ତ ପାଇଁ ତାଙ୍କୁ ଜେରା କରାଯାଉଥିବା କ୍ରାଇମ୍‌ ବ୍ରାଞ୍ଚ ଟୁଇଟ୍‌ କରି ସୂଚନା ଦେଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା

ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା

Read More...

ପାଠକ ଲିଙ୍କ୍ : ଟିଟିଲାଗଡ଼ ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ

ପାଠକ ଲିଙ୍କ୍ : ଟିଟିଲାଗଡ଼ ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page