ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ

November 11, 2020, ଦେଶ, , Anupambharat News Bureau


ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ
Anupambharat News Bureau
November 11, 2020

ପାଟନା,୧୦ା୧୧: ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ମିଳିଥିବା ସୂଚନାନୁଯାୟୀ ଜେଡିୟୁ ନେତୃତ୍ୱାଧିନ ଏନ୍‌ଡିଏ ଆଗରେ ରହିଛି । ତେବେ ନିର୍ବାଚନ ଶେଷ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ ଆକଳନକୁ ଆଜିର ଭୋଟ ଗଣତି ଓଲଟପାଲଟ କରିଦେଇଛି । ସମସ୍ତ ଏକଜିଟ୍‌ ପୋଲରେ ମହାମେଣ୍ଟ ସରକାର ଗଠନ କରିବ ବୋଲି ଆକଳନ କରିଥିଲା । ତେବେ ଭୋଟ ଗଣତିରୁ ଏହା ଭୁଲ ପ୍ରମାଣିତ ହେବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ ଏନ୍‌ଡିଏ ମେଣ୍ଟ ଆଗରେ ରହିଛି । ତେବେ ନିର୍ବାଚନ ଆୟୋଗ ଫଳାଫଳ ଘୋଷଣାରେ ଜାଣିଶୁଣି ବିଳମ୍ବ କରୁଥିବା ନେଇ ଆରଜେଡ଼ି ଅଭିଯୋଗ ପରେ ଏନେଇ ଆୟୋଗ ପକ୍ଷରୁ ସଫେଇ ଦିଆଯାଇଛି । ଆୟୋଗ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଛି । ଏପରିକି ଆରଜେଡ଼ି ଉଠାଇଥିବା ଅଭିଯୋଗର ଉତ୍ତର ରଖିବ ବୋଲି ନିର୍ବାଚନ ଆୟୋଗ ପ୍ରକାଶ କରିଥିବା ଆରଜେଡ଼ି ନେତା ମନୋଜ ଝା ପ୍ରକାଶ କରିଛନ୍ତି । ତେବେ ରାଜ୍ୟରେ ଆରେଜଡ଼ି ଏକକ ସଂଖ୍ୟା ଗରିଷ୍ଠତା ଦଳ ରୂପେ ଉଭା ହେବାରେ ଲାଗିଛି । ତେବେ ସବୁଠାରୁ ଚକିତ ଘଟଣା କ୍ରମେ ଶାସନର ଡୋରୀ ଧରିଥିବା ଜେଡ଼ିୟୁ ଏଥର ବହୁ ଆସନରେ ହାରର ସମ୍ମୁଖିନ ହୋଇଛି । ବିହାର ବିଧାନସଭାର ମୋଟ ୨୪୩ ଆସନରୁ ଏନ୍‌ଡିଏ ୧୨୦ ଆସନରେ ବିଜୟୀ ହୋଇ ୫ଟିରେ ଆଗୁଆ ରହିଛି । ସେହିଭଳି ମହାମେଣ୍ଟ ୧୦୮ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ଆଗୁଆ ରହିଛି । ଅନ୍ୟପକ୍ଷେ ଏଲଜେପି ଗୋଟିରେ ବିଜୟୀ ହୋଇଥିବା ବେଳେ ଅନ୍ୟ ଦଳ ଗୁଡ଼ିକ ୭ଟିରେ ବିଜୟୀ ହୋଇଛନ୍ତି । ବିଜୟ ଆସନକୁ ନେଇ ଦଳ ଗୁଡ଼ିକ ଦେଖିଲେ ଆରଜେଡ଼ି ସର୍ବାଧିକ ୭୭ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୭୧ଟିରେ ବିଜୟୀ ହୋଇଛି । ଅନ୍ୟପକ୍ଷେ ଜେଡ଼ିୟୁ ୪୦, ଏଲଜେପି ୦୧, କଂଗ୍ରେସ ୧୯, ସିପିଆଇଏମଏଲଏଲ୍‌ ୧୧, ସିପିଏମ୍‌ ୦୩ ଏବଂ ଅନ୍ୟମାନେ ୧୭ ଆସନରେ ବିଜୟୀ ହୋଇଥିବା କୁହାଯାଇଛି । ଅନ୍ୟପକ୍ଷେ ଆରଜେଡ଼ି ୧୧୯ ପ୍ରାର୍ଥୀ ବିଜୟୀ ହୋଇଥିବା ଦାବି କରିଥିବା ବେଳେ ନିର୍ବାଚନ ଆୟୋଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ପ୍ରକାଶଥାଉକି ୨୦୧୫ ନିର୍ବାଚନରେ ଆରଜେଡ଼ି ୮୦ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୫୩ ଏବଂ ଜେଡ଼ୟୁକୁ ୭୧ଟି ଆସନ ମିଳିଥିଲା । ଅନ୍ୟପକ୍ଷେ କଂଗ୍ରେସ ୨୭ ଏବଂ ଏଲଜେପିକୁ ଦୁଇଟି ଆସନ ମିଳିଥିବା ବେଳେ ଅନ୍ୟ ଦଳକୁ ୧୦ ଆସନ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

Read More...

ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page