ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ

August 28, 2020, ଦେଶ, , Anupambharat News Bureau


ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ
Anupambharat News Bureau
August 28, 2020

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୟୁଜିସି ନିଷ୍ପତ୍ତିକୁ ଅକ୍ଷୁର୍ଣ୍ଣ ରଖି କହିଛନ୍ତି ଯେ ଅନ୍ତିମ ବର୍ଷ ପରୀକ୍ଷା ସେପେଫମ୍ବର ୩୦ ତାରିଖ ସୁଦ୍ଧା କରାଯାଉ । ଅନ୍ତିମ ବର୍ଷ ପରୀକ୍ଷା ବିନା ଛାତ୍ରଙ୍କୁ ପାସ କରାଯିବ ନାହିଁ ବୋଲି ଅଦାଲତ କହିଛନ୍ତି । ଆଦିତ୍ୟ ଠାକରେଙ୍କ ଯୁବ ସେନା ସମେତ ଅନେକ ଆବେଦନରେ କରୋନା ସଙ୍କଟ ମଧ୍ୟରେ ପରୀକ୍ଷା ରଦ୍ଦ କରିବାକୁ ଦାବି ହୋଇଥିଲା । କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷା ସଂସ୍ଥା ବନ୍ଦ ରହିଛି ।
ପିଲା ପରୀକ୍ଷା ପାଇଁ ଭଲ ଭବେ ପ୍ରସ୍ତୁତ ନୁହନ୍ତି । ସେଥିପାଇଁ ପରୀକ୍ଷା ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ପାସ କରିବାକୁ ସମସ୍ତ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉଚିତ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ରାଜ୍ୟରେ ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖାଯାଇ ପାରିବ ଏବଂ ତାରିଖ ନିର୍ଣ୍ଣୟ ପାଇଁ ୟୁଜିସିର ପରାମର୍ଶ ନିଆଯାଇପାରିବ ।
ଯେଉଁ ରାଜ୍ୟ ସେପେଫମ୍ବର ୩୦ ସୁଦ୍ଧା ଅନ୍ତିମ ବର୍ଷ ପରୀକ୍ଷା କରାଇବାକୁ ଇଚ୍ଛୁକ ନୁହନ୍ତି ସେମନନାଙ୍କୁ ୟୁଜିସିକୁ ସୂଚନା ଦେବାକୁ ହେବ ବୋଲି ଅଦାଲତ କହିଛନ୍ତି । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ବେଞ୍ଚ ନିଜ ଫଇସଲା ଶୁଣାଇଛନ୍ତି ଅଗଷ୍ଟ ୧୮ ତାରିଖରେ ଏହି ବିଷୟରେ କୋର୍ଟ ନିଜର ଫଇସଲା ସୁରକ୍ଷିତ ରଖିଥିଲେ । ସୂଚନାଯୋଗ୍ୟ ଯେ, ଅନ୍ତିମ ବର୍ଷ ପରୀକ୍ଷା ବିରୋଧରେ ଆବେଦନରେ କୁହାଯାଇଥିଲା ଯେ ଛାତ୍ରଛାତ୍ରୀ ୫ଟି ସେମିଷ୍ଟର ପୁରା କରିଛନ୍ତି ଏବଂ ସେମାନଙ୍କ କମ୍ୟୁଲେଟିଭ୍‌ ଗ୍ରେଡ୍‌ ଆଧାରରେ ଫାଇନାଲ ଇୟର ରେଜଲଫ ଘୋଷଣା କରାଯାଇପାରିବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସେପେଫମ୍ବର ଶେଷ ସୁଦ୍ଧା ପରୀକ୍ଷା ଆୟୋଜନ କରିବାକୁ ଆଦେଶ ଦେଇଥିଲେ । ବିନା ପରୀକ୍ଷାରେ ଡିଗ୍ରୀ ଦିଆଯାଇ ପାରିବ ନାହିଁ ବୋଲି ୟୁଜିସି କହିଥିଲା । ଛତ୍ରଛାତ୍ରୀଙ୍କ ଲାଭ ପାଇଁ ଏହିଭଳି ନିର୍ଦେଶ ଦିଆଯାଇଛି ବୋଲି ୟୁଜିସି ଶୀର୍ଷ ନ୍ୟାୟାଳୟକୁ କହିଥିଲା । ଇତି ମଧ୍ୟରେ ଅନେକ ରାଜ୍ୟ ସରକାର ପରୀକ୍ଷା ସ୍ଥଗିତ ରଖିବାକୁ ଅପିଲ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହୋଇ ସେ ସେପେଫମ୍ବର ଶେଷ ସୁଦ୍ଧା ବିଶ୍ୱବିଦ୍ୟାଳୟ/କଲେଜରେ ପରୀକ୍ଷା ଆୟୋଜନ କରାଇବା ନେଇ ୟୁଜିସି ଗାଇଡଲାଇନକୁ ନେଇ କଥା ହୋଇଥିଲେ । ପରୀକ୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମମତା କହିଥିଲେ । ସ୍ଥିତି ସୁଧୁରିବା ଯାଏଁ ପରୀକ୍ଷା ସ୍ଥଗିତ ରଖିବାକୁ ମମତା ଅପିଲ କରିଥିଲେ । କରୋନା ଭାଇରସ୍‌ ମହାମାରୀ କାରଣରୁ ସମଗ୍ର ଦେଶର ଛାତ୍ର-ଛାତ୍ରୀ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ(ନିଟ୍‌) ଓ ଜଏଣ୍ଟ ଏଣ୍ଟ୍ରାନ୍ସ ଟେଷ୍ଟ(ଜେଇଇ ମେନ୍ସ) ପରୀକ୍ଷାର ବିରୋଧ କରୁଛନ୍ତି । କରୋନା ସଂକ୍ରମଣର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପରୀକ୍ଷା ସ୍ଥଗିତ ରଖିବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି । ପରୀକ୍ଷାର୍ଥୀଙ୍କ ଏହି ବିରୋଧକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ ଦେଇଛନ୍ତି । ଏହାକୁ ନେଇ ରାହୁଲ ଗାନ୍ଧୀ ଅନଲାଇନ୍‌ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଛନ୍ତି । କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ନିଟ୍‌ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖିବାକୁ ସମର୍ଥନ କରି ଟ୍‌ିଟ୍‌ କରିଛନ୍ତି । ରାହୁଲ ଲେଖିଛନ୍ତି ଲକ୍ଷାଧିକ ଛାତ୍ର-ଛାତ୍ରୀଙ୍କ ଅସୁବିଧା ପ୍ରତି ସ୍‌ର ଉଠା;ୁ । ଛାତ୍ରଙ୍କ କଥା ଶୁଣିବାକୁ ସରକାରଙ୍କଠାରେ ଦାବି କର;ୁ । ଏହା ସହିତ ରାହୁଲ କ୍ୟାମ୍ପେନ ଆରମ୍ଭ କରିଛନ୍ତି, ଯଦ୍‌ାରା ସରକାର ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ଦାବି ପହଞ୍ଚା ଯାଇପାରିବ ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଲୋକଙ୍କୁ କ୍ୟାମ୍ପେନ ବିଷୟରେ ଅବଗତ କରାଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି ଅଭିଯାନରେ ସାମିଲ ହେବାକୁ ଅପିଲ୍‌ କରିଛନ୍ତି । ଭିଡିଓରେ ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଛି ଏବଂ ମହାମାରୀରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଏହାର ସୂଚନା ଦିଆଯାଇଛି । ରାହୁଲ କହିଛନ୍ତି ସରକାର ମହାମାରୀ ସମୟରେ ପରୀକ୍ଷା ଆୟୋଜିତ କରି ଛାତ୍ରଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

Read More...

ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜାପାନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ

ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜାପାନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page