ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି

August 02, 2020, ଦେଶ, , Anupambharat News Bureau


ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି
Anupambharat News Bureau
August 02, 2020

ନୂଆଦିଲ୍ଲୀ,୨ା୮: ଦେଶର ବିଶିଷ୍ଟ ନେତା ଓ ପ୍ରଶାସକ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତେବେ ଆଜି ସୁସ୍ଥ ପରେ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଅମିତାଭ ବଚ୍ଚନ । ଆଜି ତାଙ୍କ ରିପୋର୍ଟ ନେଗଟିଭ ଆସିବା ପରେ ସେ ମେଡ଼ିକାଲରୁ ବାହାରିଥିବା କୁହାଯାଇଛି । ଅନ୍ୟପକ୍ଷେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି । ଶାହଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଶାହ (୫୫) ନିଜେ ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାଇଛନ୍ତି । ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ ନିଜର ସ୍ୱାବ୍‌ ପରୀକ୍ଷା କରିନିଅନ୍ତୁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ନିବେଦନ କରିଛନ୍ତି । ଆବଶ୍ୟକ ପଡ଼ିଲେ ସଂଗରୋଧରେ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନzା ତାହାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହାବ୍ୟତୀତ ତମିଲନାଡ଼ୁର ରାଜ୍ୟପାଳ ବନବାରୀ ଲାଲ୍‌ ପୁରୋହିତ ମଧ୍ୟ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାହାଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ରହିଛି । ତାହାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଚେନ୍ନାଇସ୍ଥିତ ଆଲ୍‌ୱାରପେଟ କାବେରୀ ହସ୍‌ପିଟାଲ୍‌ ପକ୍ଷରୁ ବିବୃତ୍ତିରେ କୁହାଯାଇଛି । ଯେହେତୁ ତାଙ୍କର ସଂକ୍ରମଣ ପ୍ରାଥମିକ ପର୍ଯ୍ୟାୟରେ ରହିଛି ତେଣୁ ଗୃହ ସଙ୍ଗରୋଧରେ ରହିବା ପାଇଁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ରହିଛି । ସୂଚନାଯେ, ତମିଲନାଡ଼ୁର ରାଜଭବନର ୩ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟପାଳ ଜୁଲାଇ ୨୯ ତାରିଖରେ ସେ ନିଜେ ଘୋଷଣା କରିଥିଲେ ଯେ, ୭ ଦିନ ପାଇଁ ସେ ସେଲଫ୍‌ ଆଇସୋଲେସନ୍‌ରେ ରହିବେ । ତେବେ ଆଜି ତାହାଙ୍କ କୋଭିଡ଼- ୧୯ ନମୁନା ପରୀକ୍ଷା ବେଳେ ପଜିଟିଭି ଥିବା ଜଣାପଡିଛି । ତାମିଲନାଡ଼ୁର ରାଜଭବନର ୮୪ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିଲେ । ଇତିମଧ୍ୟରେ ଉତ୍ତରପ୍ରଦେଶର ଭାରତୀୟ ଜନତାପାର୍ଟି (ବିଜେପି) ରାଜ୍ୟ ସଭାପତି ସ୍ୱତନ୍ତର ଦେବ ସିଂହ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସେ ନିଜେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କ୍ୱାରାଣ୍ଟାଇନରେ ରହୁଛନ୍ତି । ତାହାଙ୍କ ସଂସ୍ପର୍ଶରେ ଗତ କିଛି ଦିନ ମଧ୍ୟରେ ଆସିଥିବା ଲୋକମାନଙ୍କୁ ନମୁନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି । ଏହାବ୍ୟତୀତ ଉତ୍ତରପ୍ରଦେଶର ଜଣେ କ୍ୟାବିନେଟ ମନ୍ତ୍ରୀ କମଲ ରାଣୀ ବରୁଣ ଆଜି କରୋନା ରୋଗରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ଘଟଣା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବାର୍ତ୍ତା ଜରିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି । କମଲ ରାଣୀ ଉତ୍ତରପ୍ରଦେଶ ଲୋକସଭାରେ ଦୁଇ ଥର ସାଂସଦ ମଧ୍ୟ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହାଙ୍କ ମୃତୁ୍ୟ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର

ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର

Read More...

ଅର୍ଥମନ୍ତ୍ରଣାଳୟ ସହ ମିଶି ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ:ସୀତାରମନ୍‌

ଅର୍ଥମନ୍ତ୍ରଣାଳୟ ସହ ମିଶି ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ:ସୀତାରମନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page