ସେଲ୍‌ଫି ନେବା ବେଳେ ନଦୀକୁ ଖସିପଡିଲେ ମା’ଝିଅ

July 08, 2020, ଓଡ଼ିଶା, , Anupambharat News Bureau


ସେଲ୍‌ଫି ନେବା ବେଳେ ନଦୀକୁ ଖସିପଡିଲେ ମା’ଝିଅ
Anupambharat News Bureau
July 08, 2020

କଟକ, ୮ା୭ ସେଲଫି ନେବା ଏକ ମାନିଆରେ ପରିଣତ ହୋଇଥିବା ବେଳେ ନେତାଜୀ ସେତୁ ଉପରେ ସେଲଫି ନେଇ କାଠଯୋଡି ନଦୀକୁ ଖସିପଡିଲେ ମା’ ଓ ଝିଅ । ତେବେ ସୌଭାଗ୍ୟବଶତଃ ଅଗ୍ନିଶମ ବିଭାଗର ସମୟୋଚିତ ପଦକ୍ଷେପ ଫଳରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଉଭୟ । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୪ଟାରୁ ସାଢେ ୪ଟା ମଧ୍ୟରେ ଭୁବନେଶ୍ୱର ଭିଏସଏସ ନଗରରୁ ଅଳି ମହାନ୍ତି(୪୦) ଓ ତାଙ୍କ ଝିଅ ରୁତୁପର୍ଣ୍ଣା(୧୭) ଓଡି୦୫-ଏଏଲ-୩୦୭୨ ନମ୍ବର ବିଶିଷ୍ଟ ଏକ ଆକଫିଭାରେ ଆସି ସେତୁ ଉପରେ ସେଲଫି ନେଉଥିବା ସମୟରେ ନଦୀକୁ ଖସିପଡିଥିଲେ । ଉପସ୍ଥିତ କେତେକ ବ୍ୟକ୍ତି ତତକ୍ଷଣାତ୍‌ ବାରଙ୍ଗ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବାରଙ୍ଗ ଥାନା ଅଧିକାରୀ ଶଶୀକାନ୍ତ ରାଉତ ସଦଳବଳେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରି ଉଭୟ ମା’ ଓ ଝିଅଙ୍କୁ ଘରକୁ ପଠାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶନିବାର ଯାଏଁ ବର୍ଷା ସମ୍ଭାବନା

ଶନିବାର ଯାଏଁ ବର୍ଷା ସମ୍ଭାବନା

Read More...

କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା

କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page