ଦିନକରେ ୧୪୬୩ ପଜିଟିଭ

April 14, 2020, ଦେଶ, , Anupambharat News Bureau


ଦିନକରେ ୧୪୬୩ ପଜିଟିଭ
Anupambharat News Bureau
April 14, 2020

ଲାଗିଛି । ଆଜି ପ୍ରାପ୍ତ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୩କୁ ସ୍ପର୍ଶ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗୋଟିଏ ଦିନରେ ଆଜି ଭାରତରେ ସର୍ବାଧିକ ହାରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଅବଶ୍ୟ ମୃତକଙ୍କ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ୨୪ ବୃଦ୍ଧି ପାଇବା ଯୋଗୁଁ ଏହାର ସମୁଦାୟ ମୃତକଙ୍କ ସଂଖ୍ୟା ୩୫୩କୁ ସ୍ପର୍ଶ କରିଛି । ସୂଚନା ଥାଉକି, ଦେଶରେ ଆଜି ଅପରାହ୍ନ ସୁଦ୍ଧା ୩୫୩ ଲୋକ କରୋନା ରୋଗରେ ପ୍ରାଣହରାଇଥିବା ବେଳେ ୧୧୯୦ ଲୋକ ସୁସ୍ଥ ହୋଇଛନ୍ତି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୮୧୫କୁ ପହଞ୍ଚିଛି । ଏହି ସମ୍ପର୍କରେ କେନ୍ଦ୍ରମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୭୬ ବ୍ୟକ୍ତି ବିଦେଶୀ ନାଗରିକ ଥିବା ଜଣାପଡିଛି । ସମଗ୍ର ଦେଶରେ ମହାରାଷ୍ଟ୍ରରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ହୋଇଛି । ଉକ୍ତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨,୩୩୭କୁ ସ୍ପର୍ଶ କରିଛି । ଦ୍ୱିତୀୟରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୦କୁ ପହଞ୍ଚିଛି । ଠିକ୍‌ ସେହିଭଳି ତାମିଲ୍‌ନାଡୁରେ କୋଭିଡ଼୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୩କୁ ସ୍ପର୍ଶ କରିଛି । ରାଜସ୍ତାନରେ ଆଜି ସୁଦ୍ଧା ୮୭୯ ସଂଖ୍ୟକ ଲୋକ କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୭୩୦ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଠିକ୍‌ ସେହିଭଳି ଉତ୍ତରପ୍ରଦେଶରେ ୬୫୭ ଜଣ ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତେଲେଙ୍ଗାନାରେ ୬୨୪ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗୁଜୁରାଟରେ ପଜିଟିଭ ସଂଖ୍ୟା ୬୧୭ ଥିବା ବେଳେ ଆନ୍ଧ୍ରପ୍ରଦେଶରେ ୪୭୩ ଏବଂ କେରଳରେ ୩୭୯ ରହିଛି । ଜାମ୍ମୁକାଶ୍ମିରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭୦କୁ


ପହଞ୍ଚି ଥିବା ବେଳେ କର୍ଣ୍ଣାଟକରେ ୨୫୮, ହରିଆନାରେ ୧୯୯, ପଶ୍ଚିମବଙ୍ଗରେ ୧୯୦, ପଞ୍ଜାବରେ ୧୭୬ ସଂଖ୍ୟକ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଅନ୍ୟଭାଗ ଅର୍ଥାତ୍‌ ବିହାରରେ ୬୬ଜଣ ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଓଡ଼ିଶାରେ ୬୦, ଉତ୍ତରାଖଣ୍ଡରେ ୩୫, ହିମାଚଳରେ ୩୨, ଆସାମ ଓ ଛତିଶଗଡ଼ରେ ୩୧ ଜଣ ଲେଖାଁଏ ଆକ୍ରାନ୍ତ ହୋଇଛନ୍ତି । ଆଣ୍ଡାମାନ ନିକୋବର ଦୀପପୁଞ୍ଜରୁ ମାତ୍ର ୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗୋଆରେ ୭ଜଣ, ମଣିପୁର ଓ ତ୍ରିପୁରାରେ ୨ ଜଣ ଲେଖାଁଏ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ହିଁ ୧୬୦ ଲୋକ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ମଧ୍ୟପ୍ରଦେଶରେ ୫୦, ଦିଲ୍ଲୀରେ ୨୮, ଗୁଜୁରାଟରେ ୨୬ ଏବଂ ତେଲେଙ୍ଗାନାରେ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ଠିକ୍‌ ସେହିଭଳି କରୋନା ରୋଗରେ ପଞ୍ଜାବରେ ୧୨ ଜଣ, ତାମିଲନାଡ଼ୁରେ ୧୧, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୯ ଜଣ ଲେଖାଁଏ ପ୍ରାଣହରାଇଥିବା ରିପୋର୍ଟରୁ ଜଣାପଡିଛି । ସମଗ୍ର ବିଶ୍ୱରେ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବରେ ବୃଦ୍ଧି ଘଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପଜିଟିଭ ସଂଖ୍ୟା ୬୦ ହେଲା,  ପାଞ୍ଚ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

ରାଜ୍ୟରେ ପଜିଟିଭ ସଂଖ୍ୟା ୬୦ ହେଲା, ପାଞ୍ଚ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

Read More...

ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା

ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page