ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

April 14, 2020, ଦେଶ, , Anupambharat News Bureau


 ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ
Anupambharat News Bureau
April 14, 2020

ନୂଆଦିଲ୍ଲୀ,୧୩ା୪: ଚୀନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ମହାମାରୀ କରୋନା ଭୂତାଣୁରେ ସମଗ୍ର ବିଶ୍ୱରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଇତିମଧ୍ୟରେ ପ୍ରାଣ ହରାଇଛନ୍ତି । ଭାରତରେ ମଧ୍ୟ ଏହାର ବ୍ୟାପକତା କ୍ରମେ ବୃଦ୍ଧି ପାଉଥିବା ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୫୧ ଜଣ ରୋଗୀ କରୋନା ପଜିଟିଭ୍‌ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସମଗ୍ର ଦେଶରେ ମୃତକଙ୍କ ସଂଖ୍ୟା ସୋମବାର ସୁଦ୍ଧା ୩୨୪କୁ ପହଞ୍ଚିଛି । କୋଭିଡ଼୍‌-୧୯ ପଜିଟିଭ ସଂକ୍ରମଣରେ ଭାରତରେ ୯୩୫୨ ସଂଖ୍ୟକ ଲୋକ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ରହିଛନ୍ତି । ଏକମାତ୍ର ଔଷଧ ବା ବିକଳ୍ପ ଭାବେ ଦେଶବ୍ୟାପୀ ତାଲାବନ୍ଦ ସ୍ଥିତି ଜାରି ରହିଛି । ଅତ୍ୟନ୍ତ ପ୍ରଭାବିତ ରାଜ୍ୟମାନଙ୍କରେ ସଂକ୍ରମଣର ବ୍ୟାପକତା ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡିଛି । ଇତିମଧ୍ୟରେ ଭାରତରେ ମହାରାଷ୍ଟ୍ରରେ ହିଁ ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଆକଳନ ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ର ମନ୍ତ୍ରଣାଳୟର ମନ୍ତ୍ରୀମାନେ ଏବଂ କେତେକ ଅଧିକାରୀମାନେ ମଧ୍ୟ କାର୍ଯ୍ୟରେ ଯୋଗଦେଇଛନ୍ତି । ଦୀର୍ଘ ମାସ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ବନ୍ଦ ରହିବା ପରେ ଆଜି ଖୋଲା ଯାଇଛି । ବିଶିଷ୍ଟ ପଦାଧିକାରୀ ଏକ ତୃତୀୟଂଶ କର୍ମଚାରୀଙ୍କ ସହାୟତାରେ ସାମାଜିକ ଦୂରତ୍ୱକୁ ବଜାୟ ରଖି ଶାସନ ବ୍ୟବସ୍ଥା ପରିଚାଳନା କରାଯିବ । ଲକ୍‌ଡ଼ାଉନ୍‌ର ଅବଧି ବୃଦ୍ଧି ପାଉଥିବାର ସମ୍ଭାବନା ଯୋଗୁଁ କରୋନାମୁକ୍ତ ଅଞ୍ଚଳ ଠାରୁ ଆରମ୍ଭ କରି ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜୋନ୍‌ ଚିହ୍ନଟ କରାଯାଇଛି । ଦେଶରେ ପ୍ରାୟ ୫୦ ପ୍ରତିଶତ ଜିଲ୍ଲା କୋଭିଡ଼ -୧୯ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏପ୍ରିଲ ମାସ ୬ ତାରିଖରେ ଏହି ସଂକ୍ରମଣ ମାତ୍ର ୨୮୪ ଥିବା ବେଳେ ଆଜି ଏହାର ବ୍ୟାପକତା ୩୬୪ ଜିଲ୍ଲାକୁ ପ୍ରଭାବିତ ହୋଇଛି । ତେଣୁ ସମଗ୍ର ଦେଶରେ ଅର୍ଦ୍ଧାଧିକ ଅଞ୍ଚଳ ଅରେଞ୍ଜ ଜୋନ୍‌ କିମ୍ବା ରେଡ଼୍‌ ଜୋନ୍‌ରେ ସାମିଲ୍‌ ହେଉଥିବା ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୭୫ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୧୧୫୪ ଏବଂ ତାମିଲନାଡ଼ୁରେ ୧୦୭୫ ସଂଖ୍ୟକ ଲୋକ କରୋନା ପଜିଟିଭ୍‌ରେ ସଂକ୍ରମିତ ହୋଇଛନ୍ତି । ଅର୍ଥାତ ଏହି ରାଜ୍ୟମାନଙ୍କରେ ବହୁ ଜିଲ୍ଲାକୁ ରେଡ଼୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯିବ । ରାଜସ୍ଥାନରେ ୮୦୪ଜଣ ବ୍ୟକ୍ତି ମଧ୍ୟପ୍ରଦେଶରେ ୫୩୨ ଏବଂ ଗୁଜୁରାଟରେ ୫୧୬ ଲୋକ କୋଭିଡ଼୍‌-୧୯ରେ ପ୍ରଭାବିତ ହୋଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ନଗରୀରେ ହିଁ ୪୩ଟି ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଛି । କାରଣ ଦିଲ୍ଲୀରେ ହିଁ ଆଜି ୧୦ ଜଣ ଲୋକଙ୍କ ଶରୀରରେ କୋଭିଡ଼୍‌ -୧୯ ଚିହ୍ନଟ ହୋଇଛି । ସମଗ୍ର ଦେଶରେ ଗୋଟିଏ କଥା ହିଁ ଚର୍ଚ୍ଚା ଆଲୋଚନାକୁ ଆସିଛି ଯେ, ଦିଲ୍ଲୀ ନିଜାମୁଦ୍ଦିନରେ ଏକ ମସ୍‌ଜିଦ୍‌ ମଧ୍ୟରେ ଯେଉଁ ଧାର୍ମିକ ସମ୍ମିଳନୀ ହୋଇଥିଲା, ଏହା ହିଁ କରୋନା ବ୍ୟାପକତାର ମୁଖ୍ୟ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଥିଲା ।
ସମଗ୍ର ଦେଶରେ କୋଭିଡ଼୍‌-୧୯ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶର ଅନ୍ୟକେତେକ ରାଜ୍ୟରେ ଏଭଳି କେତେକ ଜିଲ୍ଲା ରହିଛି ଯେଉଁଠାରେ କି ଆଜି ପର୍ଯ୍ୟନ୍ତ କରୋନା ରୋଗର କୌଣସି ଚିହ୍ନଟ ହୋଇପାରି ନାହିଁ । ଗତ ୧୪ ଦିନରେ ଏଭଳି ୨୫ଟି ଜିଲ୍ଲା ରହିଚି ଯେଉଁଠାରୁ କୌଣସି



କୋଭିଡ଼୍‌-୧୯ ପଜିଟିଭର ଅଭିଯୋଗ ଆସିନାହିଁ । ଦେଶର ୧୫ ଟି ରାଜ୍ୟରେ ଉକ୍ତ ୨୫ଟି ଜିଲ୍ଲା ହିଁ ବର୍ତ୍ତମାନ ସ୍ଥିତିରେ କୋଭିଡ଼-୧୯ ମୁକ୍ତ ଭାବେ ଚିହ୍ନଟ ହୋଇଥିବା ଘଟଣା ଆକର୍ଷଣର କେନ୍ଦ୍ରକୁ ଆସିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ଭାରତରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ତୁଳନାରେ କମ୍‌ ରହିଛି ବୋଲି ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ସଂକ୍ରମଣ ନେଇ ଟାହିଟାପରା  ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼

କରୋନା ସଂକ୍ରମଣ ନେଇ ଟାହିଟାପରା ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼

Read More...

 ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି

ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page