୨୪ ଘଣ୍ଟାରେ ୩୪ ମୃତ

April 12, 2020, ଦେଶ, , Anupambharat News Bureau


୨୪ ଘଣ୍ଟାରେ ୩୪ ମୃତ
Anupambharat News Bureau
April 12, 2020

ନୂଆଦିଲ୍ଲୀ,୧୩ା୪: ଭାରତରେ କରୋନାର ମୁକାବିଲା କରିବା ପାଇଁ ୨୧ ଦିନିଆ ଲକ୍‌ଡ଼ାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ତେବେ ମଧ୍ୟ ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସମଗ୍ର ଦେଶରେ ଏହି କରୋନା ରୋଗର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୯୦୯ ଲୋକଙ୍କ ନୂତନ କୋଭିଡ଼-୧୯ ପଜିଟିଭ୍‌ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪୪୭କୁ ପହଞ୍ଚିଛି । ଏହାବ୍ୟତୀତ ୭୬୫ରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ କୁହାଯାଇଛି । ତେବେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ପାଖାପାଖି ପହଞ୍ଚିଛି । ଏବଂ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୦ ଟପି ଯାଇଛି । ସମୁଦାୟ ମୃତକଙ୍କ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇ ୨୭୩କୁ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ କେନ୍ଦ୍ର ସରକାର ଏହାର ମୁକାବିଲା ପାଇଁ ଅତିରିକ୍ତ ବ୍ୟବସ୍ଥାକୁ ପ୍ରସ୍ତìତି କରୁଛନ୍ତି । ଇତିମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ଏବଂ ଘରୋଇ ମେଡ଼ିକାଲ୍‌ କଲେଜ ମାନଙ୍କରେ କୋଭିଡ଼-୧୯ ପରୀକ୍ଷା କ୍ଷମତାକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ଦେଶରେ ହାରାହାରି ଦୈନିକ ୧୫,୭୪୭ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଥିଲା । ମହାରାଷ୍ଟ୍ରରେ ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୨କୁ ପହଞ୍ଚିଛି । ଏବଂ ଏହି ରାଜ୍ୟରେ ହିଁ କରୋନା ପ୍ରଭାବରେ ୧୪୯ ସଂଖ୍ୟକ ପ୍ରାଣହରାଇଛନ୍ତି । ବହୁ ଶିଳ୍ପ ସଂସ୍ଥା ମହାରାଷ୍ଟ୍ରରେ ଥିବା ଯୋଗୁଁ ଏଠାରେ ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି । ରାଜ୍ୟରେ ସ୍ଥିତିକୁ ଅନୁଧ୍ୟାନ କରି ଜୋନ୍‌ ସ୍ତରୀୟ ପ୍ରଭାବିତ ଅଞ୍ଚଳ ଚିହ୍ନଟ କରାଯାଇଛି । ପୁନେ, ନଭିମୁମ୍ବାଇ, ଥାନେ ଏବଂ ବସାଇବିରାର ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

Read More...

ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ,  ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ

ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ, ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page