ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌

April 12, 2020, ଦେଶ, , Anupambharat News Bureau


ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌
Anupambharat News Bureau
April 12, 2020

ଅମରାବତୀ,୧୩ା୪: କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାର ନିଜ ନିଜର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସର୍ବଦା ଚେଷ୍ଟା ଜାରି ରଖିଛନ୍ତି । ଯେକୌଣସି ସ୍ଥିତିରେ ମଧ୍ୟ ରାଜ୍ୟର କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରମାନେ ବିଭିନ୍ନ ଧରଣର ଲକ୍‌ଡ଼ାଉନ୍‌ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ଲୋକଙ୍କୁ ଆଶ୍ୱସ୍ତି ଓ ସୁସ୍ଥ ଅନୁଭବ କରିବା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାର ରାଜ୍ୟର ୫.୩ କୋଟି ଲୋକଙ୍କୁ ମାସ୍କ୍‌ ମାଗଣାରେ ବାଣ୍ଟିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ୩ଟି ଲେଖାଁଏ ମାସ୍କ୍‌ ଯୋଗାଇ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ଼ୀ ରାଜ୍ୟ ସମସ୍ତ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ଏକ ସମୀକ୍ଷା ବୈଠକରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି । ଆଲୋଚନା ବେଳେ ୩୨,୩୪୯ ସଂଖ୍ୟକ ଲୋକଙ୍କୁ ହସ୍‌ପିଟାଲ୍‌ ପଠାଯାଇଥିବା ନେଇ ଅବଗତ କରାଯାଇଥିଲା ।


ତେବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ପ୍ରାଧାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ରେଡ଼ୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ହଟ୍‌ସ୍ପଟ ଅଞ୍ଚଳ, ରେଡ଼୍‌ ଜୋନ୍‌ ଓ କ୍ଲଷ୍ଟର୍‌ ଅଞ୍ଚଳ ସମ୍ପର୍କରେ ବିସ୍ତୃତ ଭାବେ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ସୂଚନାଥାଉକି ରବିବାର ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶରେ କୋଭିଡ଼୍‌-୧୯ ପଜିଟିଭ ସଂଖ୍ୟା ୪୧୭କୁ ପହଞ୍ଚିଛି । ତେଣୁ ରାଜ୍ୟରେ ବର୍ଦ୍ଧିତ ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସମୁଦାୟ ୧୬ କୋଟି ମାସ୍କ୍‌ ବଣ୍ଟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେ’ର୍ଶ ରହିଛି । ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ବିବୃତ୍ତିରେ ଅବଗତ କରାଯାଇଛି । ଯଥାସମ୍ଭବ ଅତିଶୀଘ୍ର ଏହି ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ,  ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ

ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ, ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ

Read More...

ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ   ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌

ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page