ଫେରିଗଲେ ଟ୍ରମ୍ପ

February 25, 2020, ଦେଶ, , Anupambharat News Bureau


ଫେରିଗଲେ ଟ୍ରମ୍ପ
Anupambharat News Bureau
February 25, 2020

ଆଦିଲ୍ଲୀ, ୨୫ା୨: ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍‌ ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଫେରିଛନ୍ତି । ଟ୍ରମ୍ପ ନିଜ ପରିବାର ଏବଂ ପ୍ରତିନିଧିଙ୍କ ସହ ରାଷ୍ଟ୍ରପତି ଭବନରେ ରାତ୍ରି ଭୋଜନ କରିବା ପରେ ସେ ଆସିଥିବା ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରି ଯାଇଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତର ଆଜି ଦ୍ୱିତୀୟ ଦିନରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିମଧ୍ୟରେ ଦୁଇ ଦେଶ ମଧ୍ୟରେ ବହୁ ଚୁକ୍ତି ସ୍ୱାକ୍ଷର ସହ ରାଜଘାଟ ଗସ୍ତ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଅହମ୍ମଦାବାଦ ଭଳି ଆଜି ଟ୍ରମ୍ପ ପରିବାର ସହ ରାଷ୍ଟ୍ରପତି ଭବନରେ ପହଞ୍ଚିବା ବେଳେ ମଧ୍ୟ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଟ୍ରମ୍ପ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ରାଷ୍ଟ୍ରପତି କୋବିନ୍ଦ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଥିଲେ । ଏହାପରେ ଟ୍ରମ୍ପ ଦମ୍ପତି ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଟ୍ରମ୍ପ୍‌ ରାଜଘାଟରେ ଥିବା ଭିଜିଟର୍ସ ବୁକ୍‌ରେ ଦସ୍ତଖତ ସହ ଏକ ଚାରା ମଧ୍ୟ ରୋପଣ କରିଛନ୍ତି । ପୂର୍ବାହ୍ନରେ ସେ ହାଇଦ୍ରାବାଦ ହାଉସ୍‌ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିଥିଲେ । ବୈଠକରେ ଭାରତ ଆମେରିକା ପ୍ରତିରକ୍ଷା-ଶକ୍ତି-ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ସହମତି ପ୍ରକାଶ ପାଇଛ । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ୩୦୦ କୋଟି ଟଙ୍କାର ବିଭିନ୍ନ ସରଞ୍ଜାମ ଯୋଗାଇ ଦେବାକୁ ଆମେରିକା ରାଜି ହୋଇଛି । ବୁଝାମଣା ଅନ୍ତର୍ଗତ ଆମେରିକା ଭାରତକୁ ଆପାଚେ ଏବଂ ଏମ୍‌ଏଚ୍‌-୬୦ ରୋମେଓ ହେଲିକପଫର ଯୋଗାଇବ । ଏହା ସହିତ ଆତଙ୍କବାଦ ବିରୋଧରେ ଦୁଇ ଦେଶ ପାରସ୍ପରିକ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି । ସେହିପରି ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇଛି । ବୈଠକରେ ୫ଜି େୱରଲେସ୍‌ ନେଟ୍‌ୱାର୍କ ଉପରେ ମଧ୍ୟ ଆଲୋଚନା ହୋଇଛି । ଦୁଇଦେଶ ମଧ୍ୟରେ ପାରସ୍ପରିକ ବ୍ୟବସାୟ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି । ଗସ୍ତ କାର୍ଯ୍ୟକ୍ରମର ଶେଷ ରୂପେ ଟ୍ରମ୍ପ ଓ ତାଙ୍କ ପରିବାର ରାଷ୍ଟ୍ରପତି ଭବନରେ ଭୋଜନ କରିଥିଲେ । ଏଥିରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କେନ୍ଦ୍ର କ୍ୟାବିନେଟ୍‌ ସଦସ୍ୟ, କେତେକ ମୁଖ୍ୟମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପରିବାର ସଦସ୍ୟ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ପହଞ୍ଚିଥିଲେ । ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟ୍ରମ୍ପ ଏବଂ ଆମେରିକା ପ୍ରଥମ ଲେଡି ମେଲାନିୟାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ମୋଟରାରେ ଅନୁଷ୍ଠିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

Read More...

୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page