ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

June 04, 2019, ଓଡ଼ିଶା, , Anupambharat News Bureau


ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର
Anupambharat News Bureau
June 04, 2019

ଭୁବନେଶ୍ୱର,୪ ।୬ ।(ଅନୁପମ ମିଡିଆ):ଓଡ଼ିଶା ହାସ୍ୟ ଅଭିନେତା ସଲିଲ୍‌ ମିତ୍ରଙ୍କ ପରଲୋକ ହୋଇଛି । ସୋମବାର ଦିନ ରାତି ଏକ ଘରୋଇ ହସ୍ପିଟାଲରେ ଚିକିସିାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ଗତ ୧୨ ତାରିଖରେ କେନ୍ଦୁଝର ଘଟଗାଁ ଛକ ଠାରେ ସଲିଲ୍‌ଙ୍କ କାର ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏହା ପରେ ତାଙ୍କୁ ଗୁୁରୁତରେ ଅବସ୍ଥାରେ କଟକ ବଡ଼ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶେଷରେ ସୋମବାର ଦିନ ସାଲିଲ୍‌ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଶାର ଚଳଚିତ୍ର ଜଗତରେ ସଲିଲ୍‌ ଜଣେ ହାସ୍ୟ ଅଭିନେତା ଭାବେ ବେଶ୍‌ ଜଣାଶୁଣା । ସେ ଉଭୟ ଫିଲ୍ମ ଓ ଧାରାବାହିକରେ ହାସ୍ୟ ଅଭିନେତା ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ ସଲିଲ୍‌ । ୧୯୯୯ ମସିହାରେ ‘ପୁଅ ଭାଙ୍ଗିଦେଲା
ସୁନା ସଂସାର’ ଚଳଚିତ୍ରରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ‘ଶାସ୍ତି’ ଲଭ୍‌ ଷ୍ଟେସନ’, ଲଭ୍‌ ପାଇଁ କୁଛ୍‌ ଭି କରେଗା, ‘ମହାନାୟକ’, ‘ଗପ ହେଲେ ବି ସତ’, ‘ସିଷ୍ଟର ଶ୍ରୀଦେବୀ’ ଆଦି ଚଳଚିତ୍ରରେ ଅଭିନୟ କରି ଓଡ଼ିଆଙ୍କ ମନ ଜିଣି ପାରିଛନ୍ତି । ତାଙ୍କ ମୃତୁ୍ୟ ପରେ ଓଡ଼ିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌,  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା

ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା

Read More...

ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page