ଜୁଲାଇରେ ନେଲା ୮୬ ମୁଣ୍ଡ

July 31, 2020, ଓଡ଼ିଶା, , Anupambharat News Bureau


ଜୁଲାଇରେ ନେଲା ୮୬ ମୁଣ୍ଡ
Anupambharat News Bureau
July 31, 2020

ବ୍ରହ୍ମପୁର,୩୧ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ଜୁଲାଇ ମାସରେ ସର୍ବାଧିକ୧୫୦ରୁ ଊର୍ଦ୍ଧ୍ୱ ମୁଣ୍ଡ ନେଇଛି । ଏଥିରେ ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା । ଜୁଲାଇରେ ଏହି ଅଜଣା ଭୂତାଣୁ ଜିଲ୍ଲାରେ ୮୬ ମୁଣ୍ଡ ନେଇଛି । ଏଥିସହିତ ରାଜ୍ୟରେ ଆଲୋଚ୍ୟମାସରେ ମୃତୁ୍ୟ ସଂଖ୍ୟା ୮ଗୁଣ ବୃଦ୍ଧି ପାଇଛି । ପ୍ରକାଶ ଥାଉକି ଜୁନ୍‌ ୨୯ରେ ରାଜ୍ୟରେ କରୋନା ମୃତୁ୍ୟ ମାତ୍ର ୨୧ ଥିବା ବେଳେ ଜୁଲାଇରେ ଏହା ୧୭୭ରେ ପହଞ୍ଚିଛି । ତେବେ ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ମଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ଏବଂ ଜିଲ୍ଲାରେ ପ୍ରଥମ କରୋନା ମୃତୁ୍ୟ ଘଟିଥିଲା । ମଇ ୧୭ ବେଳେକୁ ଏହା ଚାରିରେ ପହଞ୍ଚି ଥିବା ବେଳେ ଜିଲ୍ଲାରେ ଏହି ସଂଖ୍ୟା ଦୁଇ ରହିଥିଲା । ତେବେ ମଇ ଶେଷ ଏବଂ ପୁରା ଜୁନ୍‌ରେ ଜିଲ୍ଲାରେ ମୃତୁ୍ୟ ସଂଖ୍ୟାରେ ସେଭଳି ବୃଦ୍ଧି ଘଟିନଥିଲା । ଜୁନ୍‌ ୨୯ ବେଳକୁ ରାଜ୍ୟରେ ମୃତୁ୍ୟ ସଂଖ୍ୟା ୨୧ରେ ପହଞ୍ଚିଥିଲା । ଜୁଲାଇ ପ୍ରାରମ୍ଭରେ ଏହି ସଂଖ୍ୟା ୨୭କୁ ଛୁଇଁଥିଲା । ଜୁନ୍‌ ଶେଷ ସୁଦ୍ଧା ଗଞ୍ଜାମ ଜିଲ୍ଳାରେ କରୋନା ମୃତୁ୍ୟ ସଂଖ୍ୟା ମାତ୍ର ଆଠ ରହିଥିଲା । ତେବେ ଜୁଲାଇ ଆରମ୍ଭରୁ ଜିଲ୍ଲାରେ ପ୍ରତ୍ୟେକ ଦିନ ଏହି ମହାମାରୀ ତିନିରୁ ଚାରି ଏବଂ ସର୍ବାଧିକ ଛ’ଜଣଙ୍କ ମୁଣ୍ଡ ନେବାରେ ଲାଗିଥିଲା । ଫଳରେ ଜୁଲାଇ ୩୧ ବେଳକୁ ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ୯୪କୁ ଛୁଇଁଛି । ତେବେ ଏହି ସଂଖ୍ୟା ସରକାରୀ ଭାବେ କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହା ଆହୁରି ଅଧିକ ରହିଛି । ଆଜି ଜିଲ୍ଲାରେ ଆଉ ଚାରି ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୮୧, ୪୯, ୪୫, ୭୩ । ଏମାନେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଜଣାପଡିଛି । ତେବେ ଜିଲ୍ଲାରେ କରୋନା ଆକ୍ରାନ୍ତ ହ୍ରାସ ପାଉଥିବା ନେଇ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ପ୍ରକାଶ କରିଥିବା ବେଳେ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ ମୃତୁ୍ୟ ସଂଖ୍ୟା ଏହି ମାସରେ ଆଠ ଗୁଣି ବୃଦ୍ଧି ପାଇବା ସରକାରଙ୍କ କୋଭିଡ଼ ପରିଚାଳନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି । ରାଜ୍ୟର ୧୯ ଜିଲ୍ଲାରେ କରୋନା ମୁଣ୍ଡ ନେଇଛି । ଏହି ସୂଚୀରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୪ ମୁଣ୍ଡ ନେଇଥିବା ବେଳେ ଖୋର୍ଦ୍ଧାରେ୨୧, କଟକରେ ୧୧, ଗଜପତିରେ ୧୦,ସୁନ୍ଦରଗଡ଼ରେ ଆଠ, ରାୟାଗଡ଼ାରେ ୭,କେନ୍ଦ୍ରପଡ଼ା , ମାଲକାନଗିରି, ଭଦ୍ରକ, ଜଗତସିଂହପୁର, ଅନୁଗୋଳରେ ପ୍ରତ୍ୟେକ ଦୁଇ ଜଣ ଲେଖାଏଁଙ୍କ ଜୀବନ ଯାଇଛି । ଅନୁରୂପ ଭାବେପୁରୀ , ନୟାଗଡ଼ ଓ ବାଲେଶ୍ୱରରେ ପ୍ରତ୍ୟେକ ତିନି ଜଣଙ୍କ ମୃତୁ୍ୟ ଘଟିଛି । ବରଗଡ଼, ଯାଜପୁର, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ଜଣେ ଲେଖାଏଁ ମୃତୁ୍ୟ ବରଣ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪ରେ ଲଘୁଚାପ

୪ରେ ଲଘୁଚାପ

Read More...

ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page